|
logo
Live
Argus News App
GET APP

Argus News - କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?

International

US Troops in Korea / କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?

Sushanta Sahoo
Browse all articles by Sushanta Sahoo
·3 weeks ago·3 min read
କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?
Rising Global Tensions

Key Points

କ୍ଷିଣ କୋରିଆ ସହ ଆମେରିକା ବଡ଼ ସୈନ୍ୟ ଅଭ୍ୟାସ ପାଇଁ ହଜାର ହଜାର ସୈନିକଙ୍କୁ ପଠାଇଛି । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଭିତରେ ଆମେରିକା, ଦକ୍ଷିଣ କୋରିଆ ସହ ଯୁଦ୍ଧାଭ୍ୟାସ କରି ନୂଆ ମୋର୍ଚ୍ଚା ଖୋଲିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।
ନୂଆଦିଲ୍ଲୀ: ଇରାନକୁ ଆମେରିକା ତାର ଶତ୍ରୁ ମାନି ଆସୁଥିଲା । ଆଉ ଯୁଦ୍ଧ କରି ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କୁ ନିହତ କରିଛି । ଆମେରିକା ଟାର୍ଗେଟ୍‌ରେ ରହିଛି ସେହିଭଳି ଏକ ଦେଶ । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସେହି ଦେଶ ଉପରେ ଆକ୍ରମଣ ଧମକ ବି ଦେଇଥିଲେ ।

ଆମ କହୁଛୁ, ପୂର୍ବ ଏସିଆରେ ଥିବା ଦେଶ ଉତ୍ତର କୋରିଆ କଥା । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ଆମେରିକା ମାରିବା ପରେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି କି ଟ୍ରମ୍ପ ?

ମାର୍ଚ୍ଚ ୯, ସୋମବାର ଉତ୍ତର କୋରିଆର ପଡ଼ୋଶୀ ଏବଂ ଶତ୍ରୁ ଦେଶ ଦକ୍ଷିଣ କୋରିଆକୁ ଆମେରିକା ସୈନ୍ୟ ପଠାଇବା ପରେ ଏହି ପ୍ରଶ୍ନ ଉଠିଛି । ଦକ୍ଷିଣ କୋରିଆ ସହ ଆମେରିକା ବଡ଼ ସୈନ୍ୟ ଅଭ୍ୟାସ ପାଇଁ ହଜାର ହଜାର ସୈନିକଙ୍କୁ ପଠାଇଛି । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଭିତରେ ଆମେରିକା, ଦକ୍ଷିଣ କୋରିଆ ସହ ଯୁଦ୍ଧାଭ୍ୟାସ କରି ନୂଆ ମୋର୍ଚ୍ଚା ଖୋଲିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ସତ ଲୁଚାଉଛି ଆମେରିକା ? ଇରାନର ବଡ଼ ଦାବି- 'ଶତାଧିକ ଆମେରିକୀୟ ସୈନ୍ୟ ଆମ କବ୍‌ଜାରେ'

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ କହିଛନ୍ତି, "ଫ୍ରିଡମ୍ ଶିଲ୍ଡ ନାମକ ସୈନ୍ୟ ଅଭ୍ୟାସରେ ଦେଶର ପ୍ରାୟ ୧୮ ହଜାର ସୈନିକ ଭାଗ ନେବେ । ଏହି ଅଭ୍ୟାସ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଚାଲିବ ।" ତେବେ ଏହି ଅଭ୍ୟାସରେ ଆମେରିକାର କେତେ ସୈନ୍ୟ ଭାଗ ନେବେ ତାହା ଦକ୍ଷିଣ କୋରିଆ କହି ନାହିଁ ।

ଆମେରିକା, ଦକ୍ଷିଣ କୋରିଆ ଦୁଇ ଦେଶର ମିଳିତ ସୈନ୍ୟ ଅଭ୍ୟାସକୁ ନେଇ ଉତ୍ତର କୋରିଆ ଗଣମାଧ୍ୟମ ଅନ୍ୟ ଆକଳନ କରୁଛି । ଇରାନ ଯୁଦ୍ଧ ଭିତରେ ଆମେରିକା ଦକ୍ଷିଣ କୋରିଆର ସୈନ୍ୟ ସମ୍ବଳକୁ ଉପସାଗରୀୟ ଦେଶକୁ ପଠାଉଥିବା ସନ୍ଦେହ କରୁଛି ଉତ୍ତର କୋରିଆ ।

ଫ୍ରିଡମ୍ ଶିଲ୍ଡ ଅଭ୍ୟାସ କ'ଣ ?

