Videos
|
International

Iran US Conflict / ଇରାନ-ଆମେରିକା ତିକ୍ତତା ବଢ଼ିଲା, କ୍ୟାମ୍ପ ଡେଭିଡରୁ ହ୍ଵାଇଟ ହାଉସ୍ ଫେରିଲେ ଡୋନାଲ୍ଡ ଟ୍ରମ୍ପ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଇରାନ-ଆମେରିକା ତିକ୍ତତା ବଢ଼ିଲା, କ୍ୟାମ୍ପ ଡେଭିଡରୁ ହ୍ଵାଇଟ ହାଉସ୍ ଫେରିଲେ ଡୋନାଲ୍ଡ ଟ୍ରମ୍ପ
Trump Cuts Short Camp David Stay

Key Points

ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୱିକେଣ୍ଡ କାର୍ଯ୍ୟକ୍ରମ ଅଧାରୁ ହ୍ୱାଇଟ୍ ହାଉସ ଫେରି ଆସିଛନ୍ତି ।
ନୂଆଦିଲ୍ଲୀ: ଇରାନର ୭ ସର୍ତ୍ତ । ନିର୍ଣ୍ଣାୟକ ଯୁଦ୍ଧ ଧମକ । ୱିକେଣ୍ଡ ଛୁଟି ଅଧାରୁ ଫେରି ଆସିଲେ ଟ୍ରମ୍ପ । ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୱିକେଣ୍ଡ କାର୍ଯ୍ୟକ୍ରମ ଅଧାରୁ ହ୍ୱାଇଟ୍ ହାଉସ ଫେରି ଆସିଛନ୍ତି ।

ଟ୍ରମ୍ପ ଶନିବାର କ୍ୟାମ୍ପ ଡେଭିଡରୁ ୱାଶିଂଟନ ଫେରି ଆସିଥିବା ଜଣାପଡ଼ିଛି । ତାଙ୍କର ମୂଳ କାର୍ଯ୍ୟକ୍ରମ ଅନୁସାରେ, ଟ୍ରମ୍ପ ରବିବାର ଫେରିବାର ଥିଲା । ତେବେ କାର୍ଯ୍ୟକ୍ରମରେ କାହିଁକି ପରିବର୍ତ୍ତନ କରାଗଲା, ସେ ନେଇ ହ୍ଵାଇଟ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଏଥିସହ ପଢ଼ନ୍ତୁ: ସମୂହ ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ୧୫ ମୃତ; ଆତଙ୍କରେ ଦୌଡ଼ିଲେ ଲୋକେ 

ଇରାନର ୭ ସର୍ତ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇରାନ-ଆମେରିକା ସହ ଯୁଦ୍ଧ ଶେଷ କରିବା ପାଇଁ ୭ଟି ସର୍ତ୍ତ ରଖିଛି । ମଧ୍ୟସ୍ଥତା କରୁଥିବା ତାର ଜରିଆରେ ଏହି ସର୍ତ୍ତଗୁଡ଼ିକ ଆମେରିକା ପାଖରେ ପହଞ୍ଚିଥିବା କୁହାଯାଇଛି । ଇରାନର ସର୍ତ୍ତ ମଧ୍ୟରେ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ, ଅଟକାଇ ରଖାଯାଇଥିବା ଇରାନର ଅର୍ଥ ମୁକ୍ତ କରିବା ଏବଂ ହର୍ମୁଜରେ ନାକାବନ୍ଦୀ ହଟାଇବା ଭଳି ଦାବି ରହିଛି । ସର୍ତ୍ତ ଗ୍ରହଣ ନହେଲେ ଇରାନ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ଚେତାବନୀ ଦେଇଛି ।

ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ନାଗରିକଙ୍କ ପାଇଁ ଆମେରିକା ବିଦେଶ ବିଭାଗ ସୁରକ୍ଷା ସତର୍କତା ଜାରି କରିଛି । ଇରାକ, ବାହାରିନ, ଓମାନ, ସାଉଦି ଆରବ, ଇରାନ, କତାର, ଲେବାନନ, କୁଏତ ଓ ଜୋର୍ଡାନରେ ଥିବା ଆମେରିକୀୟମାନଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି । ଅଞ୍ଚଳରୁ ଯାତ୍ରା କରିବା କିମ୍ବା ଅଞ୍ଚଳ ଦେଇ ଯାତ୍ରା କରିବା ନେଇ ମଧ୍ୟ ଆମେରିକୀୟ ନାଗରିକଙ୍କୁ ପୁଣି ଥରେ ଭାବିବାକୁ ପରାମର୍ଶ ଦିଆଯାଇଛି ।

ଆମେରିକା କହିଛି, "ତିକ୍ତତା ଯୋଗୁଁ କିଛି ଫ୍ଲାଇଟ୍ ବାତିଲ ହୋଇପାରେ ଏବଂ ଏୟାରସ୍ପେସ୍ ବନ୍ଦ ହେବାର ସମ୍ଭାବନା ରହିଛି । ତେଣୁ ଯାତ୍ରୀମାନଙ୍କୁ ବିମାନବନ୍ଦର ଓ ଏୟାରଲାଇନ୍ସର ସଦ୍ୟ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି ।"

ରିୟାଧରେ ମିସାଇଲ୍ ମାଡ଼

ଏହି ମଧ୍ୟରେ ଇରାନ ସମର୍ଥିତ ହୁତି ଗୋଷ୍ଠୀ ଓ ସାଉଦି ଆରବ ମଧ୍ୟରେ ମଧ୍ୟ ସଂଘର୍ଷ ବଢ଼ିଛି । ସାଉଦି ନେତୃତ୍ୱାଧୀନ ମେଣ୍ଟ କହିଛି, ହୁତିମାନେ ରିୟାଧ ଆଡ଼କୁ ବାଲିଷ୍ଟିକ୍ ମିସାଇଲ୍ ଛାଡ଼ିଥିଲେ ଏବଂ ଏହାକୁ ମଝିରେ ହିଁ ଅଟକାଇ ଦିଆଯାଇଛି । ରିୟାଧ ନିକଟରେ ଧୂଆଁ ଓ ନିଆଁ ଦେଖାଯାଇଛି ।

ଏଥିସହ ପଢ଼ନ୍ତୁ: ମହିଳା ବେଶରେ ଲୁଚିଥିଲା ସନ୍ଦିଗ୍ଧ ହତ୍ୟାକାରୀ, ଧରାପଡ଼ିବା ପରେ କହିଲା ‘୮୦ ଜଣଙ୍କୁ ମାରିଛି’ ! 

ଆମେରିକା ବିଦେଶ ବିଭାଗ କହିଛି ଯେ, "ଏହି ସାମରିକ ସଂଘର୍ଷ ଶୀଘ୍ର ବଢ଼ିପାରେ। ଇରାନ ଓ ତାହାର ସମର୍ଥକ ଗୋଷ୍ଠୀ ବିଦେଶରେ ଥିବା ଆମେରିକୀୟ ସମ୍ପତ୍ତି, ବ୍ୟବସାୟ ଓ ଆମେରିକୀୟ ନାଗରିକଙ୍କ ସହ ଜଡ଼ିତ ସ୍ଥାନକୁ ଟାର୍ଗେଟ୍ କରିପାରନ୍ତି ।"

ଏଭଳି ସ୍ଥିତିରେ ଟ୍ରମ୍ପଙ୍କ କ୍ୟାମ୍ପ ଡେଭିଡ୍ କାର୍ଯ୍ୟକ୍ରମ ଅଧାରୁ ଶେଷ କରି ହ୍ୱାଇଟ୍ ହାଉସ ଫେରିଛନ୍ତି । ଯାହା ଦର୍ଶାଉଛି, ଇରାନକୁ ଆମେରିକା ଆଉ ହାଲୁକାରେ ନେଉ ନାହିଁ । ତେବେ ଟ୍ରମ୍ପଙ୍କ ଏହି ଯାତ୍ରା ପରିବର୍ତ୍ତନର କାରଣ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ ।