Donald Trump / ଭାରତ-ପାକିସ୍ତାନ ଯୁଦ୍ଧ ସହ ମୁଁ ୭ ଯୁଦ୍ଧ ବନ୍ଦ କରିଛି: ଡୋନାଲ୍ଡ ଟ୍ରମ୍ପ

Key Points
ଜାତିସଂଘକୁ କଡ଼ା ସମାଲୋଚନା କଲେ ଟ୍ରମ୍ପ । କହିଲେ, ମୁଁ ୭ଟି ଯୁଦ୍ଧ ବନ୍ଦ କରିଛି । ଜାତିସଂଘ ଯାହା କରିବା କଥା ମୁଁ କରୁଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଜାତିସଂଘର ୮୦ତମ ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେଇ ପୁଣିଥରେ ୭ଟି ଯୁଦ୍ଧ ଶେଷ କରିଥିବା ଦାବି ଦୋହରାଇଛନ୍ତି । ସେ ଋଷର ତେଲ କିଣି ସଂଘର୍ଷକୁ ଆର୍ଥିକ ସହାୟତା କରିବା ପାଇଁ ଚୀନ୍ ଏବଂ ଭାରତକୁ ମଧ୍ୟ ସମାଲୋଚନା କରିଥିଲେ ଏବଂ ଋଷର ଗୁରୁତ୍ୱପୂର୍ଣ୍ଣ ଶକ୍ତି ଯୋଗାଣ ବନ୍ଦ କରିବାରେ ବିଫଳ ହେବା ପାଇଁ ନାଟୋ ଦେଶଗୁଡ଼ିକୁ ଦାୟୀ କରିଥିଲେ ।
ସେହିପରି ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ସେ ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ରୁଆଣ୍ଡା-କଙ୍ଗୋ, ଥାଇଲାଣ୍ଡ-କାମ୍ବୋଡ଼ିଆ, ଆର୍ମେନିଆ- ଆଜରବୈଜନ, ଇଜିପ୍ଟ-ଇଥିଓପିଆ ଏବଂ ସର୍ବିୟା-କସଭୋ ଯୁଦ୍ଧ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ଅକଳ୍ପନୀୟ। ଅନ୍ୟ କୌଣସି ରାଷ୍ଟ୍ରପତି କିମ୍ବା ନେତା ଏହାର ପାଖାପାଖି କିଛି କରିପାରିନାହାନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯାହା ଜାତିସଂଘ କରିବା କଥା ତାହା ସେ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ UNGAକୁ ସମ୍ବୋଧିତ କରିଛନ୍ତି । ଶେଷ ଥର ପାଇଁ ସେ ୨୦୨୦ରେ ରାଷ୍ଟ୍ରପତି ଭାବରେ ଜାତିସଂଘକୁ ସମ୍ବୋଧିତ କରିଥିଲେ । ତାଙ୍କ ଭାଷଣରେ, ଡୋନାଲ୍ଡ ଟ୍ରମ୍ପ୍ ଭାରତ ଏବଂ ଚୀନ୍ ଉପରେ ୟୁକ୍ରେନ୍ ଯୁଦ୍ଧକୁ ପାଣ୍ଠି ଯୋଗାଇବାର ମଧ୍ୟ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଭାରତ ଏବଂ ଚୀନ୍ ୟୁକ୍ରେନ୍ ଯୁଦ୍ଧର ମୁଖ୍ୟ ସମର୍ଥକ ।
📱 Get Argus News App
✨
ସେହିପରି ଋଷ୍କୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯଦି ଋଷ୍ ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଏକ ଚୁକ୍ତି ପ୍ରସ୍ତୁତ ନହୁଏ, ତେବେ ଆମେରିକା ଏହା ଉପରେ ଅତି ଶକ୍ତିଶାଳୀ ଶୁଳ୍କ କଟକଣା ଲଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । କିନ୍ତୁ ଏହି ଶୁଳ୍କ ପ୍ରଭାବଶାଳୀ ହେବା ପାଇଁ, ଏଠାରେ ଏକତ୍ରିତ ହୋଇଥିବା ସମସ୍ତ ୟୁରୋପୀୟ ଦେଶମାନଙ୍କୁ ଏହି ସଠିକ୍ ପଦକ୍ଷେପ ଗ୍ରହଣ କରିବାରେ ଆମ ସହିତ ଯୋଗ ଦେବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି ।
ସେହିପରି ନିଜ ଭାଷଣରେ ଟ୍ରମ୍ପ ଆମେରିକାକୁ ପ୍ରଶଂସାରେ ପୋତି ଦେଇଛନ୍ତି । ସେ କହିଛନ୍ତି, ଗୋଟିଏ ବର୍ଷ ପୂର୍ବରୁ ଆମ ଦେଶ ବହୁତ ସମସ୍ୟାରେ ଥିଲା। କିନ୍ତୁ ମୋ ଶାସନର ମାତ୍ର ୮ ମାସ ମଧ୍ୟରେ ଆମେ ବିଶ୍ବରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ର। ଆମେରିକାର ଏହା ସୁବର୍ଣ୍ଣ ଯୁଗ ବୋଲି ଟ୍ରମ୍ପ କହିଛନ୍ତି।
Related Topics
Explore more stories