|
logo
Live
Argus News App
GET APP

Argus News - ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି

International

Iran Apologizes / ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି
Iran Changes War Strategy

Key Points

ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣ ପରେ ଇରାନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିଥିଲା । ଏବେ ଇରାନ ତାର ରଣନୀତି ବଦଳାଇବା ସହ ପଡ଼ୋଶୀ ଦେଶକୁ ରାଷ୍ଟ୍ରପତି କ୍ଷମା ମାଗିଛନ୍ତି ।
ତେହରାନ: ମଧ୍ୟପ୍ରାଚ୍ୟରେ ଜାରି ସଂଘର୍ଷ ଭିତରେ ରଣନୀତିରେ ପରିବର୍ତ୍ତନ ଆଣିଛି ଇରାନ । ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ କ୍ଷମା ପ୍ରାର୍ଥନା କରିଛନ୍ତି । ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଆକ୍ରମଣ ପାଇଁ ଇରାନ ରାଷ୍ଟ୍ରପତି କ୍ଷମା ମାଗିଛନ୍ତି ।

ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣ ପରେ ଇରାନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିଥିଲା । ଏବେ ଇରାନ ତାର ରଣନୀତି ବଦଳାଇବା ସହ ପଡ଼ୋଶୀ ଦେଶକୁ ରାଷ୍ଟ୍ରପତି କ୍ଷମା ମାଗିଛନ୍ତି । ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ କହିଛନ୍ତି, "ସେପଟୁ ଆକ୍ରମଣ ନ ହେଲେ ତେହରାନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବ ନାହିଁ ।"

ଏଥିସହ ପଢ଼ନ୍ତୁ: ସପ୍ତାହକର ଯୁଦ୍ଧ ଭିତରେ ଦୋହଲି ଗଲାଣି ଦୁନିଆ; ଆଗକୁ ପଡ଼ିବ କେଉଁ ପ୍ରଭାବ ?

ପୂର୍ବରୁ ଇରାନ ପଡ଼ୋଶୀ ଦେଶ ଉପରେ କରିଥିବା ଆକ୍ରମଣ ପାଇଁ ମାସୁଦ ପେଜେଶକିଆନ କ୍ଷମା ପ୍ରାର୍ଥନା କରିଛନ୍ତି । କହିଛନ୍ତି, "ଅନ୍ତରୀଣ ନେତୃତ୍ଵାଧୀନ କାଉନସିଲ୍ ପଡ଼ୋଶୀ ଦେଶ ଉପରେ ଆକ୍ରମଣ ନ କରିବା ଲାଗି ନିଷ୍ପତ୍ତି ନେଇଛି । ସେପଟେ କୌଣସି ଆକ୍ରମଣ ନ ହେଲେ ଆମେ ମିସାଇଲ୍ ମାଡ଼ କରିବୁ ନାହିଁ ।"

ତେବେ ଇରାନ କାହା ନିକଟରେ ମୁଣ୍ଡ ନୁଆଇଁ ଆତ୍ମସମର୍ପଣ କରିବ ନାହିଁ । ଶତ୍ରୁ ଆଶା କରୁଥିବା ଇରାନ ନାଗରିକଙ୍କ ସମର୍ପଣ ଇଚ୍ଛାକୁ କବର୍ ଦେଇ ଦିଅନ୍ତୁ । ଏଭଳି କଡ଼ା ଶବ୍ଦ କହି ଆମେରିକାର ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ।

ସପ୍ତାହେ ଧରି ଯୁଦ୍ଧ ଚାଲିଥିବା ବେଳେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରିଛି ଇସ୍ରାଏଲ୍ ଓ ଆମେରିକା । ଯାହାକୁ ନେଇ ଉପସାଗରୀୟ ଦେଶ ଦୁବାଇ, ଆବୁଧାବି, କତାର, କୁଏତ, ବାହାରିନ୍ ଭଳି ଦେଶରେ ଘନ ଘନ ମିସାଇଲ୍ ମାଡ଼ ହେଉଛି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ କରି କେତେ ଦେଶଙ୍କୁ ବର୍ବାଦ କରିଛି ଆମେରିକା? ତାଲିକାରେ କେଉଁଠି ରହିଛି ଇରାନ୍?

ଫେବ୍ରୁଆରୀ ୨୮ ତାରିଖରେ ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକା ମିଳିତ ଆକ୍ରମଣ କରିଥିଲେ । ଇରାନ ପରମାଣୁ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଆକ୍ରମଣ କରଥିଲା ଆମେରିକା ଓ ଇସ୍ରାଏଲ୍ । ଯାହାର ନାଁ ଥିଲା ଅପରେସନ୍ ଏପିକ୍ ଫ୍ୟୁରି ।

ଇରାନର ସର୍ବୋଚ୍ଚ ନେତା ଖାମେନେଇ ବାସଭବନରେ ଥିବା ବେଳେ ଇସ୍ରାଏଲ୍-ଆମେରିକା ମିଳିତ ବାବେ ତେହରାନ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଖାମେନେଇଙ୍କ ସହ ତାଙ୍କ ଝିଅ, ଜ୍ଵାଇଁ, ନାତୁଣୀ ନିହତ ହୋଇଥିଲେ । ଗୁରୁତର ଖାମେନେଇଙ୍କ ପତ୍ନୀ ମାନସୋରେହ ଖୋଜାସ୍ଥେ ମଧ୍ୟ ପରେ ପ୍ରାଣ ହରାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Apologizes: ଆକ୍ରମଣ ରଣନୀତିରେ ବଡ଼ ପରିବର୍ତ୍ତନ କଲା ଇରାନ, କ୍ଷମା ମାଗିଲେ ରାଷ୍ଟ୍ରପତି | Argus News