Drone Rescue Mission Viral Video Ukraine / ଆହତ ସୈନିକଙ୍କୁ ରଣ ଭୂମିରୁ ଉଦ୍ଧାର କଲା ଡ୍ରୋନ୍; ଭିଡ଼ିଓ ଭାଇରାଲ
·1 hour ago·2 min read

Key Points
ବିଶ୍ୱରେ ପ୍ରଥମ ଥର ପାଇଁ ହେକ୍ସାକପ୍ଟର ଡ୍ରୋନ୍ ବ୍ୟବହାର କରି ସମ୍ମୁଖ ଯୁଦ୍ଧ ଲଢୁଥିବା ଜଣେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ୟୁକ୍ରେନ୍ ଦାବି କରିଛି। ସେ ବର୍ତ୍ତମାନ ଚିକିତ୍ସା ଏବଂ ପୁନର୍ବାସନ କାର୍ଯ୍ୟରେ ଅଛନ୍ତି, ଏବଂ ତାଙ୍କ ଜୀବନ ଆଉ ବିପଦରେ ନାହିଁ।
ଋଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ସାଢ଼େ ୪ ବର୍ଷ ପୂରଣ କରିସାରିଛି। ହେଲେ ଋଷିଆ ସହ ଯୁଦ୍ଧ ଚାଲିଥିବା ଅବସ୍ଥାରେ ୟୁକ୍ରେନ୍ ସେନା ଏପରି ଏକ ସଫଳତା ହାସଲ କରିଛି, ଯାହାକୁ ପୂର୍ବରୁ କେବେ ହାସଲ କରାଯାଇ ନଥିଲା। ପ୍ରଥମ ଥର ପାଇଁ, ୟୁକ୍ରେନ ସମ୍ମୁଖ ଯୁଦ୍ଧ ଲଢ଼ୁଥିବା ଜଣେ ଆହତ ସୈନିକଙ୍କୁ ଉଦ୍ଧାର କରିବା ପାଇଁ ଡ୍ରୋନ୍ ବ୍ୟବହାର କରିଛି। ତାଙ୍କୁ ଡ୍ରୋନ୍ ଦ୍ୱାରା ଏୟାରଲିଫ୍ଟ କରାଯାଇଥିଲା। ୟୁକ୍ରେନ୍ ସେନା ଏହି ଉଦ୍ଧାର ଅଭିଯାନର ଏକ ଭିଡି଼ଓ ଜାରି କରିଛି। ଯେଉଁଥିରେ ଡ୍ରୋନ୍ ରଣ ଭୂମିରେ ଅବତରଣ କରୁଥିବାର ଦେଖାଯାଉଛି। ଏହା ପରେ ଜଣେ ସୈନିକ ନିଜକୁ ଡ୍ରୋନ୍ରେ ବାନ୍ଧି ଆକାଶରେ ଉଡ଼ି ଯାଉଥିବାର ଦେଖିବାକୁ ମିଳୁଛି।
ଡ୍ରୋନ୍ର ଅନ୍ବୋର୍ଡ କ୍ୟାମେରା ସହାୟତାରେ ରେକର୍ଡ଼ ହୋଇଥିବା ଭିଡି଼ଓ ଦର୍ଶାଉଛି, ଏହି ଡ୍ରୋନ୍ କମ୍ ଉଚ୍ଚତାରେ ଉଡୁଥିବାର ନଜର ଆସୁଛି। ସୈନିକ ଜଣକ ଡ୍ରୋନ୍ ତଳେ ଝୁଲି ରହିଛନ୍ତି। ୟୁକ୍ରେନ ଭିତରେ ଏକ ସୁରକ୍ଷିତ ଅଞ୍ଚଳରେ ପହଞ୍ଚିବା ପରେ, ଡ୍ରୋନ୍ ସୈନିକଙ୍କୁ ନେଇ ସତର୍କତାର ସହ ଅବତରଣ କରୁଛି। ଡ୍ରୋନ୍ ଅପରେଟିଂ କରୁଥିବା ଜଣେ ଅପରେଟର ଯାହାଙ୍କ ମୁହଁ ଅସ୍ପଷ୍ଟ ରହିଛି ସେ କହୁଛନ୍ତି ଯେ "ସୁରକ୍ଷିତ ଭାବରେ ଫେରି ଆସିଥିବାରୁ ଆପଣଙ୍କୁ ସ୍ୱାଗତ।" ଏହି ଉଦ୍ଧାର ଅଭିଯାନରେ ସାମିଲ ୟୁକ୍ରେନ୍ ସେନା ବ୍ରିଗେଡ୍ ଏହି ଉଦ୍ଧାର କାର୍ଯ୍ୟ କେଉଁଠାରେ ହୋଇଥିଲା ତାହା ପ୍ରକାଶ କରିନଥିଲା।
ଏହି ମିଶନ୍ କାହିଁକି ସ୍ୱତନ୍ତ୍ର ରହିଥିଲା?
