Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତୁତ ଟ୍ରମ୍ପଙ୍କ ଟିମ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତୁତ ଟ୍ରମ୍ପଙ୍କ ଟିମ୍

Key Points

  • ଆମେରିକାରେ ଶାସନ ପାଇଁ ପ୍ରସ୍ତୁତ ଟ୍ରମ୍ପ ଟିମ୍
  • ଟ୍ରମ୍ପ ସରକାରରେ ମସ୍କଙ୍କ ଏଣ୍ଟ୍ରି,
  • ବିବେକ ରାମସ୍ବାମି ଙ୍କ ସମେତ ଟିମ୍ ରେ ଭାରତର ସମର୍ଥକ

ଅର୍ଗସ ବ୍ୟୁରୋ : ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତୁତ ଟ୍ରମ୍ପଙ୍କ ଟିମ୍ । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟିମ୍ । ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଟ୍ରମ୍ପ୍‌ଙ୍କ ଟିମ୍ ଗଠନରେ ତତ୍ପରତା । ତେବେ ଏ ନେଇ ଅନେକ ଚେହେରା ସାମନାକୁ ଆସିଛି ଜେଉଁ ମାନଙ୍କ  ନା ଉପରେ ଟ୍ରମ୍ପ ମୋହର ମାରିଥିବାର କୁହାଜାଉଛି । ଏଥିରେ ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ରିପବ୍ଲିକ ଦଳର ପୂର୍ବତନ ଉପରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କୁ ବଡ ଦାୟିତ୍ବ ମିଳିଛି । ଦୁହିଁଙ୍କୁ ମିଳିଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ ଦାୟିତ୍ଵ ।ଏହି ଦୁଇ ଙ୍କ ବତିତ ୱାର ଭେଟରାନ୍ ମାଇକେଲ୍ ୱାଲ୍ଟଜ ଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, ମାର୍କ ରୁବିଓ ଙ୍କୁ ବିଦେଶ ମନ୍ତ୍ରୀ, ସ୍କଟ ବେସେଣ୍ଟ ଙ୍କୁ ଅର୍ଥମନ୍ତ୍ରୀ, ପିଟ୍ ହେଗସେଟ୍ ଙ୍କୁ ରକ୍ଷା ମନ୍ତ୍ରୀ , ଜନ୍ ରାଟକ୍ଲିଫ ଙ୍କୁ ସିଆଇଏ ର ନିର୍ଦେଶକ ,କ୍ରଷ୍ଟି ନୋଏମ୍ ଙ୍କୁ ହୋମଲାଣ୍ଡ ସିକଯୁରିଟି ସେକ୍ରେଟେରି ନିଯୁକ୍ତ କରିଛନ୍ତି । 

ଏଲନ୍ ମସ୍କ ଓ ରିପବ୍ଲିକ ଦଳର ପୂର୍ବତନ ଉପରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ହ୍ବାଇଟ୍ ହାଉସ୍ ବାହାରେ ରହି ସରକାରଙ୍କ ପାଇଁ କାମ କରିବେ.. ସେମାନ ଅତ୍ୟଧିକ ସରକାରୀ କଟକଣା ଓ ରାଜକୋଷରୁ ଅର୍ଥ ଅପଚୟ ଉପରେ ନଜର ରଖିବେ।  ସରକାର ଗଠନ ପୂର୍ବରୁ ଅଫିସର ରାଜ ସମାପ୍ତ ଉପରେ ଗୁରୁତ୍ବ ଦେଇଛନ୍ତି ଟ୍ରମ୍ପ । କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ଓ ଆମେରିକୀୟ ବାସୀ ଯେପରି ସର୍ବାତ୍ତମ ବ୍ୟବସ୍ଥା ମିଳିପାରିବ ସେ ନେଇ ସୁନିଶ୍ଚିତ କରାଯିବ । ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ଏଲନ ମସ୍କଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ ।  
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ସିନେଟର ମାର୍କୋ ରୁବିଓଙ୍କୁ ବିଦେଶ ମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି।, ତେବେ ରୁବିଓ ହେଉଛନ୍ତି ପ୍ରଥମ ଲାଟିନୋ ଯିଏ କି ଜାନୁଆରିରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକାର ଶୀର୍ଷ କୂଟନୀତିଜ୍ଞ ଭାବରେ କାର୍ଯ୍ୟ କରିବେ। ଫ୍ଲୋରିଡାର ବାସିନ୍ଦା ରୁବିଓ ବର୍ଷ ବର୍ଷ ଧରି ଆମେରିକାର ଶତ୍ରୁମାନଙ୍କ ପ୍ରତି ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବା ସହ ଚୀନ୍, ଇରାନ୍ ଓ କ୍ୟୁବା ଭଳି ଦେଶ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନର ଦୃଢ଼ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି। ରୁବିଓ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହାନ୍ତି। ବିଶେଷ କରି ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଆମେରିକା-ଭାରତ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି।ସେହିପରି ମାମାଇକେଲ୍ ୱାଲ୍ଟଜ ପୂର୍ବରୁ ଇଣ୍ଡିଆ କୋକସ୍ ର ହେଡ୍ ରହି ଆସିଛନ୍ତି  ଭାରତକୁ ସମର୍ଥନ ଦେଇ ଆସିଛନ୍ତି..ଭାରତ ଆମେରିକା ସପର୍କ ସୁଦୃଢ କରିବାରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ ରହିବ ବୋଲି କୁହାଜାଉଛି
ଆମେରିକା କ୍ୟାବିନେଟ୍ ପାଇଁ ଟ୍ରମ୍ପ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ଜାନୁଆରି ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଟ୍ରମ୍ପ ନିଜର ଟିମ୍ ପ୍ରସ୍ତୁତ କରିଛନ୍ତି..ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇ ୪ ବର୍ଷ ପରେ ପୁଣି ଥରେ  ହ୍ୱାଇଟ୍‌ ହାଉସରେ କରିଛନ୍ତି ଏଣ୍ଟ୍ରି। ଆସନ୍ତ ବର୍ଷ ଜନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବେ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump team ready to rule America | Argus News