Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Child Marriage Law / ଆଇନ୍‌ରେ ବଡ଼ ପରିବର୍ତ୍ତନ; ଚୁପ୍ ରହିବା ବିବାହ ପାଇଁ ସହମତି ସହ ସମାନ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଆଇନ୍‌ରେ ବଡ଼ ପରିବର୍ତ୍ତନ; ଚୁପ୍ ରହିବା ବିବାହ ପାଇଁ ସହମତି ସହ ସମାନ
Silence Treated as Consent for Marriage

Key Points

ତାଲିବାନ ଆଫଗାନିସ୍ତାନରେ ୨୦୨୧ ଅଗଷ୍ଟରେ କ୍ଷମତା ଦଖଲ ପର ଠାରୁ ମହିଳା ଓ ଝିଅଙ୍କ ଶିକ୍ଷା, ରୋଜଗାର ଓ ସାର୍ବଜନୀନ ଜୀବନ ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଇଛି । ଆଉ ଏବେ ବାଲ୍ୟ ବିବାହକୁ ମଞ୍ଜୁରୀ ଦେଇଛି ।
ନୂଆଦିଲ୍ଲୀ: ଚୁପ୍ ରହିବା ଅର୍ଥ ଆପଣ ବିବାହ ପ୍ରସ୍ତାବରେ ସମ୍ପୂର୍ଣ୍ଣ ସହମତ । ଆଇନ୍‌ରେ ପରିବର୍ତ୍ତନ ବେଳେ ଅନୁଚ୍ଛେଦରେ ଏବେ ଏଭଳି କିଛି ଯୋଡ଼ା ଯାଇଛି । ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ସରକାର ଲାଗୁ କରିଛି ନୂଆ ପାରିବାରିକ ଆଇନ୍ । ଯାହା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିବାହ, ଛାଡ଼ପତ୍ର ଓ ବାଲ୍ୟ ବିବାହକୁ ନେଇ ତାଲିବାନ ସରକାର ନୂଆ ଆଇନ ଆଣିଛନ୍ତି । ଯେଉଁଥିରେ ଅବିବାହିତା ଚୁପ୍ ରହିବାର ଅର୍ଥ ତାଙ୍କର ସହମତି ବୋଲି ଧରି ନିଆଯିବ । ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଙ୍ଖୁଦଜାଦା ଏହି ଆଇନ୍‌କୁ ମଞ୍ଜୁରୀ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ଚୀନ ଗସ୍ତ ପରେ ବଦଳିଗଲା ଟ୍ରମ୍ପଙ୍କ ମନ; ଆଉ ତାଇୱାନକୁ ଅସ୍ତ୍ରଶସ୍ତ୍ର ଦେବନି ଆମେରିକା 

ନୂଆ ଆଇନ୍‌ରେ ୩୧ଟି ଅନୁଚ୍ଛେଦ ରହିଛି । ଯେଉଁଥିରେ ନାବାଳିକା ବିବାହ, ଛାଡ଼ପତ୍ର ଓ ପୁରୁଷ ଅଭିଭାବକଙ୍କ ସହ ଜଡ଼ିତ ଅଧିକାର ରହିଛି । ମେ ମଧ୍ୟଭାଗରେ ଜାରି ଏହି ଆଇନ୍‌ରେ ବିଭିନ୍ନ ଧାର୍ମିକ ଓ ଆଇନ୍‌ଗତ ସ୍ଥିତିରେ ଛାଡ଼ପତ୍ର ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛି ।

ନୂଆ ଆଇନ୍‌ର କ'ଣ ଅଛି ?

ତାଲିବାନ ସରକାର ଆଣିଥିବା ନୂଆ ଆଇନ୍ ଅନୁସାରେ, ବାପା ଓ ଦାଦା ବାଲ୍ୟ ବିବାହ କରାଇ ପାରିବେ । ଯେଉଁଠି ଅବିବାହିତା ଯୁବତୀ ଚୁପ୍ ରହିବା ହିଁ ସେମାନଙ୍କ ସହମତି ବୋଲି ଧରି ନିଆଯିବ । ଯେତେବେଳେ କି ପୁରୁଷ ଓ ବିବାହିତା ମହିଳା ଚୁପ୍ ରହିବାକୁ ସ୍ଵୟଂ ସହମତି ଧରାଯିବ ନାହଁ ।

ଚିନ୍ତା ପ୍ରକାଶ କଲେ ମାନବାଧିକାର ସଂଗଠନ

ଆଫଗାନିସ୍ତାନରେ ନୂଆ ଆଇନ୍‌କୁ ନେଇ ମାନବାଧିକାର ସଂଗଠନ ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନଙ୍କ କହିବା କଥା, ଆଫଗାନିସ୍ତାନର କିଛି ଅଞ୍ଚଳରେ ଏହି ପ୍ରଥା ଚାଲି ଆସୁଥିଲା, ଏବେ ତାହାକୁ ନୀତିଗତ ଭାବେ ବୈଧ କରାଯାଇଛି ।

ଗମ୍ଭୀର ଆର୍ଥିକ ଦୁଃସ୍ଥିତି ସହ ଯୁଝୁଥିବା ପରିବାର ଅକ ସମୟରେ ଟଙ୍କା ବଦଳରେ ନାବାଳିକା ଝିଅଙ୍କ ବିବାହ କରାଇ ଦିଅନ୍ତି । ଏପରିକି କିଛି କ୍ଷେତ୍ରରେ ଋଣ ଶୁଝିବା ପରିବର୍ତ୍ତେ ନାବାଳିକାଙ୍କ ବିବାହ କରାଇ ଦିଆଯାଏ ।

ଏଥିସହ ପଢ଼ନ୍ତୁ: ବୈଜ୍ଞାନିକଙ୍କ ଭୟଙ୍କର ଭବିଷ୍ୟବାଣୀ, ୧୩ ନଭେମ୍ବର ୨୦୨୬ରେ ଧ୍ବଂସ ହୋଇଯିବ ପୃଥିବୀ ! 

ସ୍ଵେଚ୍ଛାସେବୀ ସଂଗଠନ 'ଗର୍ଲ ନଟ୍ ବ୍ରାଇଡ୍ସ' ଅନୁସାରେ, ଆଫଗାନିସ୍ତାନରେ ପ୍ରାୟ ଏକ ତୃତୀୟାଂଶ ଯୁବତୀଙ୍କ ବିବାହ ୧୮ ବର୍ଷ ପୂର୍ବରୁ ହୋଇଥାଏ । ଆଉ ବାଲ୍ୟ ବିବାହ ବଦଳରେ ୫୦୦ରୁ ୩ ହଜାର ପର୍ଯ୍ୟନ୍ତ ଆମେରିକୀୟ ଡଲାର ମିଳିଥାଏ ।

ମହିଳାଙ୍କ ଉପରେ ପ୍ରତିବନ୍ଧକ

୨୦୨୧ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନର କ୍ଷମତା ଦଖଲ ପର ଠାରୁ ମହିଳା ଓ ଝିଅଙ୍କ ଶିକ୍ଷା, ରୋଜଗାର ଓ ସାର୍ବଜନୀନ ଜୀବନ ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଇଛି । ଯାହାକୁ ଅନ୍ତର୍ଜାତୀୟ ସଂଗଠନ ଭେଦଭାବପୂର୍ଣ୍ଣ କହି ଆସୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Taliban Approves New Law Allowing Child Marriage in Afghanistan | Argus News | Argus News