ଆମେରିକା ଓ ଦକ୍ଷିଣ ଆଫ୍ରିକାର ବାର୍ଷିକ କମାଣ୍ଡ ପୋଷ୍ଟ ସୈନ୍ୟ ଅଭ୍ୟାସ ହେଉଛି ଫ୍ରିଡମ୍ ଶିଲ୍ଡ । ଅନ୍ୟ ଅଭ୍ୟାସର ନାଁ ଉଲ୍ଚି ଫ୍ରିଡମ୍ ଶିଲ୍ଡ- ଯାହା ଅଗଷ୍ଟରେ ହୋଇଥାଏ । ପ୍ରତିବର୍ଷ ମାର୍ଚ୍ଚାରେ ହେଉଥିବା ଏହି ଅଭ୍ୟାସରେ ଫିଲ୍ଡ ଟ୍ରେନିଂ ଅନୁଷ୍ଠିତ ହୁଏ । ଗତବର୍ଷ ୫୧ଟି ଫିଲ୍ଡ ଅଭ୍ୟାସ୍ ହୋଇଥିବା ବେଳେ ଚଳିତଥର ଏହାକୁ ୨୨କୁ କମାଇ ଦିଆଯାଇଛି ।

ନାରାଜ ହେବନି ତ ଉତ୍ତର କୋରିଆ ?

ଫ୍ରିଡମ୍ ଶିଲ୍ଡ ଅଭ୍ୟାସକୁ ନେଇ ଉତ୍ତର କୋରିଆ ଅସନ୍ତୋଷ ପ୍ରକାଶ କରିପାରେ । କାରଣ ଆମେରିକା ଓ ଦକ୍ଷିଣ କୋରିଆର ଅଭ୍ୟାସକୁ ଉତ୍ତର କୋରିଆ ତା ଉପରେ ସମ୍ଭାବ୍ୟ ଆକ୍ରମଣର ପ୍ରସ୍ତୁତି କହିଛି । ଦୁଇ ଦେଶର ଏହି ଅଭ୍ୟାସ ବାହାନାରେ ଦକ୍ଷିଣ କୋରିଆ ସୈନ୍ୟ ଗତିବିଧି ସହ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବଢ଼ାଇ ଦେଇଥାଏ । କିନ୍ତୁ ଏହାକୁ ଆମେରିକା ଓ ଦକ୍ଷିଣ କୋରିଆ କେବଳ ରକ୍ଷା ଅଭ୍ୟାସ କହି ଆସୁଛନ୍ତି ।

ଏଥିସହ ପଢ଼ନ୍ତୁ: ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି

୨୦୧୯ରେ ଉତ୍ତର କୋରିଆରେ ହୋଇଥିବା ଏକ ଶିଖର ବୈଠକ ଅସଫଳ ହୋଇଥିଲା । ଯାହାପରେ ଉତ୍ତର କୋରିଆ ସହ ଆମେରିକା ଓ ଦକ୍ଷିଣ କୋରିଆ ସହ ସମସ୍ତ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ବନ୍ଦ କରି ଦେଇଥିଲେ । ଉକ୍ତ ବୈଠକ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇଥିଲା ।

ବିଗତ କିଛିବର୍ଷ ହେଲା ଉତ୍ତେଜନା ବଢ଼ିଛି । ଋଷ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣର ସୁଯୋଗ ନେଇ କିମ୍ ଜୋଙ୍ଗ ଉନ୍ ପରମାଣୁ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି । ଏଥିପାଇଁ ଋଷ ସହ ସୈନ୍ୟ ସହଯୋଗ ବଢ଼ାଇଛି ଉତ୍ତର କୋରିଆ । ରିପୋର୍ଟ ଅନୁସାରେ, ଉତ୍ତର କୋରିଆରୁ ଋଷ ହଜାର ହଜାର ସୈନିକ ଓ ଅସ୍ତ୍ରଶସ୍ତ୍ର ସହଯୋଗ ପାଉଛି ଏବଂ ଯୁଦ୍ଧରେ ପ୍ରୟୋଗ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Troops in Korea: କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ? | Argus News