Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Drone Attack / UAEର ଆଣବିକ ଶକ୍ତି କେନ୍ଦ୍ର ଉପରେ ଉପରେ ଡ୍ରୋନ୍ ଆଟାକ୍; ଲାଗିଲା ଭୟଙ୍କର ନିଆଁ

Sushanta Sahoo
Browse all articles by Sushanta Sahoo
·1 month ago·2 min read
UAEର ଆଣବିକ ଶକ୍ତି କେନ୍ଦ୍ର ଉପରେ ଉପରେ ଡ୍ରୋନ୍ ଆଟାକ୍; ଲାଗିଲା ଭୟଙ୍କର ନିଆଁ
Power Plant in UAE Targeted

Key Points

ଦେଶର ପଶ୍ଚିମ ସୀମାରୁ ୩ଟି ଡ୍ରୋନ୍ ପଶିଥିଲା । ସୁରକ୍ଷାକର୍ମୀ ୨ଟି ଡ୍ରୋନ୍‌କୁ ଖସାଇ ଦେଇଥିବା ବେଳେ ଗୋଟିଏ ଡ୍ରୋନ୍ ଆଣବିକ ଶକ୍ତି କେନ୍ଦ୍ରର ବିଦ୍ୟୁତ୍ ଜେନେରେଟର ଉପରେ ପଡ଼ିଥିଲା ।
ନୂଆଦିଲ୍ଲୀ: ୟୁଏଇର ବରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ଏକ ଡ୍ରୋନ୍ ଆକ୍ରମଣ ହୋଇଛି । ଯାହା ଫଳରେ ପ୍ଲାଣ୍ଟ ବାହାରେ ଥିବା ବିଦ୍ୟୁତ୍ ଜେନେରେଟର୍‌ରେ ନିଆଁ ଲାଗିଛି । ଅସ୍ତ୍ରବିରତି ବୃଦ୍ଧି ଆଶା ଭିତରେ ଡ୍ରୋନ୍ ଆକ୍ରମଣ ସ୍ଥିତିକୁ ଆହୁରି ଜଟିଳ କରିଛି ।

ଆବୁଧାବିର ଅଧିକାରୀ କହିଛନ୍ତି, "ଡ୍ରୋନ୍ ଆକ୍ରମଣ ନେଇ ଏବେ ପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି । ଏହି ଆକ୍ରମଣରେ କୌଣସି ବିକିରଣ କିମ୍ବା ଲିକେଜ୍ ହୋଇ ନାହିଁ । କେହି ମଧ୍ୟ ଆହତ ହୋଇ ନାହାନ୍ତି ।"

ଏଥିସହ ପଢ଼ନ୍ତୁ: ଆମେରିକାର ୫ ସର୍ତ୍ତ: ଯଦି ଇରାନ ମାନିବ ଶୀର୍ଘ ବନ୍ଦ ହେବ ଯୁଦ୍ଧ... 

ତେବେ ଏହି ଆକ୍ରମଣ ପଛରେ ଇରାନ ଥିବା ଦୃଢ଼ ଆଶଙ୍କା କରାଯାଉଛି । କାରଣ ଆମେରିକା ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଇରାନ ଲଗାତାର ୟୁଏଇକୁ ଧମକ ଦେଇ ଆସୁଥିଲା । ଇରାନ ଅନୁସାରେ, ଯୁଦ୍ଧରେ UAE ଇସ୍ରାଏଲ୍‌ର ଆଇରନ୍ ଡ୍ରୋମ୍ ମିସାଇଲ୍ ସିଷ୍ଟମ ସହ ସୈନିକଙ୍କୁ ସ୍ଥାନ ଦେଇଥିଲା ।

