Videos
|
International

ହ୍ଵାଇଟ୍‌ ହାଉସ୍‌ରେ ଝଗଡ଼ା ପରେ ବଡ଼ ଝଟ୍‌କା ଦେଲେ ଟ୍ରମ୍ପ, ୟୁକ୍ରେନ୍‌କୁ ସୈନ୍ୟ ସହାୟତା ବନ୍ଦ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ହ୍ଵାଇଟ୍‌ ହାଉସ୍‌ରେ ଝଗଡ଼ା ପରେ ବଡ଼ ଝଟ୍‌କା ଦେଲେ ଟ୍ରମ୍ପ, ୟୁକ୍ରେନ୍‌କୁ ସୈନ୍ୟ ସହାୟତା ବନ୍ଦ

ଆକ୍ସନ୍‌ରେ ଟ୍ରମ୍ପ, ୟୁକ୍ରେନ୍‌କୁ ରୋକିଲେ ସୈନ୍ୟ ସହାୟତା । ହ୍ଵାଇଟ୍ ହାଉସ୍‌ରେ ମତାନ୍ତରର ୩ ଦିନ ପରେ ୟୁକ୍ରେନ୍‌କୁ ଆମେରିକା ଦେଉଥିବା ସୈନ୍ୟ ସହାୟତାକୁ ଟ୍ରମ୍ପ ବନ୍ଦ କରି ଦେଇଛନ୍ତି । ଋଷ ସହ ଲଢ଼ିବା ୟୁକ୍ରେନ୍‌କୁ ଆମେରିକା ଦେଉଥିବା ସହାୟତା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛି । ଏନେଇ ହ୍ଵାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆ ଯାଇଛି ।


ହ୍ଵାଇଟ୍ ହାଉସ୍ ଅଧିକାରୀ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ଚାହୁଁଛନ୍ତି, ୩ ବର୍ଷ ଧରି ଚାଲିଥିବା ଯୁଦ୍ଧ ଶେଷ ହେଉ । ଜେଲେନସ୍କିଙ୍କ ଠାରୁ ମଧ୍ୟ ଏହା ଆଶା ରଖିଛନ୍ତି ଟ୍ରମ୍ପ । ୫ ବର୍ଷ ତଳେ ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ୟୁକ୍ରେନ୍‌କୁ ସୈନ୍ୟ ସହାୟତା ରୋକିବା ସହ ସେତେବେଳ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ୍‌ଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିଲା ମହାଭିଯୋଗ । ସେହିଭଳି ୨୦୨୪ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, କ୍ଷମତାକୁ ଆସିଲେ ଋଷ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବ । ଏବେ ନିର୍ବାଚନ ଜିତିବା ପରେ ଟ୍ରମ୍ପଙ୍କ ଷ୍ଟାଣ୍ଡ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ପକ୍ଷରେ ରହିବା ସହ ଶାନ୍ତି ଓ ଯୁଦ୍ଧ ଶେଷ ଚାହୁଁଛନ୍ତି । ଟ୍ରମ୍ପଙ୍କ କହିବା କଥା ୟୁକ୍ରେନ୍‌ ହିଁ ଶାନ୍ତି ପକ୍ଷରେ ନାହିଁ ।


ସୋମବାର ଚ୍ରମ୍ପ କହିଥିଲେ, ଋଷ ଓ ୟୁକ୍ରେନ୍ ଯୁଦ୍ଧ ଏବେ ସରିବା ସ୍ଥିତିରେ ନାହିଁ । ଟ୍ରମ୍ପଙ୍କ ସହଯୋଗୀ ଜେଲେନସ୍କିଙ୍କ ଉପରେ ଖଣିଜ ଚୁକ୍ତି ଉପରେ ଚାପ ପକାଇବା ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ, ଓଭାଲ ଅଫିସ୍‌ରେ ଜେଲେନସ୍କିଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ ରାଗି ଯାଇଥିଲେ । ଜେଲେନସ୍କି କହିଥିଲେ, ଆମେରିକା ଯାହା କିଛି କରୁଛି ସେଥିପାଇଁ ୟୁକ୍ରେନ୍ କୃତଜ୍ଞ ନୁହେଁ ।


ତେବେ ମୂଳ କଥା ହେଉଛି, ଆମେରିକା ଚାହୁଁଛି ବିନା କୌଣସି ସର୍ତ୍ତରେ ୟୁକ୍ରେନ୍ ଖଣିଜ ଚୁକ୍ତିରେ ହସ୍ତାକ୍ଷର କରୁ । ତେବେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା କଥା ଏହି ଡିଲ୍ ବଦଳରେ ସେ ଦେଶର ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛନ୍ତି । ଆଉ ଯାହାକୁ ନେଇ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଟ୍ରମ୍ପ, ଜେଲେନସ୍କଙ୍କୁ ତୃତୀୟ ବିଶ୍ଵ ଯୁଦ୍ଧ ହେଲେ ଦାୟୀ ରହିବେ ବୋଲି କହିଥିଲେ ।

Trump Pauses Military Aid To Ukraine | Argus News