Trump Hormuz Map / ହର୍ମୁଜ୍କୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା ! ମ୍ୟାପ୍ରେ ଲେଖିଲେ ‘NEW U.S. TERRITORY’
·1 hour ago·2 min read

Key Points
ହର୍ମୁଜ୍ ଉପରେ ଆମେରିକାର ଦାବି ?
ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା
ମ୍ୟାପ୍ରେ ଲେଖିଲେ ‘NEW U.S. TERRITORY’

ହଠାତ୍ ବଦଳିଗଲା ହର୍ମୁଜ୍ର ନକ୍ସା ! ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ମ୍ୟାପ୍ ପୋଷ୍ଟ କରି ଇରାନ୍ ଓ ଓମାନ୍ ମଧ୍ୟରେ ଥିବା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍କୁ ‘NEW U.S. Territory’ ବୋଲି ଦର୍ଶାଇଛନ୍ତି । ଟ୍ରମ୍ପଙ୍କ ଏହି ଦାବି ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଛି । ଇରାନ୍ ମଧ୍ୟ ସ୍ପଷ୍ଟ କରିଛି ଯେ ଆମେରିକା ତା’ର ସର୍ତ୍ତ ମାନିନଥିବା ପର୍ଯ୍ୟନ୍ତ ହର୍ମୁଜ୍ ଖୋଲାଯିବ ନାହିଁ ।
ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ତିକ୍ତତା ଏବେ ଆହୁରି ବଢ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ଏକ ମ୍ୟାପ୍ ପୋଷ୍ଟ କରି ଏହାକୁ ‘NEW U.S. Territory’ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଏହି ପୋଷ୍ଟ ଏମିତି ସମୟରେ ଆସିଛି, ଯେତେବେଳେ ହର୍ମୁଜ୍କୁ ନେଇ ଆମେରିକା ଓ ଇରାନ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି କ। କିଛି ଦିନ ପୂର୍ବରୁ ମଧ୍ୟ ଟ୍ରମ୍ପ କହିଥିଲେ ଯେ ଆମେରିକା ହର୍ମୁଜ୍ ଉପରେ ନିୟନ୍ତ୍ରଣ ରଖିଛି ଏବଂ ଏହାକୁ ଆମେରିକାର ଅଞ୍ଚଳ ଘୋଷଣା କରିବା ନେଇ ସେ ବିଚାର କରୁଛନ୍ତି ।
ଇରାନ୍ର କଡ଼ା ଜବାବ
ଟ୍ରମ୍ପଙ୍କ ଦାବିକୁ ଇରାନ୍ ପକ୍ଷରୁ ମଧ୍ୟ ଖାରଜ କରାଯାଇଛି । ଇରାନ୍ର ଅଧିକାରୀମାନେ କହିଛନ୍ତି ଯେ ଆମେରିକା ନିଜ ସର୍ତ୍ତ ପୂରଣ ନକରିବା ପର୍ଯ୍ୟନ୍ତ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଖୋଲାଯିବ ନାହିଁ ।
ହର୍ମୁଜ୍କୁ ନେଇ କାହିଁକି ଏତେ ବିବାଦ ?
ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବିଶ୍ୱର ଏକ ଅତ୍ୟନ୍ତ ରଣନୈତିକ ସମୁଦ୍ରପଥ । ଏଠାରେ ଚାଲିଥିବା ଅଚଳାବସ୍ଥା ଯୋଗୁଁ ଅନ୍ତର୍ଜାତୀୟ ତେଲ ଯୋଗାଣ ଓ ବଜାର ଉପରେ ଚାପ ବଢ଼ିଛି। ମଙ୍ଗଳବାର ତେଲ ଦର ମଧ୍ୟ ପ୍ରାୟ ତିନି ସପ୍ତାହର ସର୍ବୋଚ୍ଚ ସ୍ତର ନିକଟକୁ ପହଞ୍ଚିଥିଲା ।
ଏପଟେ ଆମେରିକା ନୌସେନାର ନାକାବନ୍ଦୀକୁ ନେଇ ଦୁଇ ଦେଶର ମଧ୍ୟରେ ତିକ୍ତତା ଜାରି ରହିଛି । ଇରାନ୍ ମଧ୍ୟ ନିଜ ଆଭିମୁଖ୍ୟ ଆହୁରି କଠୋର କରିବାର ସଙ୍କେତ ଦେଇଛି ।
ଏବେ ବଢ଼ୁଛି ବିଶ୍ୱ ଚିନ୍ତା
ଟ୍ରମ୍ପଙ୍କ ‘NEW U.S. Territory’ ମ୍ୟାପ୍ ପୋଷ୍ଟ ପରେ ହର୍ମୁଜ୍କୁ ନେଇ ବିବାଦ ଏକ ନୂଆ ମୋଡ଼ ନେଇଛି। ଆମେରିକା ଓ ଇରାନ୍ ମଧ୍ୟରେ କୂଟନୈତିକ ଆଲୋଚନାରେ ଅଗ୍ରଗତି ନହେଲେ ଏହି ସଙ୍କଟ ଆହୁରି ଗଭୀର ହୋଇପାରେ । ବିଶେଷକରି ହର୍ମୁଜ୍ ଦେଇ ତେଲ ପରିବହନ ବାଧାପ୍ରାପ୍ତ ହେଉଥିବାରୁ ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପଡ଼ିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories