PM Modi UAE Visit / ସଙ୍କଟ ସମୟରେ ଭାରତ-UAE ମେଗା ଡିଲ୍, ଦେଶରେ ଇନ୍ଧନ ଅଭାବ ସମୟରେ LPG ଓ ପେଟ୍ରୋଲିୟମ୍ ଚୁକ୍ତି
·1 hour ago·3 min read

Key Points
ମୋଦୀଙ୍କ ୫ ଦେଶୀୟ ଗସ୍ତ
ପ୍ରଥମ ଦିନରେ ଆବୁଧାବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ସଙ୍କଟ ସମୟରେ ଭାରତ-ୟୁଏଇ ମେଗା ଡିଲ୍

ଶକ୍ତି ସଙ୍କଟକୁ ରୋକିବାରେ ବଡ଼ ସହାୟକ ହେବ ଭାରତ- UAE ଚୁକ୍ତି । ପଞ୍ଚ ଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ସଙ୍କଟ ସମୟରେ ଭାରତ-UAE ମଧ୍ୟରେ ମେଗା ଡିଲ୍ ହୋଇଛି । ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ସୁରକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି । ରଣନୈତିକ ଚୁକ୍ତିଗୁଡ଼ିକ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହ ଘରୋଇ ବଜାରରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ଏକ ସଞ୍ଜୀବନୀ ସଦୃଶ କାମ କରିବ ବୋଲି ଆଶା କରାଯାଉଛି ।
୫ ଦେଶୀୟ ବିଦେଶ ଗସ୍ତର ପ୍ରଥମ ଦିନରେ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ୟୁଏଇ ମାଟିରେ ଦେଖିବାକୁ ମିଳିଥିଲା ଅଦ୍ଭୁତପୂର୍ବ ଉତ୍ସାହ । ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ମହାବୈଠକରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ଏବଂ ବାଣିଜ୍ୟ କ୍ଷେତ୍ରରେ ଅନେକ ମେଗା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଶେଷ କରି ମଧ୍ୟପ୍ରାଚ୍ୟ ତୈଳ ସଙ୍କଟ ଓ ହର୍ମୁଜ୍ ବ୍ଲକେଡ୍ ମଧ୍ୟରେ ଭାରତ ପାଇଁ ନିରନ୍ତର ଏଲ୍ପିଜି ଏବଂ ଅଶୋଧିତ ତୈଳ ଯୋଗାଣକୁ ସୁନିଶ୍ଚିତ କରିବା ନେଇ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । ଏହା ସହିତ ଭାରତର ଭାଡିନାର୍ (Vadinar) ଠାରେ ଏକ ବୃହତ୍ ଜାହାଜ ମରାମତି କ୍ଲଷ୍ଟର ସ୍ଥାପନ ଉପରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ସୁରକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ।
ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିଗୁଡ଼ିକର ଗୁରୁତ୍ୱ ଏହାର 'ଟାଇମିଂ' କାରଣରୁ ଅଧିକ ଗୁରୁତ୍ବ ବହନ କରୁଛି । ବିଶେଷ କରି ଏଲ୍ପିଜି (LPG) ଯୋଗାଣ ଏବଂ ପେଟ୍ରୋଲିୟମ୍ ସଂରକ୍ଷଣକୁ ନେଇ ହୋଇଥିବା ଚୁକ୍ତି ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ଭାରତ ଏକ ବଡ଼ ଶକ୍ତି ସଙ୍କଟ ଦେଇ ଗତି କରୁଛି । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଯୋଗୁଁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି । ଏଭଳି ସଂକଟଜନକ ପରିସ୍ଥିତିରେ ୟୁଏଇ ସହ ହୋଇଥିବା ଏହି ରଣନୈତିକ ଚୁକ୍ତିଗୁଡ଼ିକ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବାରେ ଏବଂ ଘରୋଇ ବଜାରରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ଏକ ସଞ୍ଜୀବନୀ ସଦୃଶ କାମ କରିବ ।
ୟୁଏଇରେ କିଛି ଘଣ୍ଟାର ଏହି ମାରାଥନ୍ ଏବଂ ସଫଳ ରଣନୈତିକ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପରବର୍ତ୍ତୀ ଗସ୍ତ ପାଇଁ ୟୁରୋପ ଅଭିମୁଖେ ଯାତ୍ରା କରିଛନ୍ତି । ଆବୁଧାବିରୁ ସେ ସିଧାସଳଖ ୟୁରୋପୀୟ ଦେଶଗୁଡ଼ିକ ପାଇଁ ଉଡ଼ାଣ ଭରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ୫ ଦେଶୀୟ କୂଟନୈତିକ ଗସ୍ତ ମେ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୟୁଏଇ ପରେ ପ୍ରଧାନମନ୍ତ୍ରୀ ମୋଦି ନେଦରଲ୍ୟାଣ୍ଡସ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଏବଂ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ବିଗ୍ ଡିପ୍ଲୋମାଟିକ୍ ମିଶନ୍ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।

أجريتُ مباحثاتٍ ممتازة مع أخي، صاحب السمو الشيخ محمد بن زايد آل نهيان؛ حيث جددتُ التأكيد على إدانتنا للهجمات التي استهدفت دولة الإمارات العربية المتحدة بأشد العبارات. كما أعربتُ عن تقديري لما يتحلى به أخي من قيادةٍ وشجاعةٍ وحكمة، وهي خصالٌ تجلّت بوضوحٍ طوال هذه الفترة. وعبرتُ… pic.twitter.com/gLYFz69Leh
— Narendra Modi (@narendramodi) May 15, 2026
ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିଗୁଡ଼ିକର ଗୁରୁତ୍ୱ ଏହାର 'ଟାଇମିଂ' କାରଣରୁ ଅଧିକ ଗୁରୁତ୍ବ ବହନ କରୁଛି । ବିଶେଷ କରି ଏଲ୍ପିଜି (LPG) ଯୋଗାଣ ଏବଂ ପେଟ୍ରୋଲିୟମ୍ ସଂରକ୍ଷଣକୁ ନେଇ ହୋଇଥିବା ଚୁକ୍ତି ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ଭାରତ ଏକ ବଡ଼ ଶକ୍ତି ସଙ୍କଟ ଦେଇ ଗତି କରୁଛି । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଯୋଗୁଁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି । ଏଭଳି ସଂକଟଜନକ ପରିସ୍ଥିତିରେ ୟୁଏଇ ସହ ହୋଇଥିବା ଏହି ରଣନୈତିକ ଚୁକ୍ତିଗୁଡ଼ିକ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବାରେ ଏବଂ ଘରୋଇ ବଜାରରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ଏକ ସଞ୍ଜୀବନୀ ସଦୃଶ କାମ କରିବ ।
ୟୁଏଇରେ କିଛି ଘଣ୍ଟାର ଏହି ମାରାଥନ୍ ଏବଂ ସଫଳ ରଣନୈତିକ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପରବର୍ତ୍ତୀ ଗସ୍ତ ପାଇଁ ୟୁରୋପ ଅଭିମୁଖେ ଯାତ୍ରା କରିଛନ୍ତି । ଆବୁଧାବିରୁ ସେ ସିଧାସଳଖ ୟୁରୋପୀୟ ଦେଶଗୁଡ଼ିକ ପାଇଁ ଉଡ଼ାଣ ଭରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ୫ ଦେଶୀୟ କୂଟନୈତିକ ଗସ୍ତ ମେ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୟୁଏଇ ପରେ ପ୍ରଧାନମନ୍ତ୍ରୀ ମୋଦି ନେଦରଲ୍ୟାଣ୍ଡସ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଏବଂ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ବିଗ୍ ଡିପ୍ଲୋମାଟିକ୍ ମିଶନ୍ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories