Videos
|
International

Trump War Warning / ଯୁଦ୍ଧର ଡାକରା ଦେଲେ ଟ୍ରମ୍ପ, ଇରାନ ଉପରେ ପରମାଣୁ ଆଟାକ୍, ମାଟିରେ ମିଶିବେ ସମସ୍ତେ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଯୁଦ୍ଧର ଡାକରା ଦେଲେ ଟ୍ରମ୍ପ, ଇରାନ ଉପରେ ପରମାଣୁ ଆଟାକ୍, ମାଟିରେ ମିଶିବେ ସମସ୍ତେ...
Trump War Warning

Key Points

ଆଜି ରାତିରେ ହେବ ବଡ ଆକ୍ରମଣ
ଇରାନ ଉପରେ ପରମାଣୁ ଆଟାକ୍ କରିବ ଆମେରିକା
ହଠାତ୍ ଯୁଦ୍ଧର ଡାକରା ଦେଲେ ଟ୍ରମ୍ପ

ଆଜି ରାତିରେ ସବୁ ଶେଷ । ବଡ ଯୁଦ୍ଧର ପ୍ଲାନ କରିଛି ଆମେରିକା । ସେପଟେ ସଜାଗ ରହିଛନ୍ତି ସେନା, ଆଉ ପ୍ରସ୍ତୁତ ରହିଛି ପରମାଣୁ ଅସ୍ତ୍ର । ଏଥିସହ ବିମାନବାହି ଜାହାଜ ଏବଂ ଯୁଦ୍ଧ ଜାହାଜ ମଧ୍ୟ ପଠାଇବାର ପ୍ଲାନ କରିଛି ଆମେରିକା । ଇରାନରେ ନିଜର ଶକ୍ତି ପ୍ରଦର୍ଶନ କରିବ । ଏମିତି କିଛି ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟପଟେ ଯୁଦ୍ଧ ପାଇଁ ପ୍ରସୁତ ହେଉଛି ଇସ୍ରାଏଲ । ଯାହାକୁ ନେଇ ଇରାନ ପକ୍ଷରୁ ମଧ୍ୟ ଏକ ସଙ୍କେତ ମିଳିଛି । ଇରାନ କହିଛି, ତାଙ୍କ ଉପରେ ଯେକୌଣସି ଆକ୍ରମଣ ସମଗ୍ର ଅଞ୍ଚଳକୁ ଏକ ବ୍ୟାପକ ସାମରିକ ସଂଘର୍ଷରେ ଫସାଇ ଦେବ।

ମଧ୍ୟପ୍ରାଚ୍ୟରେ କାର୍ଯ୍ୟ ତଦାରଖ କରୁଥିବା ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡ (CENTCOM)କୁ ଆମେରିକା ରଣନୈତିକ ଦୃଷ୍ଟିରୁ F-15E ଷ୍ଟ୍ରାଇକ୍ ଇଗଲ୍ ଜେଟ୍ ଏବଂ ବିମାନ ବାହକ USS ଆବ୍ରାହମ ଲିଙ୍କନକୁ ଇରାନର ନିକଟତର କରି ଆହୁରି ମଜବୁତ କରୁଛି। ଟ୍ରମ୍ପ ସୂଚନା ଦେଇଛନ୍ତି, ଏକ ବିଶାଳ ସୈନ୍ୟ ଇରାନକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଇରାନ ଇପରେ ଆମେରିକାର କଡା ନଜର ରହିଥିବା କହିଛନ୍ତି ଟ୍ରମ୍ପ । ଏଥିପାଇଁ କେଉଁ ମୁହୁର୍ତ୍ତରେ ଆମେରିକା ନିଜର ଟ୍ରିଗର ଦବାଇପାରେ ବୋଲି କୁହାଯାଉଛି । ପୁଣି ୱାର୍ଲ୍ଡ ଇକୋନୋମିକ ଫୋରମ୍ରେ ଟ୍ରମ୍ପ କହିଛନ୍ତି, ଇରାନ ଉପରେ ଆକ୍ରମଣ କରିବାର କୌଣସି ଆବଶ୍ୟକତା ନାହିଁ । ସେ ଦାବି କରିଥିଲେ ଯେ, ତାଙ୍କର ଧମକ ଯୋଗୁଁ, ତେହେରାନ 837 ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିଛି।

ଇରାନ IRGCର କମାଣ୍ଡର ଜେନେରାଲ ମହମ୍ମଦ ପାକପୁର କହିଛନ୍ତି, ଆମେରିକା ଏବଂ ଇସ୍ରାଏଲ ଭୁଲ ହିସାବ ଦେଉଛନ୍ତି…. ଗାର୍ଡମାନେ ‘ଟ୍ରିଗର ଉପରେ ଆଙ୍ଗୁଠି ରଖିଛନ୍ତି’…. ଯଦି ଧମକ ଦିଆଯାଏ ତେବେ ଦେଶର ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହୁଛନ୍ତି …. ଆମେ ବି ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି କହିଛନ୍ତି IRGCର କମାଣ୍ଡର ।

ଏଥିସହ ପଢ଼ନ୍ତୁ: ଶୁଣିଲେ ହେଉନି ବିଶ୍ୱାସ, ଏମିତି ବିଶ୍ୱ ରେକର୍ଡ କଲେ ଭାରତୀୟ ପର୍ବତାରୋହୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଆମେରିକାର ସାମରିକ ପ୍ରସ୍ତୁତିର ପରିମାଣ, ଇସ୍ରାଏଲର ସତର୍କତା ବୃଦ୍ଧି ଏବଂ ଟ୍ରମ୍ପଙ୍କ ପରିବର୍ତ୍ତିତ ବାକ୍ୟରଚନା ସୂଚାଇ ଦେଉଛି ଯେ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ରହିଛି ଏବଂ ଏକ ବଡ ଯୁଦ୍ଧର ଆଶଙ୍କା ରହିଛି । ତେବେ ଟ୍ରମ୍ପ ପୁରା ଯୁଦ୍ଧ କରିବା ଉପରେ ଅଛନ୍ତି। ଆଗକୁ ପରିସ୍ଥିତି କଣ ହେବ, ଆଜି ରାତି ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Related Topics

Explore more stories