Videos
|
International

Trump Stops Netanyahu / ଚଳିତ ମାସରେ ଇରାନ ଉପରେ ଆଟାକ୍ କରିଥାନ୍ତା ଇସ୍ରାଏଲ; ଟ୍ରମ୍ପଙ୍କ ପାଇଁ ବଦଳିଗଲା ଯୋଜନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଚଳିତ ମାସରେ ଇରାନ ଉପରେ ଆଟାକ୍ କରିଥାନ୍ତା ଇସ୍ରାଏଲ; ଟ୍ରମ୍ପଙ୍କ ପାଇଁ ବଦଳିଗଲା ଯୋଜନା
Why Trump Opposed Netanyahu's Attack Plan

Key Points

ଆମେରିକା ଆଉ ଚାହୁଁନାହିଁ ଯୁଦ୍ଧ ! ଇରାନ ଉପରେ ଇସ୍ରାଏଲ୍‌ର ସମ୍ଭାବ୍ୟ ଆକ୍ରମଣକୁ ଟ୍ରମ୍ପ ରୋକି ଦେେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ନୂଆଦିଲ୍ଲୀ: ଇରାନକୁ ନେଇ ଇସ୍ରାଏଲ ଓ ଆମେରିକା ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଚଳିତ ଅକ୍ଟୋବର ମାସରେ ଇରାନ ଉପରେ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ । କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ବିରୋଧ କରିଥିବା ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଅକ୍ଟୋବର ୧୦ ତାରିଖ ପାଖାପାଖି ସପ୍ତାହାନ୍ତରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ୍ ସେନା ପ୍ରସ୍ତୁତ ଥିଲା । ଏଥିରେ ଇରାନର ପରମାଣୁ କେନ୍ଦ୍ର, ସରକାରୀ ପ୍ରତିଷ୍ଠାନ ଏବଂ ବିଦ୍ୟୁତ୍ କେନ୍ଦ୍ର ଭଳି ଭିତ୍ତିଭୂମିକୁ ଟାର୍ଗେଟ୍ କରିବାର ଯୋଜନା ଥିଲା । ତେବେ ଟ୍ରମ୍ପଙ୍କ ବିରୋଧ ଯୋଗୁଁ ଏହି ଯୋଜନା ଆଗକୁ ବଢ଼ିନଥିବା ରିପୋର୍ଟରେ କୁହାଯାଇଛି ।

କାହିଁକି ଆକ୍ରମଣକୁ ବିରୋଧ କଲେ ଟ୍ରମ୍ପ?

ରିପୋର୍ଟ ଅନୁସାରେ, ଆମେରିକାରେ ନଭେମ୍ବର ୩ ତାରିଖରେ ମଧ୍ୟାବଧି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଇରାନ ସହ ଯୁଦ୍ଧ ପୁଣି ଆରମ୍ଭ ହେଲେ ଆମେରିକାକୁ ଆଉ ଏକ ସାମରିକ ସଂଘର୍ଷରେ ଜଡ଼ିତ ହେବାକୁ ପଡ଼ିପାରେ । ଏହାର ରାଜନୈତିକ ଓ ଆର୍ଥିକ ପ୍ରଭାବକୁ ଦୃଷ୍ଟିରେ ରଖି ଟ୍ରମ୍ପ ଆକ୍ରମଣ ସପକ୍ଷରେ ନଥିବା ଖବର ପ୍ରକାଶ ପାଇଛି ।

ଏଥିସହ ପଢ଼ନ୍ତୁ: ଶେଖ ହସିନାଙ୍କ ପୁଅଙ୍କ ବଡ଼ ଦାବି; 'ସରକାର ଭାଙ୍ଗିବାକୁ ୫୦ ମିଲିୟନ୍ ଡଲାର୍ ଫଣ୍ଡିଂ କରିଥିଲା ଆମେରିକା' 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୮ ତାରିଖରେ ମଧ୍ୟ ଟ୍ରମ୍ପ କହିଥିଲେ ଯେ, "ଆମେରିକା ମଧ୍ୟାବଧି ନିର୍ବାଚନ ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବ ନାହିଁ । ତେବେ ଇରାନ ସହ ଆଲୋଚନା ଜାରି ରହିଥିବା ସତ୍ତ୍ୱେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଶେଷ ହୋଇନାହିଁ ।"

ପୁଣି ଆରମ୍ଭ ହୋଇପାରେ କି ଯୁଦ୍ଧ ?

ଇରାନ ଉପରେ ନୂଆ ଆକ୍ରମଣ ପାଇଁ ଇସ୍ରାଏଲ ଏକ ନୂଆ ଟାର୍ଗେଟ୍ ତାଲିକା ପ୍ରସ୍ତୁତ କରିଥିବା ନେଇ ରିପୋର୍ଟରେ ଦାବି କରାଯାଇଛି । ଏଥିରେ ପୂର୍ବରୁ ଟାର୍ଗେଟ୍ କରାଯାଇନଥିବା କିଛି ସାଧାରଣ ନାଗରିକ ଭିତ୍ତିଭୂମି ମଧ୍ୟ ରହିଥିବା କୁହାଯାଇଛି ।

ଅନ୍ୟପଟେ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଅକ୍ଟୋବର ୧୯ରେ ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିଥିଲେ । ଏହି ବୈଠକରେ ଆଞ୍ଚଳିକ ସୁରକ୍ଷା ଓ ଇରାନ ସମ୍ପର୍କିତ ବିପଦ ଉପରେ ଆଲୋଚନା ହୋଇଥିଲା ।

ତେବେ ଇରାନ ଉପରେ ଆଗାମୀ ଦିନରେ ଆକ୍ରମଣ ହେବ କି ନାହିଁ, ତାହା ଏବେ ସ୍ପଷ୍ଟ ନୁହେଁ । ନୂଆ ଆକ୍ରମଣ ଯୋଜନା ଓ ଏଥିରେ ଆମେରିକା ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ମଧ୍ୟ ଆନୁଷ୍ଠାନିକ ଭାବେ ସବୁ ତଥ୍ୟ ସ୍ପଷ୍ଟ ହୋଇନାହିଁ ।