Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ୍ ନ ମିଳିବା ପରେ ଆସିଲା ଆମେରିକାର ପ୍ରଥମ ପ୍ରତିକ୍ରିୟା

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ୍ ନ ମିଳିବା ପରେ ଆସିଲା ଆମେରିକାର ପ୍ରଥମ ପ୍ରତିକ୍ରିୟା

Key Points

ଟ୍ରମ୍ପଙ୍କୁ ଶାନ୍ତି ପାଇଁ ନୋବେଲ୍ ନ ମିଳିବା ପରେ ଆମେରିକା ରଖିଛି ପ୍ରଥମ ପ୍ରତିକ୍ରିୟା । ଶାନ୍ତି ଉପରେ ରାଜନୀତିକୁ ନୋବେଲ୍ କମିଟି ବାଛିଥିବା କହିଛି ହ୍ଵାଇଟ୍ ହାଉସ୍ ।

ୱାଶିଂଟନ: ଶାନ୍ତି ପାଇଁ ନୋବେଲ୍ ପାଇଲେ ଭେନେଜୁଏଲାର ମାରିଆ କୋରିନା ମଚାଡୋ । ଟ୍ରମ୍ପଙ୍କୁ ଶାନ୍ତି ପାଇଁ ନୋବେଲ୍ ନ ମିଳିବା ପରେ ଆମେରିକା ରଖିଛି ପ୍ରଥମ ପ୍ରତିକ୍ରିୟା । ଶାନ୍ତି ଉପରେ ରାଜନୀତିକୁ ନୋବେଲ୍ କମିଟି ବାଛିଥିବା କହିଛି ହ୍ଵାଇଟ୍ ହାଉସ୍ ।

ହ୍ଵାଇଟ୍ ହାଉସ୍ ଆହୁରି କହିଛି, "ଆମେରିକା ରାଷ୍ଟ୍ରପତି ଶାନ୍ତି ଚୁକ୍ତି କରିବା ଜାରି ରଖିବେ ଏବଂ ଯୁଦ୍ଧ ଶେଷ କରିବା ପାଇଁ କାର୍ଯ୍ୟ କରିବେ । ଯେଭଳି ଜୀବନ ବଞ୍ଚାଇ ଦିଆଯାଇ ପାରିବ ।" ଆମେରିକାର ଏଭଳି ମନ୍ତବ୍ୟକୁ ନେଇ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି ।


ଏଥିସହ ପଢ଼ନ୍ତୁ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା


ହ୍ଵାଇଟ୍ ହାଉସର ଯୋଗାଯୋଗ ନିର୍ଦ୍ଦେଶକ Xରେ ପୋଷ୍ଟ କରି ଲେଖିଛନ୍ତି, "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗକୁ ମଧ୍ୟ ଶାନ୍ତି ଚୁକ୍ତି କରିବା ଜାରି ରଖିବେ । ତାଙ୍କ ପାଖରେ ଏକ ମାନବତା ହୃଦୟ ରହିଛି । ସେ ତାଙ୍କ ଇଚ୍ଛାଶକ୍ତିରେ ପାହାଡ଼କୁ ମଧ୍ୟ ଦୋହଲାଇ ଦେଇ ପାରିବେ ।"

ବୟାନରେ ହ୍ଵାଇଟ୍ ହାଉସ୍, ନୋବେଲ୍ କମିଟି ଉପରେ ପ୍ରଶ୍ନ ଛିଡ଼ା କରିଛି । କହିଛି, "ନୋବେଲ କମିଟି ପୁଣି ସାବ୍ୟସ୍ତ କରିଛି ଶାନ୍ତ ଜାଗାରେ ରାଜନୀତିକୁ ସ୍ଥାନ ଦିଆଯିବ ।" ସୂଚନାଯୋଗ୍ୟ, ଭେନେଜୁଏଲାର ବିପକ୍ଷ ନେତା ମଚାଡୋଙ୍କୁ ୨୦୨୫ ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ମିଳିଛି । ମଚାଡୋଙ୍କୁ ଏହି ପୁରସ୍କାର ଗଣତନ୍ତ୍ରକୁ ପ୍ରୋତ୍ସାହନ ଦେବାକୁ ମିଳିଥିବା ବେଳେ ଅନେକ ଦେଶରେ ତାନାସାହି ଶାସନ ଚାଲିଛି ।


ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଭାବେ ମଚାଡୋଙ୍କୁ ୧.୨ ମିଲିୟନ୍ ଡଲାର୍ ମିଳିବ । ନୋବେଲ୍ କମିଟି କହିଛି, ମଚାଡୋ ଭେନେଜୁଏଲାରେ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ତାନାସାହିରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ଭାବେ ହାସଲ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କୁ ଆଇନା ଦେଖାଇଲେ ଆମେରିକା ସାଂସଦ, ଭାରତର ସହ ସମ୍ପର୍କ ତୁରନ୍ତ ସୁଧାର ନଚେତ୍....


ପୂର୍ବରୁ ଟ୍ରମ୍ପ ନିଜେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ବାରମ୍ବାର ବିଭିନ୍ନ ମଞ୍ଚରେ କହୁଥିଲେ । ଏମିତି କି ସେ କହିଥିଲେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା କିଛି ନ କରି ନୋବେଲ ପାଇଛନ୍ତି ସେ ସାତଟି ଯୁଦ୍ଧ ସମାପ୍ତ କରିଛନ୍ତି । ତେଣୁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍ । ତେବେ ଗୋଟିଏ ନୁହେଁ ବରଂ ସେ ଏହା ମଧ୍ୟ କହିଥିଲେ କି ସାତଟି ଯୁଦ୍ଧ ସମାପ୍ତ କରିଥିବାରୁ ତାଙ୍କୁ ସାତଟି ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ ।


ଟ୍ରମ୍ପ ଅନେକ ଥର ଦାବି କରିଥିଲେ ଯେ, ସେ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧ ବନ୍ଦ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି, "ସେ ଭାରତ-ପାକିସ୍ତାନ, ଥାଇଲ୍ୟାଣ୍ଡ-କମ୍ବୋଡିଆ, ଆର୍ମେନିଆ-ଆଜରବାଇଜାନ, କୋସୋଭୋ-ସର୍ବିଆ, ଇସ୍ରାଏଲ-ଇରାନ, ମିଶର-ଇଥିଓପିଆ, ରୱାଣ୍ଡା-କଙ୍ଗୋ ଭଳି ଅନେକ ଯୁଦ୍ଧକୁ ରୋକିଛନ୍ତି । ସେଥିମଧ୍ୟରୁ ୬୦ ପ୍ରତିଶତ ଯୁଦ୍ଧ ବାଣିଜ୍ୟ ଯୋଗୁଁ ରୋକି ଦିଆଯାଇଛି ବୋଲି ସେ ବାରମ୍ବାର କହୁଥିଲେ । କିନ୍ତୁ ଏବେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପରେ ଟ୍ରମ୍ପଙ୍କ ନୋବେଲ ସ୍ଵପ୍ନ, ସ୍ଵପ୍ନରେ ରହିଯାଇଛି ।

Related Topics

Explore more stories

Sponsored
Trump Reacts as Maria Machado Wins 2025 Nobel Peace Prize | Argus News | Argus News