Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କ୍ଷମତା ପାଇବା ସଙ୍ଗେ ସଙ୍ଗେ ଧମକ ଦେଲେ ଟ୍ରମ୍ପ

International

କ୍ଷମତା ପାଇବା ସଙ୍ଗେ ସଙ୍ଗେ ଧମକ ଦେଲେ ଟ୍ରମ୍ପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କ୍ଷମତା ପାଇବା ସଙ୍ଗେ ସଙ୍ଗେ ଧମକ ଦେଲେ ଟ୍ରମ୍ପ

ଅର୍ଗସ ବ୍ୟୁରୋ:   ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି। ଶପଥ ଗ୍ରହଣ ପରେ ତାଙ୍କର ପ୍ରଥମ ଭାଷଣରେ, ସେ ଚାଇନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ସେ କହିଥିଲେ ଯେ ସେ ପାନାମା କେନାଲ ଉପରେ ଚାଇନାର ଆଧିପତ୍ୟ ଶେଷ କରିବେ। ଏହା ପରେ ସେ ଋଷିଆକୁ ଯୁଦ୍ଧ ସମାପ୍ତ କରିବାକୁ ଅନୁରୋଧ କଲେ। ଟ୍ରମ୍ପଙ୍କ ଘୋଷଣା ଏବଂ ବିବୃତ୍ତିରେ ଦୁଇ ମହାଶକ୍ତି ଚାଇନା ଓ ଋଷିଆ ଉଭୟ ଚିନ୍ତାରେ ପଡିଛନ୍ତି।


ଏହି ସମୟରେ, ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି। କାରଣ ଶପଥ ଗ୍ରହଣ ପରେ ଟ୍ରମ୍ପଙ୍କ ନିଷ୍ପତ୍ତି ଦୁଇ ମହାଶକ୍ତି ଥରାଇଦେଇଛି । ପୁଣି ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆ ଭାବେ ଦାୟିତ୍ବ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ୍। କାପିଟାଲ୍ ରୋଟୁଣ୍ଡା ହଲରେ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ସହ ଆମେରିକାର 47 ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜ ଦେଶବାସୀଙ୍କ ସହ ସାରା ବିଶ୍ବକୁ ବାର୍ତ୍ତା ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଆମେ ବିଶ୍ବରେ ଶାନ୍ତି ଚାହୁଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେରିକୀୟ ସେନା ଅନ୍ୟ କୌଣସି ଦେଶରେ ପଶିବ ନାହିଁ। ଆମେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବୁ। ଶପଥ ନେଉ ନେଉ ଆମେରିକାର ସ୍ବାର୍ଥ ପାଇଁ ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଅନୁପ୍ରବେଶ ରୋକିବାକୁ ଆମେରିକାର ଦକ୍ଷିଣ ସୀମାରେ ଜରୁରୀସ୍ଥିତି ଘୋଷଣା କରିଛନ୍ତି। ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ କରାଯିବ। ଆତଙ୍କବାଦୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ମାର୍ଟିନ୍ ଲୁଥର କିଙ୍ଗଙ୍କ ସ୍ବପ୍ନ ସାକାର ହେବ। ସାରା ବିଶ୍ବ ଦେଖିବ ଆମେରିକାର ଶକ୍ତି । ଆମେରିକାରେ ଆରମ୍ଭ ହୋଇଛି ସୁବର୍ଣ୍ଣ ଯୁଗ।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored
Trump threatened immediately after taking oath update | Argus News