Donald Trump / ପୁଟିନ୍ଙ୍କ ଉପରେ ଟ୍ରମ୍ପଙ୍କ ବଡ଼ ଆକ୍ସନ୍, ଋଷର ତେଲ କମ୍ପାନୀ ଉପରେ ଲାଗିଲା କଟକଣା
·8 months ago·2 min read

Key Points
ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ ନକରିବାରୁ ପୁଟିନ୍ ଙ୍କ ଉପରେ ଟ୍ରମ୍ଫ ଙ୍କର ବଡ ଆକ୍ସନ୍ । ରୁଷିଆନ୍ ତେଲ କମ୍ପାନୀ ଉପରେ ଲଗାଇଲେ କଟକଣା।
ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହେବାରୁ ପୁଟିନ୍ଙ୍କ ଉପରେ ଟ୍ରମ୍ପଙ୍କର ବଡ଼ ଆକ୍ସନ। ହଂଗେରୀ ଆଲୋଚନା ରଦ୍ଦ କରିବା ପରେ ଋଷର ତେଲ କମ୍ପାନୀ ଉପରେ କଟକଣା ଘେଷଣା କରିଛନ୍ତି ଟ୍ରମ୍ପ । ଋଷର ଦୁଇ ଦୁଇଟି ସବୁଠାରୁ ବଡ଼ ତୈଳ କମ୍ପାନୀ ରୋସନେଫ୍ଟ୍ ଓ ଲୁକୋଇଲ୍ ଉପରେ ବିପୁଳ ସାଙ୍କସନ୍ ଲଗାଇଛନ୍ତି । ପୁଟିନ୍ ଯୁଦ୍ଧ ବନ୍ଦ କରିବାକୁ ଅରାଜି ହେବା ଟ୍ରମ୍ପଙ୍କ ରାଗକୁ ବଢାଇଛି ବୋଲି ଜଣାପଡ଼ିଛି । ଆଲାସ୍କାରେ ପୁଟିନ୍ଙ୍କ ସହିତ ଶାନ୍ତି ଚୁକ୍ତି ଫେଲ୍ ହେବା ପରେ ହଂଗେରୀରେ ଯୁଦ୍ଧ ବିରତି ନେଇ ଆଲୋଚନା କରିବାକୁ ପୁଟିନ୍ ଅନିଚ୍ଛା ପ୍ରକାଶ କରିବା ଏବଂ ୟୁକ୍ରେନ୍ ସୀମାରୁ ହଟିବା ପାଇଁ ସର୍ତ୍ତ ରଖିବା ପରେ ଦୁଇ ମହାଶକ୍ତି ମଧ୍ୟରେ ଶୀତଳ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି ।
ତେବେ ଋଷ ସହିତ ବିନା କୌଣସି ଆଲୋଚନା ବିନା ଅଏଲ୍ ସାଙ୍କସନ୍ ଲଗାଇବାକୁ ନେଇ ଋଷ୍ ପକ୍ଷରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନିନ୍ଦା କରାଯାଇଛି । ୟୁକ୍ରେନ୍ ସହ ଯୁଦ୍ଧ ବନ୍ଦ କରିବା ସର୍ତ୍ତମୂଳକ ବୋଲି ଋଷ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଋଷ୍ ଉପରେ ଯୁଦ୍ଧ ବିରତି କରିବାରେ ଚାପ ସୃଷ୍ଟି କରିବ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।
ଋଷ୍ ୟୁକ୍ରେନ୍ ମଧ୍ୟରେ ଜିଦ୍ର ସର୍ତ୍ତ ଭିତରେ ଯୁଦ୍ଧ ବିରତି ହୋଇପାରି ନଥିବା ବେଳେ ପୁଟିନ୍ ବିଶ୍ବକୁ ପୁଣିଥରେ ନ୍ୟୁକ୍ଲିଅର ଶକ୍ତି ଦେଖାଇଛନ୍ତି । ବ୍ଲାକ୍ ସି’ରେ ପୁଣିଥରେ ଋଷ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଲଞ୍ଚ କରିଥିଲା। ଋଷ ଏହାର ସବୁଠାରୁ ଉନ୍ନତ ପରମାଣୁ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ ୟାର୍ସ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି । ଏପରି କରି ୟୁକ୍ରେନ୍ ସମର୍ଥିତ ଟ୍ରମ୍ପ ଏବଂ ନାଟୋଦେଶମାନଙ୍କୁ ଏକ ପ୍ରକାର ଚ୍ୟାଲେଞ୍ଜ କରିଛନ୍ତି ପୁଟିନ୍ ।
ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ପୁଟିନଙ୍କ ଦବାବକୁ ସାମନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମେ ଆମେରିକାଠାରୁ ଟମହାକ୍ କ୍ଷେପଣାସ୍ତ୍ର ଆଣିବା ଏବଂ ବାରମ୍ଭାର ବ୍ଲାକ୍ ସି’ରେ ସି ବେବି ନାଭାଲ୍ ଡ୍ରୋନ୍ ଲଞ୍ଚ କରିଛି ୟୁକ୍ରେନ୍ । ଏହାର କାର୍ଯ୍ୟକ୍ଷମତା ପୁଟିନ୍ ଏବଂ ତାଙ୍କର ବ୍ଲାକ୍ ସି’ରେ ନିୟନ୍ତ୍ରଣ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଦୁଇ ଦେଶର ପୱାର ସୋ’ ଏକ ଲମ୍ବା ଯୁଦ୍ଧର ସମ୍ଭାବନାକୁ ନିଶ୍ଚିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories