Cricket / କେଁ ପୁରାଇଲା ବାଂଲାଦେଶ; ଭାରତ ବଦଳରେ ବିଶ୍ଵକପ୍ର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ କରିବାକୁ ଦାବି
·2 months ago·2 min read

Key Points
ଭାରତ-ବାଂଲାଦେଶ ମଧ୍ୟରେ ବିବାଦ ବଢ଼ୁଛି । କୂଟନୈତିକ ଉତ୍ତେଜନା କ୍ରିକେଟ୍ କ୍ରିଜ୍ରେ ପହଞ୍ଚିଛି । ବିଧିବଦ୍ଧ ଭାବେ ବାଂଲାଦେଶ ଦାବି କରି କହିଛି, "ଦଳ ଖେଳିବାକୁ ଥିବା ୪ଟି ଯାକ ଲିଗ୍ ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରାଯାଉ ।"
ମୁମ୍ବାଇ: ଆଗାମୀ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆୟୋଜନକୁ ନେଇ ଭାରତ-ବାଂଲାଦେଶ ମଧ୍ୟରେ ବିବାଦ ବଢ଼ୁଛି । କୂଟନୈତିକ ଉତ୍ତେଜନା କ୍ରିକେଟ୍ କ୍ରିଜ୍ରେ ପହଞ୍ଚିଛି । ବିଧିବଦ୍ଧ ଭାବେ ବାଂଲାଦେଶ ଦାବି କରି କହିଛି, "ଦଳ ଖେଳିବାକୁ ଥିବା ୪ଟି ଯାକ ଲିଗ୍ ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରାଯାଉ ।"
ବିସିସିଆଇ ନିର୍ଦ୍ଦେଶରେ ଆଇପିଏଲ୍ର ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ ବାଂଲାଦେଶୀ ପେସର୍ ମୁସ୍ତାଫିଜୁର ରହମାନଙ୍କୁ ରିଲିଜ୍ କରିବା ପରେ ଏହି ଦାବି କରିଛି ବାଂଲାଦେଶ । ଯାହାକି ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ଆୟୋଜନକୁ ନେଇ ଛିଡ଼ା କରିଛି ନୂଆ ବିବାଦ ।
ଏଥିସହ ପଢ଼ନ୍ତୁ: ଶେଷରେ ବିସିସିଆଇ ଆଗରେ ନଇଁଲା କେକେଆର : ନିର୍ଦ୍ଦେଶନାମା ପରେ ବାଂଲାଦେଶ ବୋଲରଙ୍କୁ ରିଲିଜ୍ କଲା ଫ୍ରାଞ୍ଚାଇଜ
ବାଂଲାଦେଶ ସରକାରଙ୍କ ପରାମର୍ଶଦାତା ଆସିଫ ନଜରଲ ସ୍ପଷ୍ଟ କରିଛନ୍ତି ଯେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଏନେଇ ଚିଠି ମାଧ୍ୟମରେ ICCକୁ ଅବଗତ କରାଇଛି । ନଜରଲଙ୍କ ଯୁକ୍ତି ହେଉଛି, ଯଦି ଜଣେ ପ୍ରମୁଖ ବାଂଲାଦେଶୀ ଖେଳାଳିଙ୍କ ସହ ବୁଝାମଣା ସତ୍ତ୍ଵେ ଭାରତ ସୁରକ୍ଷିତ ମଣୁ ନାହିଁ ଅଥବା ତାଙ୍କୁ ଖେଳିବାରୁ ରୋକା ଯାଉଛି, ତାହେଲେ ସମଗ୍ର ଜାତୀୟ ଦଳ ଭାରତ ଗସ୍ତ କରିବା ସୁରକ୍ଷା ଦୃଷ୍ଟିରୁ ଚିନ୍ତାଜନକ ହୋଇପାରେ ।
ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୯.୨୦ କୋଟି ମୂଲ୍ୟରେ କିଣିଥିଲା । ଏବେ ତାଙ୍କୁ ରାଜନୈତିକ ପରିସ୍ଥିତିର କଥା କହି ଦଳ ମୁକ୍ତ କରିଛି । ଯାହାକି ଭାରତ-ବାଂଲାଦେଶ କ୍ରିକେଟ୍ ମଧ୍ୟରେ ବିବାଦକୁ ଦେଇଛି ନୂଆ ରୂପ ।
ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ବାଂଲାଦେଶର ତାର ୪ଟି ମହତ୍ତ୍ଵପୂର୍ଣ୍ଣ ଲିଗ୍ ମ୍ୟାଚ୍ ଭାରତର ୨ ପ୍ରମୁଖ ସହରରେ ଖେଳିବ । ନିର୍ଦ୍ଧାରିତ ସୂଚୀ ଅନୁସାରେ, ବାଂଲାଦେଶ ୭ ଫେବ୍ରୁଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ, ୯ ଫେବ୍ରୁଆରୀରେ ଇଟାଲି ବିପକ୍ଷରେ ୧୪ରେ ଇଂଲଣ୍ଡ ବିପକ୍ଷରେ ୩ଟି ଯାକ ମ୍ୟାଚ୍ କୋଲକାତାରେ ଖେଳାଯିବ ।
ଏଥିସହ ପଢ଼ନ୍ତୁ: ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍
ସେହିଭଳି ଫେବ୍ରୁଆରୀ ୧୭ ତାରିଖରେ ଶେଷ ଲିଗ୍ ମ୍ୟାଚ୍ରେ ମୁମ୍ବାଇରେ ବାଂଲାଦେଶକୁ ଭେଟିବ ନେପାଳ । ଏବେ ବାଂଲାଦେଶ ସୁରକ୍ଷା କାରଣ ଓ ବର୍ତ୍ତମାନର ଉତ୍ତେଜନାକୁ ଦେଖି ସମସ୍ତ ମୁକାବିଲା ଶ୍ରୀଲଙ୍କାକୁ ସ୍ଥାନାନ୍ତରଣ କରିବାକୁ ଚାହୁଁଛି । ସୂଚନାଯୋଗ୍ୟ, ପାକିସ୍ତାନ ତାର ସମସ୍ତ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାରେ ଖେଳିବାକୁ ନିର୍ଦ୍ଧାରଣ କରାଯାଇଛି ।
BCCIର ପ୍ରତିକ୍ରିୟା
ବାଂଲାଦେଶର ଦାବିକୁ ବିସିସିଆଇ ଅଯୌକ୍ତିକ କହିଛି । ବିସିସିଆଇ ଅନୁସାରେ, "ଟୁର୍ଣ୍ଣାମେଣ୍ଟକୁ ଏବେ ମାତ୍ର ମାସେ ସମୟ ବାକି ଅଛି । ଏଭଳି ସ୍ଥିତିରେ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ କୌଣସି ସ୍ଵପ୍ନ ଠାରୁ କମ୍ ନୁହେଁ ।"
ବିସିସିଆଇ ଅନୁସାରେ, କେବଳ ଭେନ୍ୟୁ ପରିବର୍ତ୍ତନ ସମସ୍ୟା ନୁହେଁ ବରଂ ପ୍ରତିପକ୍ଷ ଦଳର ଯାତ୍ରା, ହୋଟେଲ୍ ବୁକିଂ, ବ୍ରଡକାଷ୍ଟିଂ କ୍ରୁଙ୍କ ମ୍ୟାନେଜମେଣ୍ଟ ଓ ସୁରକ୍ଷା ବ୍ୟବସ୍ଥା ଏତେ କମ୍ ସମୟରେ ପୁଣି ଥରେ କରିବା ଅସମ୍ଭବ ଅଟେ । ବିସିସିଆଇ ସ୍ପଷ୍ଟ ଭାବେ କହିଛି, କୌଣସି ଏକ ଦେଶର ଇଚ୍ଛାରେ ପୁରା ଟୁର୍ଣ୍ଣାମେଣ୍ଟର ଢାଞ୍ଚାକୁ ବଦଳାଇ ଦିଆଯାଇ ପାରିବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories