UAE Oil Pipeline / ଆଉ ରହିବନି ହର୍ମୁଜ ଡର; ଫୁରଜୈରାହରୁ ନୂଆ ତୈଳ ପାଇପ ଲାଇନ୍ ବିଛାଇବ UAE
·58 mins ago·2 min read

Key Points
ହର୍ମୁଜ ପ୍ରଣାଳୀ ବନ୍ଦ ଫଳରେ ୟୁଏଇ ସମେତ ସମସ୍ତ ଉପସାଗରୀୟ ଦେଶରୁ ପ୍ରଭାବିତ ହୋଇଛି ତୈଳ ସହ ଗ୍ୟାସ୍ ଯୋଗାଣ । ଯାହା ପାଇଁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି ।
ନୂଆଦିଲ୍ଲୀ: ଇରାନର ହର୍ମୁଜ ପ୍ରଣାଳୀ ବନ୍ଦ ଫଳରେ ବିଶ୍ଵରେ ଏକ ପ୍ରକାର ତୈଳ ସଂକଟ ଦେଖା ଦେଇଛି । ଆଉ ୟୁଏଇ ସମେତ ସମସ୍ତ ଉପସାଗରୀୟ ଦେଶରୁ ପ୍ରଭାବିତ ହୋଇଛି ତୈଳ ସହ ଗ୍ୟାସ୍ ଯୋଗାଣ । ଯାହା ପାଇଁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି ।
ଆଉ ଏହି ସଂକଟରୁ ବାହାରିବା ଲାଗି ଉପସାଗରୀୟ ଦେଶ ହର୍ମୁଜର ବିକଳ୍ପ ସନ୍ଧାନ କରୁଛନ୍ତି । ଏ ଦିଗରେ ୟୁଏଇ ଏକ ପାଦ ଆଗକୁ ଯାଇ ନୂଆ ତୈଳ ପାଇପ ଲାଇନ୍ ପ୍ରକଳ୍ପ ଉପରେ ଦ୍ରୁତଗତିରେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
ଏଥିସହ ପଢ଼ନ୍ତୁ: ସଙ୍କଟ ସମୟରେ ଭାରତ-UAE ମେଗା ଡିଲ୍, ଦେଶରେ ଇନ୍ଧନ ଅଭାବ ସମୟରେ LPG ଓ ପେଟ୍ରୋଲିୟମ୍ ଚୁକ୍ତି
ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ, ହର୍ମୁଜ ପ୍ରଣାଳୀକୁ ବାଇପାସ୍ କରିବା ସହ ନିଜ କ୍ଷମତା ବଢ଼ାଇବା ଲାଗି ୟୁଏଇ ଏକ ନୂଆ ତୈଳ ପାଇପ୍ ଲାଇନ୍ ପ୍ରକଳ୍ପ ଶୀଘ୍ର ସାରିବାକୁ କାମ କରୁଛି । ଏହି ନୂଆ ପ୍ରକଳ୍ପ ଜରିଆରେ ୨୦୨୭ ମଧ୍ୟରେ ଫୁଜୈରାହ ରାସ୍ତାର ତୈଳ ରପ୍ତାନୀ କ୍ଷମତା ଦ୍ଵି-ଗୁଣିତ ହେବ ।
ଆବୁ ଧାବିର କ୍ରାଉନ୍ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଏକ କାର୍ଯ୍ୟକାରୀ କମିଟି ବୈଠକରେ ଆବୁ ଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ (ADNOC) ୱେଷ୍ଟ-ଇଷ୍ଟ ପାଇପ ଲାଇନ ପ୍ରକଳ୍ପ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ପାଇପ ଲାଇନ୍ ନିର୍ମାଣ ଜାରି ରହିଛି, ଯାହା ୨୦୨୭ରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖି ଯାଇଛି ।
କ୍ଷମତା ବଢ଼ାଉଛି UAE
ୟୁଏଇ ପାଖରେ ଥିବା ବର୍ତ୍ତମାନର ଆବୁ ଧାବୁ କ୍ରୁଡ୍ ଅଏଲ୍ ପାଇପ ଲାଇନ୍ (ADCOP) ଯାହାକୁ ହବଶମ-ଫୁଜୈରାହ ପାଇପ ଲାଇନ୍ କୁହାଯାଉଛି । ଯାହାଦ୍ଵାରା ପ୍ରତିଦିନ ୧୮ ଲକ୍ଷ ବ୍ୟାରେଲ୍ ତୈଳ ପରିବହନ କରାଯିବାର କ୍ଷମତା ରହିଛି । ଯାହା ୟୁଏଇ-ଓମାନ ଉପକୂଳରୁ ତୈଳ ରପ୍ତାନ କରୁଛି ।
ଉପସାଗରୀୟ ରାଷ୍ଟ୍ର ମଧ୍ୟରେ ୟୁଏଇ ଓ ସାଉଦି ଆରବ ପାଖରେ ହିଁ ଏଭଳି ପାଇପ୍ ଲାଇନ୍ ରହିଛି । ଯାହାଦ୍ଵାରା ହର୍ମୁଜ ପ୍ରଣାଳୀ ବାହାରେ ଅଶୋଧିତ ତୈଳ ରପ୍ତାନୀ କରାଯାଇ ପାରୁଛି ।
ଏଥିସହ ପଢ଼ନ୍ତୁ: ଭାରତ-ୟୁଏଇ ସମ୍ପର୍କ: ମୋଦିଙ୍କ ଗସ୍ତରେ ମିଳିବ ଭାରତକୁ ତେଲ...
ଭାରତକୁ ମିଳିବ ଲାଭ
ଭାରତର ଗୁରୁତ୍ଵପୂର୍ଣ୍ଣ ବ୍ୟବସାୟିକ ସହଯୋଗୀ ହେଉଛି UAE । ଉଭୟ ଦେଶ ମଧ୍ୟରେ ଦ୍ଵି-ପାକ୍ଷିକ ସମ୍ବନ୍ଧ ବଢ଼ିବାରେ ଲାହିଛି । ପୂର୍ବରୁ ଦ୍ଵି-ପାକ୍ଷିକ ବାଣିଜ୍ୟ ୧୦୦ ଅରବ ଡଲାରରୁ ଅଧିକ ରହିଛି । ଦୁଇ ଦେଶ ଅଣ ତୈଳ ବ୍ୟବସାୟକୁ ୨୦୩୨ ସୁଦ୍ଧା ୨୦୦ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ଏବେ ୟୁଏଇ ହର୍ମୁଜକୁ ବାଇପାସ୍ କରି ତିଆରି କରୁଥିବା ପାଇପ ଲାଇନ୍ ଦ୍ଵାରା ଭାରତକୁ ଲାଭ ମିଳିବ । ଏହି ନୂଆ ପାଇପ ଲାଇନ୍ ୨୦୨୭ ସୁଦ୍ଧା ଆରମ୍ଭ ହେଲେ ୟୁଏଇ ଦୁଇଗୁଣା ତୈଳ ରପ୍ତାନୀ କରି ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories