Ukrainian drone attack on Russia / ସୀମାରୁ ୧୧୦୦ କିମି ଦୂର ଋଷୀୟ ସହର ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ; ୧୩ ମୃତ
·1 hour ago·2 min read

Key Points
ୟୁକ୍ରେନ, ଋଷିଆର ତାତାରସ୍ତାନ ଅଞ୍ଚଳରେ ଏକ ବଡ଼ ଡ୍ରୋନ ଆକ୍ରମଣ କରିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଋଷିଆ, ୟୁକ୍ରେନ ଉପରେ ଡ୍ରୋନ ଆକ୍ରମଣ କରିଥିଲା।
13 killed in Russia by Ukrainian Drone Strike: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ତୀବ୍ର ହେବାରେ ଲାଗିଛି। ଋଷିଆ ଦ୍ୱାରା ଡ୍ରୋନ୍ ଆକ୍ରମଣ ପରେ, ୟୁକ୍ରେନ ଏବେ ଆଉ ଏକ ପାଲଟା ଡ୍ରୋନ୍ ଆକ୍ରମଣ କରିଛି। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ୟୁକ୍ରେନ ପକ୍ଷରୁ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ, ଋଷିଆର ତାଟାରସ୍ତାନ୍ ଅଞ୍ଚଳରେ ହୋଇଥିଲା। ଏହାର ମାତ୍ର ଗୋଟିଏ ଦିନ ପୂର୍ବରୁ, ଋଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୯୦ ଜଣରୁ ଅଧିକ ଆହତ ହୋଇଥିଲେ।
ରିପୋର୍ଟ ଅନୁଯାୟୀ, ସୋମବାର (ଅଗଷ୍ଟ ୧୦) ତାତାରସ୍ତାନ୍ ଅଞ୍ଚଳରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ଜଣେ ଶିଶୁ ମଧ୍ୟ ରହିଥିଲେ। ଏହି ଆକ୍ରମଣରେ ୩୯ ଜଣ ଆହତ ହୋଇଥିବା ଋଷୀୟ ଅଧିକାରୀ ଦାବି କରିଛନ୍ତି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ୟୁକ୍ରେନ ସମ୍ପ୍ରତି ଋଷିଆକୁ ସମର୍ଥନ ଯୋଗାଉଥିବା ଘାଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଏନେଇ ଋଷୀୟ ଅଧିକାରୀ ଦାବି କରିଛନ୍ତି ଯେ ୟୁକ୍ରେନ ଯେଉଁ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଥିଲା ସେଠାରେ କେବଳ ସାଧାରଣ ନାଗରିକ ବସବାସ କରୁଥିଲେ।
ଏହା ସହ ପଢନ୍ତୁ: ବାଣିଜ୍ୟ ଜାହାଜ ଉପରେ ଋଷିଆର ଡ୍ରୋନ୍ ଆକ୍ରମଣ; ୨ ଭାରତୀୟ ନାବିକ ନିଖୋଜ
ବିବିସି ଅନୁଯାୟୀ, ଏହି ଆକ୍ରମଣ ତାତାରସ୍ତାନ ଅଞ୍ଚଳର ନିଜନେକାମସ୍କ ସହରରେ ହୋଇଥିଲା। ନିଜନେକାମସ୍କ ମେୟର ରାଡମିର ବେଲାୟେଭ, ସହରରେ ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ଏବଂ ସେ ତାଙ୍କ ଶୋକ ବ୍ୟକ୍ତ କରିଛନ୍ତି।
ଋଷିଆର ନିଜନେକାମସ୍କ ସହର ୟୁକ୍ରେନ ସୀମାରୁ ପ୍ରାୟ ୧୧୦୦ କିଲୋମିଟର ଦୂରରେ ଅବସ୍ଥିତ। ଋଷିଆ ଦାବି କରିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ୪୫୦ ରୁ ଅଧିକ ୟୁକ୍ରେନ୍ ଡ୍ରୋନ୍କୁ ମାରି ଖସାଇ ଦେଇଛି। ୟୁକ୍ରେନ ଏବେ ଋଷିଆ ଆଭ୍ୟନ୍ତରୀଣ ଭାଗରେ ଆକ୍ରମଣ କରିବା ପାଇଁ ନିରନ୍ତର ଡ୍ରୋନ୍ ବ୍ୟବହାର କରି ଆସୁଛି।