ଆମେରିକା-ଇରାନ ଅସ୍ତ୍ରବିରତି ଚୁକ୍ତିକୁ ନେଇ ସହମତ ହୋଇ ନଥିବାବେଳେ ଏହି ଆକ୍ରମଣ ହୋଇଛି । ଅସ୍ତ୍ରବିରତି ନେଇ ଆଳୋଚନା ଆଗକୁ ବଢି ପାରୁନଥିବା ବେଳେ ଆମେରିକା, ଇରାନର ବନ୍ଦର ଗୁଡ଼ିକୁ ଘେରି ରହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକେତ ଦେଇଛନ୍ତି ଯେ, ଯୁଦ୍ଧ ପୁଣି ଆରମ୍ଭ ହୋଇପାରେ । ସେପଟେ ଇରାନର ସରକାରୀ ଟିଭିରେ ବାରମ୍ବାର ଯୁଦ୍ଧକୁ ନେଇ ଖବର ଦେଖାଯାଉଛି । ଯେଉଁଥିରେ ଆଙ୍କର ବନ୍ଧୁକ ଧରୁଥିବା ଦେଖା ଯାଉଛି । ଯାହା ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପ୍ରବର୍ତ୍ତାଉଛି ।

ଆମେରିକା ଆକ୍ରମଣ ପ୍ରତି ଜବାବରେ ଇରାନ ଲଗାତାର ଉପସାଗରୀୟ ଦେଶ ଉପରେ ଆକ୍ରମଣ କରୁଛି । ରବିବାର ଆବୁଧାବିର ଅଲ ଧାଫରା ରିଜନର ବରାକା ଆଣବିକ ଶକ୍ତି କେନ୍ଦ୍ର ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ଯାହା ଫଳରେ ନିଆ ଲାଗିଛି ।

ଅଧିକାରୀଙ୍କ ଅନୁସାରେ, ଡ୍ରୋନ୍ ଆକ୍ରମଣ ଏବଂ ଅଗ୍ନିକାଣ୍ଡ ଯୋଗୁଁ ଆଣବିକ ଶକ୍ତି କେନ୍ଦ୍ରର ସୁରକ୍ଷା ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ପ୍ଲାଣ୍ଟର ସମସ୍ତ ୟୁନିଟ୍ ପୂର୍ବ ଭଳି ସକ୍ରିୟ ରହିଛି ।

୩ଟି ଡ୍ରୋନ୍‌ରେ ଆଟାକ୍

UAE ଅନୁସାରେ, ଦେଶର ପଶ୍ଚିମ ସୀମାରୁ ୩ଟି ଡ୍ରୋନ୍ ପଶିଥିଲା । ସୁରକ୍ଷାକର୍ମୀ ୨ଟି ଡ୍ରୋନ୍‌କୁ ଖସାଇ ଦେଇଥିବା ବେଳେ ଗୋଟିଏ ଡ୍ରୋନ୍ ଆଣବିକ ଶକ୍ତି କେନ୍ଦ୍ରର ବିଦ୍ୟୁତ୍ ଜେନେରେଟର ଉପରେ ପଡ଼ିଥିଲା । ଡ୍ରୋନ୍ ଆକ୍ରମଣ ପରେ ତଦନ୍ତ ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ଆଇନ୍‌ରେ ବଡ଼ ପରିବର୍ତ୍ତନ; ଚୁପ୍ ରହିବା ବିବାହ ପାଇଁ ସହମତି ସହ ସମାନ 

ବରାଫାହ ଶକ୍ତି କେନ୍ଦ୍ର କେତେ ଗୁରୁତ୍ଵପୂର୍ଣ୍ଣ ?

ବରାକା ଆଣବିକ ଶକ୍ତି କେନ୍ଦ୍ରକୁ UAE ଦକ୍ଷିଣ କୋରିଆର ୨୦ ଅରବ ଡଲାର ସହଯୋଗରେ ନିର୍ମାଣ କରିଛି । ଏହା ୨୦୨୦ରୁ କାର୍ଯ୍ୟକ୍ଷମ ହୋଇଛି । ଯାହାକି ୟୁଏଇର ପ୍ରଥମ ଏବଂ ଏକମାତ୍ର ଆଣବିକ ଶକ୍ତି କେନ୍ଦ୍ର । UAE ଆବଶ୍ୟକତାର ୨୫ ପ୍ରତିଶତ ଏହି କେନ୍ଦ୍ର ପୂରଣ କରିଥାଏ । ଏହା ଆରବ ଜଗତର ପ୍ରଥମ ବାଣିଜ୍ୟିକ ଆଣବିକ ଶକ୍ତି କେନ୍ଦ୍ର । ଏଥିରେ ୪ଟି ରିକ୍ଟର ରହିଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UAE Nuclear Plant Hit by Drone Attack, Massive Fire Reported | Argus News | Argus News