Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ୪୮ ଘଣ୍ଟା ପରେ ଇରାନକୁ ଧ୍ବଂସ କରିଦେବି !

International

Trump Ultimatum Iran / ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ୪୮ ଘଣ୍ଟା ପରେ ଇରାନକୁ ଧ୍ବଂସ କରିଦେବି !

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ୪୮ ଘଣ୍ଟା ପରେ ଇରାନକୁ ଧ୍ବଂସ କରିଦେବି !
Donald Trump

Key Points

ହର୍ମୁଜ୍ ନଖୋଲିଲେ ବଡ଼ ଆକ୍ରମଣ
ଟ୍ରମ୍ପଙ୍କ ସିଧା ସତର୍କବାଣୀ
ଇରାନକୁ ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍
ଦିନକୁ ଦିନ ବଢ଼ିବାରେ ଲାଗିଛି ମଧ୍ୟପ୍ରାଚ୍ୟରେ ଉତ୍ତେଜନା । ଇରାନ ଏବଂ ଆମେରିକା ପଛକୁ ହଟିବାକୁ କିମ୍ବା ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଯୁଦ୍ଧବିରତି ପ୍ରୟାସ ସତ୍ତ୍ୱେ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହର୍ମୁଜ ଖୋଲିବାକୁ ନେଇ ଇରାନ୍‌କୁ ଦିଆଯାଇଥିଲା ୧୦ ଦିନ ସମୟ । ଆମେରିକା ସହ ଡିଲ୍‌ କରିବା ଲାଗି ଇରାନ୍‌କୁ ଦିଆଯାଇଥିଲା ୧୦ ଦିନ ସମୟ । ଇରାନ୍‌କୁ ଦିଆ ଯାଇଥିବା ସମୟ ଶେଷ ହୋଇ ଆସୁଛି । ଯଦି ଏହି ସମୟ ମଧ୍ୟରେ ହର୍ମୁଜ ନ ଖୋଲାଯାଏ ତେବେ ଇରାନକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଆକ୍ରମଣାତ୍ମକ ଭାବରେ ଲେଖିଛନ୍ତି ଯେ ସମୟ ସରି ଆସୁଛି। ଇରାନକୁ ଏକ ଚୁକ୍ତିରେ ରାଜି ହେବା ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ପୂର୍ବରୁ ସମୟ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ମାତ୍ର ୪୮ ଘଣ୍ଟା ବାକି ଅଛି । ଯଦି ଏହି ସମୟସୀମା ଅତିକ୍ରମ କରାଯାଏ, ତେବେ ଆମେରିକା ଇରାନ ଉପରେ ଏକ ଭୟଙ୍କର ଆକ୍ରମଣ କରିବ ।

ସେ ଇରାନ ସହିତ ଚାଲିଥିବା ଆଲୋଚନା ପାଇଁ ଆଶା ପ୍ରକାଶ କରିଥିଲେ ଏବଂ ସମୟସୀମାକୁ ୧୦ ଦିନ ବୃଦ୍ଧି କରିଥିଲେ । ଯାହା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ରହିଥିଲା । ଏହି ପଦକ୍ଷେପ ସୂଚାଇ ଦେଇଥିଲା ଯେ ୱାଶିଂଟନ ଏବେ ବି କୂଟନୈତିକ ପଥ ଖୋଲା ରଖିବାକୁ ଚାହୁଁଛି । କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱର ବଦଳିଯାଇଛି । ସେମାନେ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଧର୍ଯ୍ୟ ସମୟରେ ଚୁକ୍ତିରେ ଓ ହର୍ମୁଜ ପ୍ରଣାଳୀ ନ ଖୋଲାଯାଏ ତେବେ ଇରାନ ଉପରେ ଭୟଙ୍କର ଆକ୍ରମଣ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump Warns Iran: ‘Open Hormuz or Face Attack in 48 Hours’ | Argus News