ୟୁକ୍ରେନ ସେନାର ୯୨ ତମ ସପରେଟ୍ ଆସଲ୍ଟ ବ୍ରିଗେ଼ଡ୍ ଡ୍ରୋନ ୟୁନିଟ୍ ଏକ ଫେସବୁକ ପୋଷ୍ଟ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛି। ଏନେଇ କୁହାଯାଇଛି, "ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନର ତାଙ୍କର ଚିକିତ୍ସା ଜାରି ରହିଛି। ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି।"
ଦି ଟେଲିଗ୍ରାଫ ରିପୋର୍ଟ କରିଛି ଯେ ଡ୍ରୋନ ନିର୍ମାତା, ଗୁରଜୁଫ୍ ଡିଫେନ୍ସ କହିଛି ଯେ ପାରମ୍ପରିକ ପଦ୍ଧତି ବ୍ୟବହାର କରି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଅସମ୍ଭବ। କାରଣ ସେହି ସୈନିକ ଜଣଙ୍କ ଏକ ବିପଜ୍ଜନକ ଅଞ୍ଚଳରେ ଫସି ରହିଥିଲେ। କମ୍ପାନୀ କହିଛି ଯେ ତାଙ୍କ ପାଖରେ ପହଞ୍ଚିବା ପାଇଁ ଯେକୌଣସି ପ୍ରୟାସ ଉଦ୍ଧାରକାରୀ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
କମ୍ପାନୀ କହିଛି ଯେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏହି ଡ୍ରୋନ୍ ଏକ ଆୟୁଦାଗ୍-୬ ହେକ୍ସାକପ୍ଟର। ଏହା ଆହତ ସୈନିକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା ଯେଉଁଠାରେ ତାଙ୍କ ସାଥି ଉପସ୍ଥିତ ରହିଥିଲେ। ସେମାନେ ତାଙ୍କୁ ହସ୍ପିଟାଲ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ। ସ୍କ୍ୱାଡ୍ ନେତା ଏବଂ ବ୍ରିଗେଡ୍ ପ୍ରୋଗ୍ରାମର ଏହି ମିଶନ ପାଇଁ ପ୍ରସ୍ତୁତି ପାଇଁ ସୈନିକଙ୍କୁ "ହିରୋ" ବୋଲି କହିଥିଲେ।

#HISTORICO primera evacuacion de un soldado herido en el frente por un drone de asistencia medica A yudag-6. Fue rescatado con severas heridas y transportado 15 km a un lugar mas seguro https://t.co/drhYxJYvtU
— la exocet 🚀 (@pampaIIIpelis) October 19, 2026
ଏହି ମିଶନ୍ କାହିଁକି ସ୍ୱତନ୍ତ୍ର ରହିଥିଲା?
ୟୁକ୍ରେନ ସେନାର ୯୨ ତମ ସପରେଟ୍ ଆସଲ୍ଟ ବ୍ରିଗେ଼ଡ୍ ଡ୍ରୋନ ୟୁନିଟ୍ ଏକ ଫେସବୁକ ପୋଷ୍ଟ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛି। ଏନେଇ କୁହାଯାଇଛି, "ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନର ତାଙ୍କର ଚିକିତ୍ସା ଜାରି ରହିଛି। ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି।"
ଦି ଟେଲିଗ୍ରାଫ ରିପୋର୍ଟ କରିଛି ଯେ ଡ୍ରୋନ ନିର୍ମାତା, ଗୁରଜୁଫ୍ ଡିଫେନ୍ସ କହିଛି ଯେ ପାରମ୍ପରିକ ପଦ୍ଧତି ବ୍ୟବହାର କରି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଅସମ୍ଭବ। କାରଣ ସେହି ସୈନିକ ଜଣଙ୍କ ଏକ ବିପଜ୍ଜନକ ଅଞ୍ଚଳରେ ଫସି ରହିଥିଲେ। କମ୍ପାନୀ କହିଛି ଯେ ତାଙ୍କ ପାଖରେ ପହଞ୍ଚିବା ପାଇଁ ଯେକୌଣସି ପ୍ରୟାସ ଉଦ୍ଧାରକାରୀ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
କମ୍ପାନୀ କହିଛି ଯେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏହି ଡ୍ରୋନ୍ ଏକ ଆୟୁଦାଗ୍-୬ ହେକ୍ସାକପ୍ଟର। ଏହା ଆହତ ସୈନିକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା ଯେଉଁଠାରେ ତାଙ୍କ ସାଥି ଉପସ୍ଥିତ ରହିଥିଲେ। ସେମାନେ ତାଙ୍କୁ ହସ୍ପିଟାଲ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ। ସ୍କ୍ୱାଡ୍ ନେତା ଏବଂ ବ୍ରିଗେଡ୍ ପ୍ରୋଗ୍ରାମର ଏହି ମିଶନ ପାଇଁ ପ୍ରସ୍ତୁତି ପାଇଁ ସୈନିକଙ୍କୁ "ହିରୋ" ବୋଲି କହିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories