Videos
|
International

Nvidia CEO / Nvidia ଫେରିଲେ ଜେନସେନ ହୁଆଙ୍ଗ, ବଢ଼ିଲା ସେୟାର୍; ଟ୍ରମ୍ପଙ୍କୁ ୧୫ ନିୟୁତ ଡଲାରର ଫାଇଦା

Sushanta Sahoo
Browse all articles by Sushanta Sahoo
·14 mins ago·3 min read
Nvidia ଫେରିଲେ ଜେନସେନ ହୁଆଙ୍ଗ, ବଢ଼ିଲା ସେୟାର୍; ଟ୍ରମ୍ପଙ୍କୁ ୧୫ ନିୟୁତ ଡଲାରର ଫାଇଦା
Jensen Huang Returns as Nvidia CEO

Key Points

Nvidia ସିଇଓ ଭାବେ ଜେନସେନ ହୁଆଙ୍ଗ ୧୧ ଦିନ ପରେ ଫେରିବା ପରେ ଆସିଛି ଏହି ବଡ଼ ଖବର । ଡୋନାଲ୍ଡ ଟ୍ରମ୍ପ Nvidia ବୋର୍ଡ ସହ ଆଲୋଚନା କରି ସିଧା ସଳଖ ଦଖଲ ଦେବା ପରେ ବିବାଦ ଘେରରେ ଥିବା ଜେନସେନ ପଦ ଫେରି ପାଇଥିବା ଦାବି କରିଛନ୍ତି ।
ୱାଶିଂଟନ୍: ଏଥର ଯୁଦ୍ଧ ନୁହେଁ କି ଶାନ୍ତି ଆଲୋଚନା ନୁହେଁ । ବଡ଼ କମ୍ପାନୀର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇଲେ ଆମେରିକା ରାଷ୍ଟ୍ରପତି । Nvidia ସିଇଓ ଭାବେ ଜେନସେନ ହୁଆଙ୍ଗ ୧୧ ଦିନ ପରେ ଫେରିବା ପରେ ଆସିଛି ଏହି ବଡ଼ ଖବର । ଡୋନାଲ୍ଡ ଟ୍ରମ୍ପ Nvidia ବୋର୍ଡ ସହ ଆଲୋଚନା କରି ସିଧା ସଳଖ ଦଖଲ ଦେବା ପରେ ବିବାଦ ଘେରରେ ଥିବା ଜେନସେନ ପଦ ଫେରି ପାଇଥିବା ଦାବି କରିଛନ୍ତି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ୍ ତିଆରି କରୁଥିବା କମ୍ପାନୀ Nvidia ସିଇଓ ଭାବେ ଜେନସେନ ହୁଆଙ୍ଗ ଫେରିଛନ୍ତି । ଯାହା ପରେ Nvidiaର ସେୟାର ମୂଲ୍ୟ ପ୍ରାୟ ୩୫ ପ୍ରତିଶତ ବଢ଼ିଛି । ଯେଉଁଥିରୁ ଟ୍ରମ୍ପଙ୍କ ପାଖରେ ଥିବା ସେୟାରର ମୂଲ୍ୟ ପ୍ରାୟ ୧୫ ନିୟୁତ ଡଲାର ପର୍ଯ୍ୟନ୍ତ ବଢ଼ିଥିବା ଆକଳନ କରାଯାଇଛି । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୩୫-୧୪୦ କୋଟି ଟଙ୍କା ହେବ ।

Nvidiaର ସିଇଓ ଜେନସେନ ହୁଆଙ୍ଗ ପୁଣି ଥରେ କମ୍ପାନୀର ଦାୟିତ୍ୱକୁ ଫେରିବା ପରେ ଏହି ପରିବର୍ତ୍ତନ ଦେଖାଦେଇଛି । ତାଙ୍କ ଫେରିବା ଖବର ପରେ ସୋମବାର Nvidiaର ସେୟାର ମୂଲ୍ୟ ୩୦ ପ୍ରତିଶତରୁ ଅଧିକ ବଢ଼ିଥିଲା । ଏହାର ଫାଇଦା ଟ୍ରମ୍ପଙ୍କ ନିବେଶର ମୂଲ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ୧୧ ଦିନ ପରେ Nvidiaକୁ ଫେରିଲେ ଜେନସେନ ହୁଆଙ୍ଗ, ପୁଣି ସମ୍ଭାଳିଲେ CEO ଦାୟିତ୍ୱ 

ଟ୍ରମ୍ପଙ୍କ ପାଖରେ ଅଛି ୩.୭ ଲକ୍ଷ ପର୍ଯ୍ୟନ୍ତ ସେୟାର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଆମେରିକାର Office of Government Ethicsକୁ ଦାଖଲ କରାଯାଇଥିବା ଟ୍ରମ୍ପଙ୍କ ଆର୍ଥିକ ତଥ୍ୟରୁ ଜଣାପଡ଼ିଛି ଯେ, ସେପ୍ଟେମ୍ବର ୩୦ ସୁଦ୍ଧା ଟ୍ରମ୍ପଙ୍କ ପାଖରେ Nvidiaର ସର୍ବାଧିକ ୩ ଲକ୍ଷ ୭୦ ହଜାର ସେୟାର ଥାଇପାରେ ।

ତେବେ ଏହି ତଥ୍ୟରେ ସେୟାର କିଣା ଓ ବିକ୍ରିର ସଠିକ୍ ସଂଖ୍ୟା ଦିଆଯାଇନାହିଁ । କେବଳ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ସୀମା ଦିଆଯାଇଛି । ଏହି ଆକଳନ ଅନୁସାରେ, ସେୟାର ମୂଲ୍ୟ ବଢ଼ିବାରୁ ଟ୍ରମ୍ପଙ୍କ ନିବେଶର ମୂଲ୍ୟ ୧୩ ଲକ୍ଷ ଡଲାରରୁ ୧.୫ କୋଟି ଡଲାର ପର୍ଯ୍ୟନ୍ତ ବଢ଼ିଥାଇପାରେ । ଏହା କେବଳ ଏକ ଆକଳନ ଅଟେ ।

ହୁଆଙ୍ଗଙ୍କୁ ପୁଣି CEO କରିବାରେ ଟ୍ରମ୍ପଙ୍କ ଭୂମିକା

ଜେନସେନ ହୁଆଙ୍ଗ ନଭେମ୍ବର ୧୨ ତାରିଖରେ Nvidiaର CEO, ଅଧ୍ୟକ୍ଷ ଏବଂ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଜଣେ ଚୀନ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଖବର ଆସିବା ପରେ ସେ ଇସ୍ତଫା ଦେଇଥିଲେ । ଜଣେ ଚୀନ୍ ଗୁପ୍ତଚର ସନ୍ଦେହରେ ଥିବା ମହିଳାଙ୍କ ସହ ତାଙ୍କ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା ।

ତାଙ୍କ ଇସ୍ତଫା ପରେ କମ୍ପାନୀର ଅର୍ଥ ବିଭାଗ ମୁଖ୍ୟ କୋଲେଟ୍ କ୍ରେସ୍‌ଙ୍କୁ ଅନ୍ତରୀଣ CEO ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ନଭେମ୍ବର ୨୩ରେ Nvidia ବୋର୍ଡ ହୁଆଙ୍ଗଙ୍କୁ ପୁଣି CEO ଏବଂ ଅଧ୍ୟକ୍ଷ ଭାବେ ଫେରାଇ ଆଣିଥିଲା । ଏହି ନିଷ୍ପତ୍ତିରେ ନିଜର ଭୂମିକା ଥିବା କଥା ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି । ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ସେ Nvidia ବୋର୍ଡ ସହ କଥା ହୋଇଥିଲେ ଏବଂ ହୁଆଙ୍ଗଙ୍କୁ ଫେରାଇ ଆଣିବାକୁ ସେମାନଙ୍କୁ ରାଜି କରାଇଥିଲେ ।

Nvidia ବୋର୍ଡ କହିଛି ଯେ, ଆମେରିକା ସରକାରଙ୍କ ଉଚ୍ଚସ୍ତରରୁ ମିଳିଥିବା ପରାମର୍ଶ ପରେ ହୁଆଙ୍ଗଙ୍କୁ ଫେରାଇ ଆଣିବା ନିଷ୍ପତ୍ତି ନିଆଯାଇଛି । ତାଙ୍କ ଫେରିବା ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ବୋର୍ଡ କହିଛି । ତେବେ କମ୍ପାନୀର ଆଭ୍ୟନ୍ତରୀଣ ଯାଞ୍ଚ ଜାରି ରହିବ ।

ଅନ୍ୟପଟେ, ଟ୍ରମ୍ପ ନିଜେ Nvidiaରେ ନିବେଶ କରିଥିବା ବେଳେ କମ୍ପାନୀର CEOଙ୍କୁ ଫେରାଇ ଆଣିବା ପାଇଁ ହସ୍ତକ୍ଷେପ କରିଥିବାରୁ ତାଙ୍କ ଆର୍ଥିକ ସ୍ୱାର୍ଥକୁ ନେଇ ପ୍ରଶ୍ନ ଉଠିଛି । ଆମେରିକାର କିଛି ନେତା ଏହି ଘଟଣାର ଯାଞ୍ଚ ଦାବି କରିଛନ୍ତି । ତେବେ ଟ୍ରମ୍ପ ଏହି ଘଟଣା ପୂର୍ବରୁ ସେୟାର କିଣାବିକା କରି ଲାଭ ଉଠାଇଥିବାର କୌଣସି ପ୍ରମାଣ ଏହି ରିପୋର୍ଟରେ ଦିଆଯାଇନାହିଁ ।