Videos
|
International

Nvidia / ୧୧ ଦିନ ପରେ Nvidiaକୁ ଫେରିଲେ ଜେନସେନ ହୁଆଙ୍ଗ, ପୁଣି ସମ୍ଭାଳିଲେ CEO ଦାୟିତ୍ୱ

Sushanta Sahoo
Browse all articles by Sushanta Sahoo
·30 mins ago·2 min read
୧୧ ଦିନ ପରେ Nvidiaକୁ ଫେରିଲେ ଜେନସେନ ହୁଆଙ୍ଗ, ପୁଣି ସମ୍ଭାଳିଲେ CEO ଦାୟିତ୍ୱ
Jensen Huang Reappointed as Nvidia CEO

Key Points

ପୁଣି ଥରେ Nvidia ସିଇଓ ହେଲେ ଜେନସେନ ହୁଆଙ୍ଗ
୧୧ ଦିନ ପରେ ସିଇଓ ଓ ଅଧ୍ୟକ୍ଷ ଭାବେ Nvidiaକୁ ଫେରିଲେ
ନଭେମ୍ବର ୧୨ରେ Nvidia ସିଇଓ ପଦରୁ ଇସ୍ତଫା ଦେଇଥିଲେ
ଚୀନ ମହିଳାଙ୍କ ସହ ସମ୍ପର୍କକୁ ନେଇ ବିବାଦ ପରେ ପଦ ଛାଡ଼ିଥିଲେ
ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଚିପ୍ ନିର୍ମାତା କମ୍ପାନୀ Nvidiaରେ ପୁଣି ଥରେ CEO ଦାୟିତ୍ୱ ସମ୍ଭାଳିଛନ୍ତି କମ୍ପାନୀର ସହ-ପ୍ରତିଷ୍ଠାତା ଜେନସେନ ହୁଆଙ୍ଗ । ନଭେମ୍ବର ୧୨ରେ ସେ CEO ପଦ ଛାଡ଼ିଥିଲେ । ଇସ୍ତଫାର ୧୧ ଦିନ ପରେ ନଭେମ୍ବର ୨୩ରେ କମ୍ପାନୀର ବୋର୍ଡ ତାଙ୍କୁ ପୁଣି ଥରେ CEO ଭାବେ ନିଯୁକ୍ତ କରିଛି । ଏନେଇ Nvidia ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି ।

କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସର୍ବସମ୍ମତିକ୍ରମେ ହୁଆଙ୍ଗଙ୍କୁ ପୁଣି ଥରେ ଏହି ଦାୟିତ୍ୱ ଦେଇଛି । ତାଙ୍କ ସହ ଆଲୋଚନା ଓ ବୈଠକ ପରେ ବୋର୍ଡ ତାଙ୍କ ଉପରେ ଭରସା ପ୍ରକାଶ କରିଛି । ଏହା ସହ ଆମେରିକା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମତ ମଧ୍ୟ ନିଆଯାଇଥିଲା । ହୁଆଙ୍ଗଙ୍କ ପୁନଃ ନିଯୁକ୍ତି ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ବୋର୍ଡ କହିଛି ।

ଏଥିସହ ପଢ଼ନ୍ତୁ: ୩ କୋଟିରେ ଘଣ୍ଟା, ୧.୭୭କୋଟିରେ ହୀରାମୁଦି; ୧୧୪ବର୍ଷ ପରେ ନିଲାମ ହେଲା ଟାଇଟାନିକ୍ ଦୁର୍ଲଭ ଜିନିଷ 

