Videos
|
International

Trump Praises PM Modi / ଭାରତକୁ ଭଲ ବନ୍ଧୁ କହି ପିଏମ୍ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି, ମଞ୍ଚରେ ହଁ କହିଲେ ଶେହବାଜ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଭାରତକୁ ଭଲ ବନ୍ଧୁ କହି ପିଏମ୍ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି, ମଞ୍ଚରେ ହଁ କହିଲେ ଶେହବାଜ

Key Points

ସୋମବାର ଇଜିପ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଶଂସା କରିଛନ୍ତି । କହିଛନ୍ତି, "ଭାରତ ଏକ ମହାନ ଦେଶ ସହିତ ଆମେରିକାର ଶ୍ରେଷ୍ଠ ବନ୍ଧୁ । ଭାରତ ଭଲ କାମ କରୁଛି ।"

କାଇରୋ: ବିଶ୍ଵ ମଞ୍ଚରେ ଭାରତକୁ ପ୍ରଶଂସା । ଭାରତକୁ ଭଲ ବନ୍ଧୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି । ସୋମବାର ଇଜିପ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଶଂସା କରିଛନ୍ତି । କହିଛନ୍ତି, "ଭାରତ ଏକ ମହାନ ଦେଶ ସହିତ ଆମେରିକାର ଶ୍ରେଷ୍ଠ ବନ୍ଧୁ । ଭାରତ ଭଲ କାମ କରୁଛି ।"


ଗାଜାରେ ଇସ୍ରାଏଲ୍-ହମାସ୍ ଯୁଦ୍ଧ ବିରତିକୁ ନେଇ ଇଜିପ୍ଟରେ ଆୟୋଜିତ ବିଶ୍ଵ ନେତା ସମ୍ମିଳନୀକୁ ସମ୍ବୋଧନ ବେଳେ ଟ୍ରମ୍ପ ଏ କଥା କହିଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି, "ମୁଁ ଭାବୁଛି ଭାରତ ଏବଂ ପାକିସ୍ତାନ ଏକାଠି ମିଶିଲେ ବହୁତ ଭଲରେ ରହିବେ ।"


ଏଥିସହ ପଢ଼ନ୍ତୁ: ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହି ମଞ୍ଚରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଠିକ୍ ଟ୍ରମ୍ପଙ୍କ ପଛରେ ଛିଡ଼ା ହୋଇଥିଲେ । ଭାରତର ପ୍ରଶଂସା କରି କରି ଶେହବାଜଙ୍କୁ ପଚାରିଥିଲେ ଟ୍ରମ୍ପ । ଆଉ ଭରା ମଞ୍ଚରେ ଟ୍ରମ୍ପଙ୍କ କଥାରେ ମୁଣ୍ଡ ହଲେଇ ହଁ ଭରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ । ମଞ୍ଚରେ ଥିବା ଅନ୍ୟ ରାଷ୍ଟ୍ରର ନେତା ବି ହାଲକା ହସିଥିଲେ । ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।



ଉକ୍ତ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜଙ୍କୁ ବକ୍ତବ୍ୟ ରଖିବାକୁ କହିଥିଲେ । ଯେଉଁଥିରେ ଶେହବାଜ, ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ରୋକିବା ଶ୍ରେୟ ଟ୍ରମ୍ପଙ୍କୁ ଦେଇଥିଲେ ।


ଆହୁରି ପଢ଼ନ୍ତୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ, ବୈଠକ ପୂର୍ବରୁ କଲେ ଭୂରି ଭୂରି ପ୍ରଶଂସା


ଶେହବାଜ କହିଥିଲେ, "ଯଦି ଏହି ମହାନ ବ୍ୟକ୍ତି ତାଙ୍କ ଅଦ୍ଭୁତ ଟିମ୍ ସହ ସେହି ୪ ଦିନ ମଧ୍ୟରେ ହସ୍ତକ୍ଷେପ କରି ନଥାନ୍ତେ ତ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ଏଭଳି ସ୍ତରକୁ ଯାଇଥାନ୍ତା । ଯେଉଁଠି ଆଉ କେହି ଜୀବିତ ନଥାନ୍ତେ, କ'ଣ ହୋଇଥିଲା କହିବା ଲାଗି ।"


ଏହା ପୂର୍ବରୁ ଟ୍ରମ୍ପ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ରୋକିଥିବା କ୍ରେଡିଟ୍ ନିଜକୁ ଦେଇଛନ୍ତି । ତେବେ ଏହାକୁ ଭାରତ ବାରମ୍ବାର ଖଣ୍ଡନ କରି ଆସୁଛି । ଭାରତ କହୁଛି, ଦୁଇ ଦେଶର ସେନାର DGMO ପରସ୍ପର ଆଲୋଚନା ପରେ ସ୍ଥିତି ଶାନ୍ତ ହୋଇଥିଲା । ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନଥିଲା ।

Donald Trump Praises India, Calls PM Modi a Great Friend | Argus News | Argus News