Donald Trump Hanuman Chalisa / ହନୁମାନ ଚାଳିଶା ପଢ଼ିବେ ଟ୍ରମ୍ପ ? ଦୀପାବଳିରେ ଭାରତୀୟଙ୍କଠାରୁ ମିଳିଲା ବଡ଼ ଉପହାର
·1 hour ago·2 min read

Key Points
ଏବେ ହନୁମାନ ଚାଳିଶା ପଢ଼ିବେ ଡୋନାଲ୍ଡ ଟ୍ରମ୍ପ !
ହ୍ୱାଇଟ୍ ହାଉସ୍ରେ ଧୁମ୍ଧାମ୍ରେ ପାଳନ ହେଲା ଦୀପାବଳି
ଟ୍ରମ୍ପଙ୍କୁ ଭାରତୀୟ ଦେଲେ ହନୁମାନ ଚାଳିସା ଉପହାର

ଭାରତରେ ଦୀପାବଳି ପର୍ବକୁ ନେଇ ସବୁଠି ଉତ୍ସବର ମାହୋଲ । ବଜାରଘାଟଠାରୁ ଆରମ୍ଭ କରି ଘରଦ୍ୱାର ସବୁଠି ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି । କେବଳ ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଦୀପାବଳି ପାଳନ କରାଯାଉଛି । ଏହି ଅବସରରେ ଆମେରିକାର ହ୍ୱାଇଟ୍ ହାଉସ୍ରେ ମଧ୍ୟ ଧୁମ୍ଧାମରେ ପାଳନ ହୋଇଛି ଦୀପାବଳି ଉତ୍ସବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ପରମ୍ପରାକୁ ଜାରି ରଖିଛନ୍ତି ।
ଏଥର ହ୍ୱାଇଟ୍ ହାଉସ୍ର ଓଭାଲ୍ ଅଫିସ୍ରେ ନିଆରା ଢଙ୍ଗରେ ଦୀପାବଳି ପାଳନ କରାଯାଇଥିଲା । ଏହି ଉତ୍ସବରେ ଆମେରିକାର ରାଷ୍ଟ୍ରପତି କାର୍ଯ୍ୟାଳୟରେ ଭାରତୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା ।
ଏହି ଅବସରରେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ବିଶାଳ ଗୋଣ୍ଡାଲ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତୁଳସୀଦାସଙ୍କ ରଚିତ ହନୁମାନ ଚାଳିଶାର ଏକ କପି ଉପହାର ଦେଇଥିଲେ । ଏହି ଉପହାର ପରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶାଳ ଗୋଣ୍ଡାଲ ନିଜ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ସହ ସାକ୍ଷାତର ଅନୁଭୂତି ସେୟାର କରିଛନ୍ତି। ଓଭାଲ୍ ଅଫିସ୍ରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦୀପାବଳି ପାଳନ କରିବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭବ ଥିଲା ବୋଲି ସେ କହିଛନ୍ତି ।
ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଏହି ଦୀପାବଳି ସମାରୋହରେ ଭାରତୀୟ ବଂଶୋଦ୍ଭବ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ମିସେଲିନ୍ ଷ୍ଟାର୍ ସେଫ୍ ବିକାଶ ଖାନ୍ନା ଏବଂ କାନାଡାର ପୂର୍ବତନ ସାଂସଦ ରୁବି ଢଲ୍ଲା ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଦୀପାବଳି ଉତ୍ସବ ମଧ୍ୟରେ ଆମେରିକା ପ୍ରଶାସନରେ ଏକ ବଡ଼ ପରିବର୍ତ୍ତନର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ରାଷ୍ଟ୍ରପତି ଟ୍ରମ୍ପ ନିଜର ଘନିଷ୍ଠ ସହଯୋଗୀ ତଥା ବର୍ତ୍ତମାନର ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଫେନ୍ ମିଲରଙ୍କୁ ହ୍ୱାଇଟ୍ ହାଉସ୍ର ପରବର୍ତ୍ତୀ ଚିଫ୍ ଅଫ୍ ଷ୍ଟାଫ୍ ଭାବେ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ ।
Related Topics
Explore more stories