କାହିଁକି ଛାଡ଼ିଥିଲେ CEO ପଦ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନଭେମ୍ବର ୧୨ରେ ଜେନସେନ ହୁଆଙ୍ଗ CEO ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ କମ୍ପାନୀର CFO କୋଲେଟ୍ କ୍ରେସ୍‌ଙ୍କୁ ଅନ୍ତରୀଣ CEO ଦାୟିତ୍ୱ ଦିଆଯାଇଥିଲା । ହୁଆଙ୍ଗ ଜଣେ ଚୀନ ମହିଳାଙ୍କ ସହ ସମ୍ପର୍କକୁ ନେଇ ବିବାଦୀୟ ହୋଇ ପଡ଼ିଥିଲେ । ଏପରିକି ମହିଳାଙ୍କ ମାଧ୍ୟମରେ ଚୀନ Nvidiaର ଟେକ୍ନୋଲୋଜି ଚୋରି କରିିଥିବା ଭଳି ଅଭିଯୋଗ ଆସିଥିଲା । ଯାହା ପରେ ଜେନସେନ ହୁଆଙ୍ଗ ଇସ୍ତଫା ଦେଇଥିଲେ ।

ପରେ ନଭେମ୍ବର ୧୭ରେ ହୁଆଙ୍ଗ କହିଥିଲେ, ଯଦି କମ୍ପାନୀର ବୋର୍ଡ ତାଙ୍କ ଫେରିବାକୁ କମ୍ପାନୀର ସ୍ଵାର୍ଥ ପାଇଁ ଠିକ୍ ବୋଲି ଭାବେ, ତେବେ ସେ ପୁଣି ଦାୟିତ୍ୱ ନେବାକୁ ପ୍ରସ୍ତୁତ । ତେବେ ସେତେବେଳେ ବୋର୍ଡ ତାଙ୍କୁ ଫେରାଇ ଆଣିବାକୁ ମନା କରିଥିଲା । ଏବେ ନଭେମ୍ବର ୨୩ରେ ନିଷ୍ପତ୍ତି ବଦଳାଇ ତାଙ୍କୁ ପୁଣି CEO କରାଯାଇଛି ।

CFO ରହିବେ କୋଲେଟ୍ କ୍ରେସ୍

ହୁଆଙ୍ଗଙ୍କ ଇସ୍ତଫା ପରେ କୋଲେଟ୍ କ୍ରେସ୍ ଅନ୍ତରୀଣ CEO ଭାବେ କାମ କରୁଥିଲେ । ଏବେ ହୁଆଙ୍ଗ ପୁଣି ଦାୟିତ୍ୱକୁ ଫେରିବା ପରେ କ୍ରେସ୍ ନିଜର CFO ପଦରେ କାମ ଜାରି ରଖିବେ । କମ୍ପାନୀର ବୋର୍ଡ ଅଧ୍ୟକ୍ଷ ହାର୍ଭେ ଜୋନ୍ସ ଅନ୍ତରୀଣ CEO ଭାବେ କ୍ରେସ୍‌ଙ୍କ କାମକୁ ପ୍ରଶଂସା କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପଦାରେ ପଡ଼ିଲା ଚୀନ-ପାକିସ୍ତାନର ଭିତିରିଆ ମେଣ୍ଟ 

Nvidia ପାଇଁ ଜେନସେନ ହୁଆଙ୍ଗ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଜେନସେନ ହୁଆଙ୍ଗ Nvidiaର ସହ-ପ୍ରତିଷ୍ଠାତା । ଦୀର୍ଘ ୩୩ ବର୍ଷ ଧରି ସେ କମ୍ପାନୀର ନେତୃତ୍ୱ ନେଇ ଆସିଛନ୍ତି । ଭିଡିଓ ଗେମ୍ ପାଇଁ ଗ୍ରାଫିକ୍ସ ଚିପ୍ ତିଆରି କରୁଥିବା Nvidiaକୁ ଆଜି AI ଓ ଆଡଭାନ୍ସଡ୍ କମ୍ପ୍ୟୁଟିଂ କ୍ଷେତ୍ରର ଏକ ବଡ଼ କମ୍ପାନୀ ଭାବେ ଗଢ଼ିବାରେ ତାଙ୍କର ବଡ଼ ଭୂମିକା ରହିଛି । ତେଣୁ ଜେନସେନ ପୁନର୍ବାର CEO ହେବା ନିଷ୍ପତ୍ତିକୁ ଟେକ୍ନୋଲୋଜି ଜଗତରେ ଉତ୍ସାହ ଆଣିଛି ।