Trump Warns / ଯୁଦ୍ଧକୁ ଚୀନ ଓ ଋଷ ଆସିଲେ ପରିଣାମ ଭୟଙ୍କର ହେବ: ଡୋନାଲ୍ଡ ଟ୍ରମ୍ପ
·1 hour ago·2 min read

Key Points
ଇରାନକୁ ସାହାଯ୍ୟ କରିବେ ନାହିଁ ଚୀନ ଓ ଋଷ । ଏନେଇ ଦୁଇ ଦେଶ ଭରସା ଦେଇଥିବା ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି । ଏଥିସହ ଋଷ କିମ୍ବା ଚୀନ ଯୁଦ୍ଧରେ ସାମିଲ୍ ହେଲେ ଭୟଙ୍କର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି ।
ନୂଆଦିଲ୍ଲୀ: ଆମେରିକା-ଇରାନ ସଂଘର୍ଷ ଭିତରେ ଟ୍ରମ୍ପଙ୍କ ବଡ଼ ଦାବି । ଇରାନକୁ ସାହାଯ୍ୟ କରିବେ ନାହିଁ ଚୀନ ଓ ଋଷ । ଏନେଇ ଦୁଇ ଦେଶ ଭରସା ଦେଇଥିବା ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି । ଏଥିସହ ଋଷ କିମ୍ବା ଚୀନ ଯୁଦ୍ଧରେ ସାମିଲ୍ ହେଲେ ଭୟଙ୍କର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ତାଙ୍କୁ ଭରସା ଦେଇଛନ୍ତି । ଚୀନ, ଇରାନକୁ କୌଣସି ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ । ଏପରିକି ଚୀନ କମ୍ପାନୀ ମଧ୍ୟ ଇରାନ ସହ ଅସ୍ତ୍ର କାରବାର କରିବେ ନାହିଁ । ସେହିଭଳି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମଧ୍ୟ ତେହରାନକୁ ଅସ୍ତ୍ରଶସ୍ତ୍ର ଦେବେ ନାହିଁ ବୋଲି କହିଥିବା ଟ୍ରମ୍ପ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ LPG ନେଇ ଆସୁଥିବା ଜାହାଜ ଉପରେ ମିସାଇଲ୍ ମାଡ଼; ଥିଲେ ୨୮ ଭାରତୀୟ
ହ୍ଵାଇଟ୍ ହାଉସ୍ରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, "ମୋତେ ଲାଗୁଛି ମୁଁ ଯେଉଁମାନଙ୍କ ଉପରେ ଭରସା କରୁଛି । ସେମାନଙ୍କ ମଧ୍ୟରୁ କୌଣସି ବି ଦେଶ ଉତ୍ତେଜନା ସ୍ଥିତିରେ ଇରାକୁ ସହାୟତା କରିବେ ନାହିଁ ।"
ରୟଟର୍ସ ଅନୁସାରେ, ଟ୍ରମ୍ପଙ୍କ ଏହି ଟିପ୍ପଣୀ ରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ ସାଂସଦଙ୍କୁ ଦେଇଥିବା ବୟାନର କିଛିଦିନ ପରେ ଆସିଛି । ପୂର୍ବରୁ ହେଗସେଥ ଇରାନର ଗତିବିଧିରେ ଋଷ ଓ ଚୀନର ସମ୍ପୃକ୍ତି କଥା କହିଥିଲେ । ଏବେ ଟ୍ରମ୍ପ ସେଭଳି କିଛି ସୂଚନା ଦେଇନାହାନ୍ତି ।
କୁହାଯାଉଛି ଉପସାଗରୀୟ ଦେଶରେ CIA ଠିକଣା ଉପରେ ଇରାନର ଆକ୍ରମଣ ପରେ ଆମରିକାର ଗୁଇନ୍ଦା ସଂସ୍ଥା ତଦନ୍ତ ଆରମ୍ଭ କରିଛନ୍ତି । କୌଣସି ପ୍ରକାରେ ଋଷ, ଇରାନକୁ ସହାୟତା ଦେଇଛି କି ତାର ତଦନ୍ତ କରୁଛି ଆମେରିକା । ତେବେ ଏହା ଉପରେ କ୍ରେମଲିନ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
ସେପଟେ ଟ୍ରମ୍ପ କହିଛନ୍ତି, "ୟୁକ୍ରେନ୍ ଯୁଦ୍ଧ ପରେ ବି ପୁଟିନଙ୍କ ସହ ଆଲୋଚନା ଜାରି ରହିଛି । ୟୁକ୍ରେନ୍କୁ ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ ବରଂ ନାଟୋ ଦେଶକୁ ଦେବ । ସେହିଭଳି ମସ୍କୋ ମଧ୍ୟ ଇରାନକୁ କୌଣସି ଅସ୍ତ୍ରଶସ୍ତ୍ର ଦେବ ନାହିଁ ।"
ଏଥିସହ ପଢ଼ନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ
ଆମେରିକା ଯିବେ ନେତାନ୍ୟାହୁ
ସେପଟେ ଇରାନ୍ ଯୁଦ୍ଧ ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଥମ ଥର ଆମେରିକା ଗସ୍ତରେ ଯିବେ । ସୋମବାର ନେତାନ୍ୟାହୁ ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଦୁଇ ନେତା ଇରାନ ଯୁଦ୍ଧ ଆରମ୍ଭ ପରେ ପ୍ରଥମଥର ବ୍ୟକ୍ତିଗତ ଭାବେ ଭେଟିବାକୁ ଯାଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories