Videos
|
International

Iran Nuclear Bunker / ଇରାନକୁ ଟ୍ରମ୍ପଙ୍କ ସିଧା ଧମକ, ଶୀଘ୍ର ହେବ ନ୍ୟୁକ୍ଲିୟର ବଙ୍କର ଉପରେ ଆକ୍ରମଣ !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଇରାନକୁ ଟ୍ରମ୍ପଙ୍କ ସିଧା ଧମକ, ଶୀଘ୍ର ହେବ ନ୍ୟୁକ୍ଲିୟର ବଙ୍କର ଉପରେ ଆକ୍ରମଣ !
Donald Trump

Key Points

ଇରାନକୁ ଟ୍ରମ୍ପଙ୍କ ବଡ଼ ଧମକ !
ଆମେରିକାର ନିଶାନାରେ ପିକ୍ୟାକ୍ସ ମାଉଣ୍ଟେନ୍
ଇରାନର ନ୍ୟୁକ୍ଲିୟର ବଙ୍କର୍ ଏବେ ଟାର୍ଗେଟରେ
ମିଡିଲ୍ ଇଷ୍ଟରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଲଗାତାର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଏବେ ଇରାନର ପରମାଣୁ ଠିକଣାଗୁଡ଼ିକ ଉପରେ ଆମେରିକାର ନଜର ଅଧିକ ତୀବ୍ର ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଠୋର ଚେତାବନୀ ଦେଇଥିବା ଦାବି କରାଯାଇଛି ।

ଇରାନର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚେତାବନୀ । ଇରାନର ଭୂଗର୍ଭସ୍ଥ ଆଣବିକ କେନ୍ଦ୍ର ଉପରେ "ଖୁବଶୀଘ୍ର" ଆକ୍ରମଣ ପାଇଁ ଧମକ ଦେଇଛନ୍ତି ଟ୍ରମ୍ପ । ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯଦି ଆମେରିକା ସେଠାରେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଚିହ୍ନଟ କରେ, ତେବେ 'ପିକ୍‌ଆକ୍ସ ମାଉଣ୍ଟେନ୍'କୁ ନିଶାନା କରାଯାଇପାରେ। ଆମେ ଖୁବଶୀଘ୍ର ପିକ୍‌ଆକ୍ସ ଉପରେ ଆକ୍ରମଣ କରିପାରୁ,ବୋଲି ଟ୍ରମ୍ପ ସିଧା କହିଛନ୍ତି । ଏସହା ସହ ଆମେରିକୀୟ ଗୁପ୍ତଚର ସଂସ୍ଥା ସେହି ସ୍ଥାନର ଗତିବିଧି ଉପରେ ନଜର ରଖିଛି ବୋଲି ସେ ସୂଚନା ଦେଇଛନ୍ତି ।

ତେହେରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ହାସଲ କରିବାରୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପିକ୍‌ଆକ୍ସ ମାଉଣ୍ଟେନ୍ ଇରାନର ନତାଞ୍ଜ ୟୁରେନିୟମ୍ ସମୃଦ୍ଧିକରଣ କେନ୍ଦ୍ର ନିକଟରେ ଅବସ୍ଥିତ। ଏହା ଦୁଇଟି ଗଭୀର ଟନେଲ୍ ସିଷ୍ଟମ୍ ସହିତ ନିର୍ମିତ ଏକ ଶକ୍ତିଶାଳୀ ଭୂଗର୍ଭସ୍ଥ କମ୍ପ୍ଲେକ୍ସ ।

ଇସ୍ରାଏଲ ଗୁପ୍ତଚର ସଂସ୍ଥା ବିଶ୍ୱାସ କରେ ଯେ ଇରାନ ହଜାର ହଜାର ସେଣ୍ଟ୍ରିଫ୍ୟୁଜ୍‌କୁ ଏହି ଗଭୀର ଭୂଗର୍ଭସ୍ଥ ସ୍ଥାନକୁ ସ୍ଥାନାନ୍ତର କରିଛି । ଏହାର ବିଶେଷ ନିର୍ମାଣ ଶୈଳୀ ଯୋଗୁଁ ଏହା ସାଧାରଣ ଆକାଶମାର୍ଗରୁ ହେଉଥିବା ଆକ୍ରମଣ ପ୍ରତିରୋଧ କରିବାରେ ସକ୍ଷମ । ତେଣୁ ଆମେରିକା ଏହି ସ୍ଥାନକୁ ନିଶାନା କଲେ ତାହା ଇରାନର ଆଣବିକ ସଂରଚନା ବିରୋଧରେ ଏକ ବଡ଼ ପଦକ୍ଷେପ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପଙ୍କ ମତାନୁସାରେ, ମିଡିଲ୍ ଇଷ୍ଟରେ ଏପର୍ଯ୍ୟନ୍ତ ଚାଲିଥିବା ଆକ୍ରମଣକୁ ସମ୍ପୂର୍ଣ୍ଣ ଯୁଦ୍ଧ ବୋଲି କୁହାଯାଇପାରିବ ନାହିଁ । ଇରାନର ପରମାଣୁ ଠିକଣା ଉପରେ ଆମେରିକା ବଡ଼ ଧରଣର ଆକ୍ରମଣ କଲେ ହିଁ ପରିସ୍ଥିତି ପୂର୍ଣ୍ଣ ଯୁଦ୍ଧ ଆଡ଼କୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏପଟେ ମିଡିଲ୍ ଇଷ୍ଟରେ ଆମେରିକୀୟ ସେନାର ମୁତୟନ ସମୟ ବଢ଼ାଯାଇଥିବା ଦାବି ମଧ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ୯ ମାସ ପାଇଁ ଯେଉଁ ମୁତୟନ ଯୋଜନା ଥିଲା, ତାହାକୁ ୧୨ ମାସ କରାଯାଇଥିବା କୁହାଯାଉଛି। ପ୍ରାୟ ୫୦ ହଜାର ଆମେରିକୀୟ ସୈନିକ, ଯୁଦ୍ଧଜାହାଜ ଓ ଲଢ଼ୁଆ ବିମାନ ଅଞ୍ଚଳରେ ମୁତୟନ ରହିବା ନେଇ ଖବର ଆସିଛି ।