ଅନ୍ୟପଟେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣର ଜବାବ ଦେବାକୁ ଯାଇ, ଋଷିଆ ମଧ୍ୟ ନିରନ୍ତର ଭାବରେ ବିଭିନ୍ନ ୟୁକ୍ରେନ୍ ସହର ଏବଂ ଆବାସିକ ଅଞ୍ଚଳରେ ବଡ଼ ଧରଣର ବିମାନ ଆକ୍ରମଣ କରୁଛି। ମାତ୍ର ଗୋଟିଏ ଦିନ ପୂର୍ବରୁ, ଋଷିଆ, ୟୁକ୍ରେନର ବିଭିନ୍ନ ସ୍ଥାନରେ ଡ୍ରୋନ୍ ଆକ୍ରମଣ କରିଥିଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ, ୟୁକ୍ରେନରେ ମଧ୍ୟ ବଡ଼ ଧରଣର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲା ଋଷିଆ। ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।

The TANECO oil refinery in Nizhnekamsk came under drone attack early this morning.
— распад и неуважение (@VictorKvert2008) August 10, 2026
The refinery has a processing capacity of around 15 million tonnes per year. pic.twitter.com/O8K2bmpvEm
ଋଷିଆର ନିଜନେକାମସ୍କ ସହର ୟୁକ୍ରେନ ସୀମାରୁ ପ୍ରାୟ ୧୧୦୦ କିଲୋମିଟର ଦୂରରେ ଅବସ୍ଥିତ। ଋଷିଆ ଦାବି କରିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ୪୫୦ ରୁ ଅଧିକ ୟୁକ୍ରେନ୍ ଡ୍ରୋନ୍କୁ ମାରି ଖସାଇ ଦେଇଛି। ୟୁକ୍ରେନ ଏବେ ଋଷିଆ ଆଭ୍ୟନ୍ତରୀଣ ଭାଗରେ ଆକ୍ରମଣ କରିବା ପାଇଁ ନିରନ୍ତର ଡ୍ରୋନ୍ ବ୍ୟବହାର କରି ଆସୁଛି।
ଅନ୍ୟପଟେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣର ଜବାବ ଦେବାକୁ ଯାଇ, ଋଷିଆ ମଧ୍ୟ ନିରନ୍ତର ଭାବରେ ବିଭିନ୍ନ ୟୁକ୍ରେନ୍ ସହର ଏବଂ ଆବାସିକ ଅଞ୍ଚଳରେ ବଡ଼ ଧରଣର ବିମାନ ଆକ୍ରମଣ କରୁଛି। ମାତ୍ର ଗୋଟିଏ ଦିନ ପୂର୍ବରୁ, ଋଷିଆ, ୟୁକ୍ରେନର ବିଭିନ୍ନ ସ୍ଥାନରେ ଡ୍ରୋନ୍ ଆକ୍ରମଣ କରିଥିଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ସପ୍ତାହରେ, ୟୁକ୍ରେନରେ ମଧ୍ୟ ବଡ଼ ଧରଣର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲା ଋଷିଆ। ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Ukraine drone strike NizhnekamskRussian city drone attack 13 deadUkraine long range drone strike RussiaTANECO oil refinery drone attackRussia Tatarstan region drone attackUkraine drone attack 1100 km inside RussiaNizhnekamsk refinery attack death tollKyiv deep strike inside Russia oil hubLong-range Ukrainian drone campaign Russia