Videos
|
International

US Iran Peace Talks / ଇରାନ ସହ ୨୧ ଘଣ୍ଟାର ଆଲୋଚନା ବିଫଳ, ଶାନ୍ତି ଆଲୋଚନାରେ ବାହାରିଲାନି କୌଣସି ନିଷ୍କର୍ଷ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଇରାନ ସହ ୨୧ ଘଣ୍ଟାର ଆଲୋଚନା ବିଫଳ, ଶାନ୍ତି ଆଲୋଚନାରେ ବାହାରିଲାନି କୌଣସି ନିଷ୍କର୍ଷ
Middle East tensions

Key Points

ଇସଲାମାବାଦରେ ଇରାନ୍-ଆମେରିକା ଶାନ୍ତି ଆଲୋଚନା
ଇରାନ ସହ କେତେକ ମୁଦ୍ଦା ଉପରେ ରହିଲା ଅସହମତି
ଗତକାଲି ଇରାନ ସହ ୨୧ ଘଣ୍ଟା ଧରି ହେଲା କଥାବାର୍ତ୍ତା: ଭାନ୍ସ
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ବଡ଼ ଝଟକା । ଇସଲାମାବାଦରେ ଫେଲ୍‌ ମାରିଲା ଶାନ୍ତି ଆଲୋଚନା । ୨୧ ଘଣ୍ଟାର ଆଲୋଚନା ପରେ ବି ବାହାରିଲାନି କୌଣସି ନିଷ୍କର୍ଷ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଆମେରିକା ପକ୍ଷରୁ ଶାନ୍ତି ଆଲୋଚନାରେ ଭାଗ ନେଇଥିବା ଉପରାଷ୍ଟ୍ରପତି ଜେଡି ଭାନ୍ସ । ସେ କହିଛନ୍ତି, "ଆମେ ଖୋଲା ହୃଦୟରେ ଏଠାକୁ ଆସିଥିଲୁ, କିନ୍ତୁ ଏବେ ଆମେ କୌଣସି ଚୁକ୍ତି ବିନା ଆମେରିକାକୁ ଫେରିଯାଉଛୁ ।"


ଜେଡି ଭାନ୍ସ କହିଛନ୍ତି ପାକିସ୍ତାନରେ ଇରାନ ସହିତ ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନାରେ କୌଣସି ଅଗ୍ରଗତି ହୋଇନାହିଁ । ଯଦିଓ ମଧ୍ୟପ୍ରାଚ୍ୟରେ ଅସ୍ତ୍ରବିରତି ଏବେ ଏକ ସଙ୍କଟଜନକ ସ୍ଥିତିରେ ରହିଛି । ଇରାନ ଆମର ସର୍ତ୍ତାବଳୀ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି । ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଆମକୁ ସଦଭାବନାର ସହ ଆସି ଏକ ଚୁକ୍ତି କରିବାକୁ ଚେଷ୍ଟା କରିବାକୁ ହେବ । କିନ୍ତୁ ଦୁର୍ଭାଗ୍ୟବଶତଃ, ଏଥିରେ କୌଣସି ଅଗ୍ରଗତି ହୋଇପାରିଲା ନାହିଁ ବୋଲି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ।



ସେହିପରି ଆମେରିକାର ଉପରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଆମେରିକା ଏକ ସ୍ପଷ୍ଟ ପ୍ରତିଶ୍ରୁତି ଚାହୁଁଥିଲା ଯେ ଇରାନ ପରମାଣୁ ଅସ୍ତ୍ର ପାଇଁ ଚେଷ୍ଟା କରିବ ନାହିଁ କିମ୍ବା ଆଗାମୀ ବର୍ଷଗୁଡ଼ିକରେ ଏହାକୁ ବିକଶିତ କରିବାକୁ ଚେଷ୍ଟା କରିବ ନାହିଁ । ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମ ଏବଂ ପୂର୍ବରୁ ଥିବା ସମୃଦ୍ଧିକରଣ କେନ୍ଦ୍ରଗୁଡ଼ିକ ନଷ୍ଟ କରିଦିଆଯାଇଛି । କିନ୍ତୁ ଅଧିକ ପରମାଣୁ ଅସ୍ତ୍ର ବିକଶିତ ନ କରିବା ନେଇ ଆମେ ସେମାନଙ୍କ ପକ୍ଷରୁ କୌଣସି ପ୍ରତିଶ୍ରୁତି ଦେଖିବାକୁ ପାଉନାହୁଁ ବୋଲି ସେ କହିଛନ୍ତି । ଏହା ସହ ସେ ଆଲୋଚନା ଛାଡ଼ି ଆମେରିକା ଫେରିଯାଉଛୁ ବୋଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US-Iran Peace Talks Fail After 21 Hours in Islamabad, No Agreement Reached | Argus News