Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୯୦ ମିନିଟ୍ ଧରି କଥା ହେଲେ ଟ୍ରମ୍ପ-ପୁଟିନ୍; ୟୁକ୍ରେନ୍‌କୁ ନେଇ ନୂଆ ରଣନୀତି...

International

Trump Putin Talks / ୯୦ ମିନିଟ୍ ଧରି କଥା ହେଲେ ଟ୍ରମ୍ପ-ପୁଟିନ୍; ୟୁକ୍ରେନ୍‌କୁ ନେଇ ନୂଆ ରଣନୀତି...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୯୦ ମିନିଟ୍ ଧରି କଥା ହେଲେ ଟ୍ରମ୍ପ-ପୁଟିନ୍; ୟୁକ୍ରେନ୍‌କୁ ନେଇ ନୂଆ ରଣନୀତି...
New Strategy Emerges on Ukraine Conflict

Key Points

ଟ୍ରମ୍ପ ଓ ପୁଟିନ୍‌ଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍ ଧରି ଫୋନ୍‌ କଲ୍‌ରେ କଥାବାର୍ତ୍ତା ହୋଇଛି । ୯୦ ମିନିଟ୍‌ର ଆଳୋଚନାରେ ଯୁଦ୍ଧ ଶେଷ କରିବା ନେଇ ପଦକ୍ଷେପ ଉପରେ ଚର୍ଚ୍ଚା କରିଛନ୍ତି ଦୁଇ ନେତା ।
ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ ଶନିବାର ଫୋନ୍‌ରେ କଥା ହୋଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କିଙ୍କ ସହ ମଧ୍ୟ କଥା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କୁହାଯାଉଛି, ଏହି ଆଲୋଚନାରେ ଟ୍ରମ୍ପ, ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ଗୁରୁତ୍ଵ ଦେଇଛନ୍ତି ।

କ୍ରେମଲିନ୍ ଅନୁସାରେ, ଟ୍ରମ୍ପ ଓ ପୁଟିନ୍‌ଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍ ଧରି ଫୋନ୍‌ କଲ୍‌ରେ କଥାବାର୍ତ୍ତା ହୋଇଛି । ୯୦ ମିନିଟ୍‌ର ଆଳୋଚନାରେ ଯୁଦ୍ଧ ଶେଷ କରିବା ନେଇ ପଦକ୍ଷେପ ଉପରେ ଚର୍ଚ୍ଚା ହୋଇଛି । ଏହି ଅବସରରେ ପୁଟିନ୍, ଟ୍ରମ୍ପଙ୍କୁ ଆମେରିକାର ୨୫୦ତମ ସ୍ଵାଧୀନତା ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ; ଗୋଟିଏ ଆକ୍ରମଣରେ ଇରାନକୁ ଶେଷ କରିଦେବୁ 

କ'ଣ କହିଲା ଋଷ ?

କ୍ରେମଲିନ୍‌ର ବିଦେଶ ନୀତି ପରାମର୍ଶଦାତା ୟୁରୀ ଉଶାକୋବ କହିଛନ୍ତି, "ୟୁ୍ରେନ୍ ଚୁକ୍ତି ଉପରେ ଦୁଇ ନେତ କତା ହୋଇଛନ୍ତି । ଜୁଲାଇ ୭-୮େ ତୁର୍କୀରେ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀକୁ ଧ୍ୟାନରେ ରଖା ଯାଇଛି ।"

ଶତ୍ରୁତା ଶୀଘ୍ର ସମାପ୍ତ କରିବା ଓ ସଂକଟର ରାଜନୈତକ ସମାଧାନ ପାଇଁ ଟ୍ରମ୍ପ ତତ୍ପରତା ପ୍ରକାଶ କରିଛନ୍ତି । ଯୁଦ୍ଧ କ୍ଷେତ୍ରର ବର୍ତ୍ତମାନ ସ୍ଥିତି ବାବଦରେ ଟ୍ରମ୍ପଙ୍କୁ ଅବଗତ କରାଯାଇଛି । ରାଜନୈତିକ-କୂଟନୀତିକ ମାଧ୍ୟମରେ ସମସ୍ୟା ସମାଧାନ ଉପରେ ଋଷ ପ୍ରାଥମିକତା ଦେଉଥିବା କହିଛି ।

ମଧ୍ୟସ୍ଥତା କରିବ ଆମେରିକା

ସୂଚନା ଅନୁସାରେ, ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଓ ଜେରେଡ କୁଶନ ମସ୍କୋ ଓ କିଭ୍ ମଧ୍ୟରେ ଚୁକ୍ତି ପାଇଁ ମଧ୍ୟସ୍ଥତା ପ୍ରୟାସ ଆଗକୁ ବଢ଼ାଇବା ଲାଗି ଟ୍ରମ୍ପ ସଂକେତ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଅୟାତୁଲ୍ଲା ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାରେ ଦେଖା ଗଲେନି ମୋଜତବା, ଉଠିଲା ଅନେକ ପ୍ରଶ୍ନ 

ଆବଶ୍ୟତ ପଡ଼ିଲେ ଷ୍ଟିଭ ମସ୍କୋ ମଧ୍ୟ ଯିବେ । ଆଲୋଚନା ବେଳେ ପୁଟିନ୍ ଇରାନ ସଂକଟରେ ଆମେରିକାର କୂଟନୀତିକ ଭୂମିକାର ପ୍ରଶଂସା କରିଛନ୍ତି । ଟ୍ରମ୍ପଙ୍କୁ ମସ୍କୋ ଆସିବାକୁ ଆମନ୍ତ୍ରଣ ଦେଇଛନ୍ତି ପୁଟିନ୍ ।

ସୂଚନାଯୋଗ୍ୟ, ତୁର୍କୀରେ ମଙ୍ଗଳବାର ଠାରୁ ଆରମ୍ଭ ହେବ ନାଟୋ ଶିଖର ସମ୍ମିଳନୀ । ଉକ୍ତ ସମ୍ମିଳନୀରେ ୟୁକ୍ରେନ୍‌କୁ ସମର୍ଥନ ଓ ଋଷର ଆକ୍ରମଣ ପ୍ରସଙ୍ଗ ଉଠିବା ଆଶଙ୍କା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored