Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୋସିଆଲ୍ ମିଡିଆ ବ୍ୟବହାର କରି ପାରିବେନି ୧୬ ବର୍ଷରୁ କମ୍ ବୟସର ଛୁଆ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

International

Social Media Ban / ସୋସିଆଲ୍ ମିଡିଆ ବ୍ୟବହାର କରି ପାରିବେନି ୧୬ ବର୍ଷରୁ କମ୍ ବୟସର ଛୁଆ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ସୋସିଆଲ୍ ମିଡିଆ ବ୍ୟବହାର କରି ପାରିବେନି ୧୬ ବର୍ଷରୁ କମ୍ ବୟସର ଛୁଆ: ଘୋଷଣା କଲେ ପ୍ରଧାନମନ୍ତ୍ରୀ
Social Media Ban for Children Under 16

Key Points

ଗୋଟିଏ ପରେ ଗୋଟିଏ ଦେଶ ଏବେ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ମାଲେସିଆ ପରେ ବ୍ରିଟେନ୍ ସମାନ ପଦକ୍ଷେପ ନେଇଛି ।
ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଛି ସୋସିଆଲ୍ ମିଡିଆ । ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ଦେଶ ଏବେ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ମାଲେସିଆ ପରେ ବ୍ରିଟେନ୍ ସମାନ ପଦକ୍ଷେପ ନେଇଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, "ଏଣିକି ୧୬ ବର୍ଷରୁ କମ୍ ବୟସ୍କ ଛୁଆ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେ ନାହିଁ ।" ବ୍ରିଟେନ୍ ଏହି ନିଷ୍ପତ୍ତି ଜରିଆରେ ଛୁଆଙ୍କ ଉପରେ ସୋସିଆଲ୍ ମିଡିଆର ପଡ଼ୁଥିବା ନକରାତ୍ମକ ପ୍ରଭାବ ହ୍ରାସ୍ କରିବାକୁ ପ୍ରୟାସ କରିଛି ।

ଏଥିସହ ପଢ଼ନ୍ତୁ: ମୋବାଇଲ୍ କଭରରେ ଟଙ୍କା-କାର୍ଡ ? ଜାଣନ୍ତୁ କେତେ ବିପଦଜନକ ଜାଣନ୍ତୁ... 

ଏହା ପୂର୍ବରୁ ଗତବର୍ଷ ଅଷ୍ଟ୍ରେଲିଆ କମ୍ ବୟସ୍କର ଛୁଆଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯାହାପରେ ୟୁରୋପ ସମେତ ଅନେକ ଦେଶ ଏହି ନିଷ୍ପତ୍ତିର ପ୍ରଶଂସା କରିଥିଲେ । ନିକଟରେ କାନାଡ଼ା ମଧ୍ୟ ସୋସିଆଲ୍ ମିଡିଆ ନିୟମରେ ପରିବର୍ତ୍ତନ ଆଣିବା ଓ ଛୋଟ ଛୁଆଙ୍କ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛି ।

ଛୋଟ ଛୁଆଙ୍କ ଲାଗି ସୋସିଆଲ୍ ମିଡିଆ ବ୍ୟାନ୍ ଉପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହି ନିଷ୍ପତ୍ତି ନେବା ସହଜ ନଥିଲା । ଅନେକ ବଡ଼ କମ୍ପାନୀ ସରକାରଙ୍କ ଉପରେ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଚାପ ପକାଇଥିଲେ । କିନ୍ତୁ ନିଷ୍ପତ୍ତି ବଦଳିବ ନାହିଁ ।"

ଏନେଇ ନିଜେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି କିର୍ ଷ୍ଟାରମର ଛୋଟ ଛୁଆଙ୍କ ଅଭିଭାବକ ଓ ପିତାମାତାଙ୍କୁ ସଚେତନ କରାଇଛନ୍ତି ।

ଏଥିସହ ପଢ଼ନ୍ତୁ: ରି-ପୋଷ୍ଟ ଓ କଣ୍ଟେଣ୍ଟ ଚୋରି କରୁଥିଲେ ସାବଧାନ ! ଉଡ଼ିଯିବ ଆକାଉଣ୍ଟ 

ପୋଷ୍ଟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଚଳିତ ବର୍ଷରୁ ଆମେ ୧୬ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ଲାଗି ସୋସିଆଲ୍ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଉଛୁ । ଆଜିର ଦିନର ଟେକ୍ନୋଲୋଜି ଛୁଆଙ୍କ ଜୀବନ ପାଲଟି ଗଲାଣି । ତେଣୁ ଏହାକୁ ଜାରି ରହିବାକୁ ଦିଆଯିବ ନାହିଁ । ତେଣୁ ଛୁଆଙ୍କୁ ସେମାନଙ୍କ ପିଲାଦିନ ଫେରାଇବାକୁ ଯାଉଛୁ ।"

ଟେକ୍ କମ୍ପାନୀଙ୍କୁ ନିର୍ଦ୍ଦେଶ

ନିକଟରେ ବ୍ରିଟେନ୍ ସରକାର ଟେକ୍ କମ୍ପାନୀଗୁଡ଼ିକ ଉପରେ ଚାପ ପକାଇଥିଲେ । ସୋସିଆଲ୍ ମିଡିଆ ବ୍ୟବହାର ପାଇଁ ବୟସ ଘୋଷଣାନାମା ଦେବାକୁ ବାଧ୍ୟ କରି ଆଲଗୋରିଦମ୍‌ରେ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ । ଏଥିସହ ଅଶ୍ଳୀଳ ଫଟୋ, ଭିଡିଓ ଠାରୁ ଛୁଆଙ୍କୁ ଦୂରେଇ ରଖିବାକୁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ଏପରିକି ଅନଲାଇନ୍ ଗେମ୍ ଓ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଠାରୁ ଛୁଆଙ୍କୁ ଦୂରେଇ ରଖିବାକୁ ବ୍ରିଟେନ୍ ସରକାର ଚାହୁଁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
UK Bans Social Media for Children Under 16, Announces PM Keir Starmer | Argus News | Argus News