Videos
|
Technology

Repost Accounts / ରି-ପୋଷ୍ଟ ଓ କଣ୍ଟେଣ୍ଟ ଚୋରି କରୁଥିଲେ ସାବଧାନ ! ଉଡ଼ିଯିବ ଆକାଉଣ୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ରି-ପୋଷ୍ଟ ଓ କଣ୍ଟେଣ୍ଟ ଚୋରି କରୁଥିଲେ ସାବଧାନ ! ଉଡ଼ିଯିବ ଆକାଉଣ୍ଟ
Repost Accounts

Key Points

ଆପଣ କାହାର ପୋଷ୍ଟକୁ ପୁଣିଥରେ ପୋଷ୍ଟ କରୁଛନ୍ତି କି ?
ଉଡ଼ିଯିବ ଆପଣଙ୍କ ଆକାଉଣ୍ଟ, ସାବଧାନ ରୁହନ୍ତୁ...
ସୋସିଆଲ ମିଡିଆରେ ଆପଣ ରିପୋଷ୍ଟ ଅପସନ ଦେଖିଥିବେ । ନେଟିଜେନ୍ସ ବେଳେବେଳେ ଏହି ଅପସନର ବ୍ୟବହାର କରନ୍ତି । ଅନେକ କଣ୍ଟେଣ୍ଟ କ୍ରିଏଟରଙ୍କ ପୋଷ୍ଟକୁ ପୁଣି ଥରେ ଅନ୍ୟ କେହି ସୋସିଆଲ ମିଡିଆ ୟୁଜର ରିପୋଷ୍ଟ କରନ୍ତି । ଯଦି ଆପଣ ବି ଏମିତି କାହାର ପୋଷ୍ଟକୁ ରିପୋଷ୍ଟ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏଲନ ମସ୍କଙ୍କ ଏକ୍ସ ଆଣିଛି ଏକ କଠୋର ନିଷ୍ପତ୍ତି । ଯେଉଁ ୟୁଜର ଛୋଟ କ୍ରିଏଟରଙ୍କ ଭାଇରାଲ ଭିଡିଓକୁ ରିପୋଷ୍ଟ କରୁଛି ସେମାନଙ୍କ ଆକାଉଣ୍ଟ ସବୁଦିନ ପାଇଁ ହଟାଇଦେବାକୁ ଏକ୍ସ ବା ଟ୍ଵିଟର ନିଷ୍ପତ୍ତି ନେଇଛି ।

ଏକ୍ସର ହେଡ୍ ଅଫ୍ ପ୍ରଡକ୍ଟ ନିକିତା ବାଏର ଏନେଇ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, "ଆମେ ଏକାଧିକ ଆକାଉଣ୍ଟକୁ ଚିହ୍ନଟ କରିଛୁ, ଯାହାକି ନିରନ୍ତର ଭାବରେ ଛୋଟ କ୍ରିଏଟରଙ୍କୁ କଣ୍ଟେଣ୍ଟଙ୍କୁ ଲଗାତାର ଭାବେ ରିପୋଷ୍ଟ କରିଆସୁଛନ୍ତି । ସେମାନେ ପ୍ରକୃତ ଲେଖକକୁ କ୍ରେଡିଟ୍ ମଧ୍ୟ ଦେଉନାହାନ୍ତି ।" ଆଗାମୀ ଦିନଗୁଡ଼ିକରେ ଯିଏ ବି ବିନା କ୍ରେଡିଟ୍ ଦେଇ ଭିଡିଓ କିମ୍ବା ପୋଷ୍ଟକୁ ସେୟାର କରୁଛନ୍ତି, ସେମାନଙ୍କ ଆକାଉଣ୍ଟକୁ ହଟାଇଦିଆଯିବ ।

  • Repostରୁ ରୋଜଗାର କରିପାରିବେନି ବଡ଼ ଆକାଉଣ୍ଟଧାରୀ
ଏକ୍ସ ଏହି ନିଷ୍ପତ୍ତି ସେତେବେଳେ ନେଇଛି, ଯେତେବେଳେ ଜଣେ ଏକ୍ସ କ୍ରିଏଟର ଅଭିଯୋଗ କରିଥିଲେ ଯେ କେହି ଜଣେ ବଡ଼ ଆକାଉଣ୍ଟଧାରୀ (ଅଧିକ ଫଲୋଅର୍ସ ଥିବା ଆକାଉଣ୍ଟ) ଲଗାତାର ଭାବରେ ତାଙ୍କର ପୋଷ୍ଟକୁ ନିଜ ଆକାଉଣ୍ଟରେ ପୁଣି ଥରେ ପୋଷ୍ଟ କରୁଛନ୍ତି ଏବଂ ତାଙ୍କୁ କ୍ରେଡିଟ୍ ମଧ୍ୟ ଦେଉନାହାନ୍ତି । ଏହାର ଜବାବରେ ଏକ୍ସ ପକ୍ଷରୁ କୁହାଯାଇଛି, "ବଡ଼ ଆକାଉଣ୍ଟଧାରୀ ଏପରି ପୋଷ୍ଟରୁ ରୋଜଗାର କରିପାରିବେ ନାହିଁ, ଯେହେତୁ ଉକ୍ତ ପୋଷ୍ଟର ମାଲିକ ଅନ୍ୟ ଜଣେ ।"

ପଢନ୍ତୁ ଏହି ଖବର: ମହାବିପଦରେ କ୍ରୋମ ୟୁଜର୍ସ; ସରକାର ଜାରି କଲେ ହାଇଆଲର୍ଟ, ରୁହନ୍ତୁ ସାବଧାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • Xରେ କପିକ୍ୟାଟ୍ ଅର୍ଥନୀତିକୁ ନେଇ କଡ଼ା ନିଷ୍ପତ୍ତି

ଏକ୍ସ ନିକଟରେ କପିକ୍ୟାଟ୍ ଅର୍ଥନୀତିକୁ ଚିହ୍ନଟ କରିଥିଲା । ଅଧିକ ଫଲୋଅର୍ସ ଥିବା ଆକାଉଣ୍ଟଗୁଡ଼ିକ କିପରି ମୂଳ କ୍ରିଏଟରଙ୍କ ବିଷୟବସ୍ତୁ ଏବଂ ଟ୍ରେଣ୍ଡିଂ ଭିଡିଓଗୁଡ଼ିକୁ ଡାଉନଲୋଡ୍ ଏବଂ ପୁନଃପୋଷ୍ଟ କରି ହଜାର ହଜାର ଡଲାର ରୋଜଗାର କରୁଛନ୍ତି ତାହା ଜଣାପଡ଼ିଥିଲା । ଏହି ଅପଡେଟ୍ ସହିତ, X ସେହି ରିପୋଷ୍ଟ ଜାଲିଆତିକୁ ବନ୍ଦ କରିଦେଇଛି । ଏହାସହିତ ମୂଳ କ୍ରିଏଟରମାନଙ୍କୁ ସେମାନଙ୍କ ବିଷୟବସ୍ତୁ ପାଇଁ ପୁରସ୍କୃତ କରୁଥିବା ପରି ମନେ ହେଉଛି ।
X Launches Crackdown On Stolen Content And Repost Accounts | Argus News