Trump Warning Iran / ପୁଣି ଧମକ ଦେଲେ ଟ୍ରମ୍ପ; କହିଲେ, ଆଜି ରାତିରେ ଶେଷ ହୋଇଯିବ ଗୋଟିଏ ସଭ୍ୟତା
·1 hour ago·1 min read

Key Points
ପୁଣି ଧମକ ଦେଲେ ଟ୍ରମ୍ପ
ଇରାନ ପାଇଁ ଶେଷ ଚେତାବନୀ
ଆଜି ରାତିରେ ହେବ ଇତିହାସ
ଇରାନ ପାଇଁ ଶେଷ ଚେତାବନୀ
ଆଜି ରାତିରେ ହେବ ଇତିହାସ
ଅଶାନ୍ତ ମଧ୍ୟପ୍ରାଚ୍ୟ । ଗତ ଛଅ ସପ୍ତାହ ଧରି ଜାରି ରହିଛି ଇରାନ ଯୁଦ୍ଧ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ୪୮ ଘଣ୍ଟାର ଅଲଟିମେଟମ୍ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ୪୮ ଘଣ୍ଟାର ସମୟସୀମା ବୁଧବାର ଭୋର ୫ଟା ୩୦ରେ ଶେଷ ହେଉଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ହର୍ମୁଜ ପ୍ରଣାଳୀକୁ ତୁରନ୍ତ ନ ଖୋଲେ, ତେବେ ଆମେରିକା ଇରାନର ସମସ୍ତ ଜାତୀୟ ଭିତ୍ତିଭୂମିକୁ ଧ୍ୱଂସ କରିଦେବ। ଗୋଟିଏ ରାତିରେ ଇରାନ ଧ୍ବଂସ ହୋଇଯିବ । କିନ୍ତୁ ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଚେତାବନୀ ଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ସେ ଲେଖିଛନ୍ତି, ଆଜି ରାତିରେ ଏକ ସମ୍ପୂର୍ଣ୍ଣ ସଭ୍ୟତାର ପତନ ଘଟିବ, ଯାହା ବୋଧହୁଏ ଆଉ କେବେ ଫେରିବ ନାହିଁ । ମୁଁ ଚାହୁଁନି ଯେ ଏମିତି ହେଉ, କିନ୍ତୁ ବୋଧହୁଏ ଏହା ହିଁ ହେବାକୁ ଯାଉଛି । ତଥାପି, ବର୍ତ୍ତମାନ ଯେହେତୁ ଶାସନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଛି, ଯେଉଁଠାରେ ଭିନ୍ନ, ଅଧିକ ବୁଦ୍ଧିମାନ ଏବଂ କମ୍ କଠୋରପନ୍ଥୀ ମାନସିକତାର ଶାସକ ରହିବେ, ତେବେ ହୁଏତ କିଛି କ୍ରାନ୍ତିକାରୀ ଓ ଚମତ୍କାର ଘଟଣା ଘଟିପାରେ, କିଏ ଜାଣେ ? ବିଶ୍ୱର ଦୀର୍ଘ ତଥା ଜଟିଳ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ହେଉଛି ଆଜି ରାତି, ଯାହା ଆମେ ଜାଣିବାକୁ ପାଇବା । ୪୭ ବର୍ଷର ଜବରଦସ୍ତି ଆଦାୟ, ଦୁର୍ନୀତି ଏବଂ ମୃତ୍ୟୁର ଶେଷରେ ଅନ୍ତ ଘଟିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories