|
logo
Live

Argus News - ଉଗାଣ୍ଡାର ଅଜବ ଦାବି; ୩୦ ଦିନରେ ଦିଅ ୧ ଅରବ ଡଲାର୍ ସହ ସୁନ୍ଦରୀ ମହିଳା, ନ ହେଲେ...

International

Shocking Demand / ଉଗାଣ୍ଡାର ଅଜବ ଦାବି; ୩୦ ଦିନରେ ଦିଅ ୧ ଅରବ ଡଲାର୍ ସହ ସୁନ୍ଦରୀ ମହିଳା, ନ ହେଲେ...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଉଗାଣ୍ଡାର ଅଜବ ଦାବି; ୩୦ ଦିନରେ ଦିଅ ୧ ଅରବ ଡଲାର୍ ସହ ସୁନ୍ଦରୀ ମହିଳା, ନ ହେଲେ...
Global Controversy

Key Points

ତୁର୍କୀ ଠାରୁ ୧ ଅରବ ଡଲାର ସହ ତୁର୍କୀର ସବୁଠୁ ସୁନ୍ଦର ମହିଳାଙ୍କୁ ପତ୍ନୀ କରିବାକୁ କ୍ୟାନେଋଗାବା ପୋଷ୍ଟରେ ଲେଖିଥିଲେ । କହିଥିଲେ, "ମୁଁ ତୁର୍କୀ ସ ସଂଘର୍ଷ ଚାହୁଁ ନାହିଁ, କିନ୍ତୁ ଆମ ଆଗରେ ତୁର୍କୀର ଅସ୍ତିତ୍ଵ ରହିବ ନାହିଁ ।"
ନୂଆଦିଲ୍ଲୀ: ଉଗାଣ୍ଡା ସେନା ମୁଖ୍ୟ ଜେନରାଲ ମୁହୁଜି କ୍ୟାନେଋଗାବା ତୁର୍କୀକୁ ଏକ ବିବାଦୀୟ ଅଲ୍ଟିମେଟମ୍ ଦେଇଛନ୍ତି । ରାଷ୍ଟ୍ରପତି ୟୋବେରି ମୁସେବେନିଙ୍କ ପୁଅ ଜେନରାଲ କ୍ୟାନେଋଗାବା ତୁର୍କୀଠାରୁ ୧ ଅରବ ଡଲାର୍‌ର ସୁରତ୍ରା ଲାଭାଂଶ ସହ ତୁର୍କୀର 'ସବୁଠୁ ସୁନ୍ଦର ମହିଳା'ଙ୍କୁ ବିବାହ ପାଇଁ ଦାବି କରିଛନ୍ତି ।

ମାତ୍ର ୩୦ ଦିନ ମଧ୍ୟରେ ତୁର୍କୀ ଏହି ସର୍ତ୍ତ ପୂରଣ ନ କଲେ ୟୁଗାଣ୍ଡା, ତୁର୍କୀ ସହିତ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବ ବୋଲି ଚେତାବନୀ ଦେଇଛନ୍ତି କ୍ୟାନେଋଗାବା । ତୁର୍କୀର ଏଭଳି ଅଜବ ଦାବିକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ଧମକ, ଇରାନକୁ ଅସ୍ତ୍ର ଦେଲେ ଚୀନ୍‌କୁ ଭୋଗିବାକୁ ପଡିବ ପରିଣାମ

ଶନିବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜେନରାଲ କ୍ୟାନେଋଗାବା ଏକ ପୋଷ୍ଟ କରିଥିଲେ । ଯେଉଁଥିରେ, ସୋମାଲିଆର ଭିତ୍ତିଭୂମି ଓ ବନ୍ଦର ସମ୍ବନ୍ଧୀୟ ଚୁକ୍ତିର ଲାଭ ଉଠାଇଥିବା ଅଭିଯୋଗ ଆଣିଥିଲେ । ସେ କହିଥିଲେ, "ଉଗାଣ୍ଡାର ସୈନିକ ଅଲ-ଶବାବ ଆତଙ୍କବାଦୀଙ୍କ ସହ ୨ ଦଶନ୍ଧି ଧରି ଲଢ଼ିଛନ୍ତି । ଯେତେବେ କି ତୁର୍କୀ ପରେ ଆସି ଆର୍ଥିକ ଫାଇଦା ଉଠାଉଛି ।" ସୈନ୍ୟ ହସ୍ତକ୍ଷେପ ଲାଗି ଉଗାଣ୍ଡାକୁ ତୁର୍କୀ ୧ ଅରବ ଡଲାର ଦେବା ଦରକାର ବୋଲି କ୍ୟାନେଋଗାବା ଲେଖିଥିଲେ । ପରେ ଉକ୍ତ ପୋଷ୍ଟକୁ ହଟାଇ ଦେଇଛନ୍ତି ।

ତୁର୍କୀ ଠାରୁ ୧ ଅରବ ଡଲାର ସହ ତୁର୍କୀର ସବୁଠୁ ସୁନ୍ଦର ମହିଳାଙ୍କୁ ପତ୍ନୀ କରିବାକୁ କ୍ୟାନେଋଗାବା ପୋଷ୍ଟରେ ଲେଖିଥିଲେ । କହିଥିଲେ, "ମୁଁ ତୁର୍କୀ ସ ସଂଘର୍ଷ ଚାହୁଁ ନାହିଁ, କିନ୍ତୁ ଆମ ଆଗରେ ତୁର୍କୀର ଅସ୍ତିତ୍ଵ ରହିବ ନାହିଁ ।" ଏହି ସମୟରେ କ୍ୟାନେଋଗାବା ଚେତାବନୀ ଦେଇ ଲେଖିଥିଲେ, ଦାବି ପୂରଣ ନ ହେଲେ କମ୍ପାଲାରେ ତୁର୍କୀ ଦୂତାବାସ ବନ୍ଦ କରି ଦିଆଯିବ । ଏପରିକି ସମ୍ପର୍କ ସୀମିତ କରିବା ସହ କୂଟନୀତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଉ ଏକ ପୋଷ୍ଟରେ କ୍ୟାନେଋଗାବା ଲେଖିଥିଲେ, ପ୍ରକୃତ ସମସ୍ୟା ହେଉଛି ତୁର୍କୀ । ସୁଧାର ଲାଗି ପ୍ରତୀକ୍ଷା କରିଛୁ, କିନ୍ତୁ କିଛି ହେଉନି । ଯଦି ଆମ ସମସ୍ୟାର ସମାଧାନ ନ ହୁଏ, ତାହେଲେ ୩୦ ଦିନ ପରେ ତୁର୍କୀ ସହ ସମସ୍ତ କୂଟନୀତିକ ସମ୍ପର୍କ ଶେଷ କରି ଦେବୁ ।

ଏଥିସହ ପଢ଼ନ୍ତୁ: ଇରାନ ସହ ୨୧ ଘଣ୍ଟାର ଆଲୋଚନା ବିଫଳ, ଶାନ୍ତି ଆଲୋଚନାରେ ବାହାରିଲାନି କୌଣସି ନିଷ୍କର୍ଷ

ସେ ଆହୁରି କହିଛନ୍ତି ଯେ, ଏହା ତୁର୍କୀ ପାଇଁ ଏକ ସାଧାରଣ ବ୍ୟାପାର । ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନଙ୍କୁ ମନେ ପକାଇ କ୍ୟାନେଋଗାବା କହିଛନ୍ତି, ଇସ୍ତାନବୁଲରେ ତାଙ୍କୁ ଭେଟିବାକୁ ଇଚ୍ଛା କରୁଛି ।

ତେବେ କ୍ୟାନେଋଗାବାଙ୍କ ପାଇଁ ଏହି ବିବାଦ ନୂଆ ନୁହେଁ । ୨୦୨ରେ ଉଗାଣ୍ଡା ଦ୍ଵାରା କେନିଆ ଉପରେ ଆକ୍ରମଣର ୨ ସସ୍ତାହ ପରେ ସେ ନୌରୋବି ଉପରେ କବ୍‌ଜା କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହା ପରେ ଉଗାଣ୍ଡା ସରକାରଙ୍କୁ କ୍ଷମା ମାଗିବାକ ପଡ଼ିଥିଲା ଏବଂ ତାଙ୍କୁ ଅସ୍ଥାୟୀ ଭାବେ ପଦରୁ ହଟାଇ ଦିଆଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shocking Demand: ଉଗାଣ୍ଡାର ଅଜବ ଦାବି; ୩୦ ଦିନରେ ଦିଅ ୧ ଅରବ ଡଲାର୍ ସହ ସୁନ୍ଦରୀ ମହିଳା, ନ ହେଲେ... | Argus News