Videos
|
International

Ukraine Drone Attack / ରାତିସାରା ହଜାରେରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ୍; ଋଷରେ ୭ଜଣଙ୍କ ମୃତ୍ୟୁ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ରାତିସାରା ହଜାରେରୁ ଅଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ୍; ଋଷରେ ୭ଜଣଙ୍କ ମୃତ୍ୟୁ
Ukraine 1200 Drone Attack

Key Points

ଋଷ ଉପରେ ୟୁକ୍ରେନର ବଡ଼ ଡ୍ରୋନ୍ ଆକ୍ରମଣ
ଯୁଦ୍ଧ ବନ୍ଦ ପାଇଁ ଆବୁଧାବିରେ ବୈଠକ ବେଳେ ଆଟାକ୍
ରାତିସାରା ହଜାରେରୁ ଅଧିକ ଡ୍ରୋନ୍ ମାଡ଼
ଯୁଦ୍ଧକ୍ଷେତ୍ରରେ ଡ୍ରୋନ୍ ଏବଂ ରୋବଟ୍ ବ୍ୟବହାର
ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧରେ ପୁଣି ଭୟଙ୍କର ରୂପ ନେଲା ଡ୍ରୋନ୍ ଆକ୍ରମଣ । ଋଷ ଉପରେ ରାତାରାତି ପ୍ରାୟ ୧୨୦୦ ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ । ଏହି ଆକ୍ରମଣରେ ଋଷର ତିନୋଟି ଅଞ୍ଚଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ଶିଶୁ ମଧ୍ୟ ରହିଛି । ଗୋଟିଏ ପଟେ ଯୁଦ୍ଧ ବନ୍ଦ କରିବା ପାଇଁ ଆବୁଧାବିରେ ଶାନ୍ତି ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଡ୍ରୋନ୍ ଆକ୍ରମଣ ଯୁଦ୍ଧର ଭୟାବହତାକୁ ଆହୁରି ବଢ଼ାଇଦେଇଛି ।

ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଋଷୀୟ ଏୟାର ଡିଫେନ୍ସ ସିଷ୍ଟମ୍ ୟୁକ୍ରେନର ୧୧୯୮ଟି ଡ୍ରୋନ୍‌କୁ ଖସାଇ ଦେଇଛି । ତେବେ ଏହା ସତ୍ତ୍ୱେ ଋଷ‌ର ତିନୋଟି ଅଞ୍ଚଳରେ ଆକ୍ରମଣର ପ୍ରଭାବ ପଡ଼ିଛି ଏବଂ ଜୀବନହାନି ଘଟିଛି । ଏହି ବଡ଼ ଡ୍ରୋନ୍ ଆକ୍ରମଣ ଜରିଆରେ ୟୁକ୍ରେନ ନିଜର ସାମରିକ କ୍ଷମତା ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଯୁଦ୍ଧକ୍ଷେତ୍ରରେ ଡ୍ରୋନ୍ ସହ ଗ୍ରାଉଣ୍ଡ ରୋବୋଟ୍‌ର ମଧ୍ୟ ବ୍ୟବହାର କରୁଛି ୟୁକ୍ରେନ ସେନା । ପ୍ରାୟ ୧୨୦୦ କିଲୋମିଟର ଲମ୍ବା ଯୁଦ୍ଧ ସୀମାରେ ଏହି ଆଧୁନିକ ପ୍ରଯୁକ୍ତି ଜରିଆରେ ଋଷୀୟ ସେନାର ମୁକାବିଲା କରାଯାଉଛି।

  • ଋଷର ତୈଳ ବିଶୋଧନାଗାରକୁ ଟାର୍ଗେଟ୍
ସେପଟେ ୟୁକ୍ରେନର ଜେନେରାଲ୍ ଷ୍ଟାଫ୍ ଦାବି କରିଛି ଯେ ତାଙ୍କ ଡ୍ରୋନ୍ ଋଷର ଭୋଲ୍‌ଗୋଗ୍ରାଡ୍ ସହରରେ ଥିବା ଏକ ବଡ଼ ତୈଳ ବିଶୋଧନାଗାର ବା ଅଏଲ୍ ରିଫାଇନାରୀକୁ ଟାର୍ଗେଟ୍ କରିଛି । ଏହି ଆକ୍ରମଣ ପରେ ରିଫାଇନାରୀରେ ନିଆଁ ଲାଗିଥିବା ଖବର ମିଳିଛି । ୟୁକ୍ରେନର ଦାବି ଅନୁସାରେ, ଏହି ରିଫାଇନାରୀର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୧୧ କୋଟି ବ୍ୟାରେଲ୍ । ଋଷର ତୈଳ ବିଶୋଧନାଗାର ଓ ଶକ୍ତି ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରି ତାର ଯୁଦ୍ଧ କ୍ଷମତାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି ୟୁକ୍ରେନ।

  • ପାଲଟା ଜବାବ ଦେଲା ଋଷ
ଅନ୍ୟପଟେ ୟୁକ୍ରେନର ଆକ୍ରମଣର ଜବାବରେ ଋଷ ମଧ୍ୟ ୧୧୭ଟି ଡ୍ରୋନ୍ ମାଡ଼ କରିଛି । ଏହି ଆକ୍ରମଣରେ ୟୁକ୍ରେନରେ ଅତି କମ୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷର ପୁଅ ରହିଛି । ଦକ୍ଷିଣ ୟୁକ୍ରେନର ଜାପୋରିଜିଆ ସହରରେ ଋଷୀୟ ଆକ୍ରମଣରେ ଦୁଇଟି ୫ ମହଲା ବିଶିଷ୍ଟ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ଶିଶୁଙ୍କ ସମେତ ୩୦ ଜଣ ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନର ୧୨ଟି ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି । ପ୍ରତିବର୍ଷ ଶୀତ ଋତୁରେ ୟୁକ୍ରେନର ବିଦ୍ୟୁତ୍ ଗ୍ରିଡ୍‌କୁ ଟାର୍ଗେଟ୍ କରିଆସୁଛି ଋଷ । ଫଳରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଯୁଦ୍ଧ ବନ୍ଦ ପାଇଁ ଶାନ୍ତି ଆଲୋଚନା ଜାରି
ଏହି ସମୟରେ ଯୁଦ୍ଧ ବନ୍ଦ କରିବାକୁ ଶାନ୍ତି ଆଲୋଚନା ମଧ୍ୟ ଜାରି ରହିଛି । ତେବେ ଏଥର ଆଲୋଚନାରେ ୟୁରୋପୀୟ ଦେଶଗୁଡ଼ିକୁ ମଧ୍ୟ ସାମିଲ କରାଯିବାର ସମ୍ଭାବନା ରହିଛି । ଆମେରିକାର ଦୂତ ଜାରେଡ୍ କୁଶନର୍ କହିଛନ୍ତି ଯେ ଆଗାମୀ ଆଲୋଚନାରେ ୟୁରୋପକୁ ସାମିଲ କରିବାକୁ ଋଷ ରାଜି ହୋଇଛି। ଏହାଦ୍ୱାରା କେବଳ ଋଷ-ୟୁକ୍ରେନ ମଧ୍ୟରେ ଥିବା ଆଞ୍ଚଳିକ ବିବାଦ ନୁହେଁ, ବରଂ ଯୁଦ୍ଧ ପରବର୍ତ୍ତୀ ୟୁରୋପର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇପାରେ ।

ପଢନ୍ତୁ ଏହି ଖବର: ଆମେରିକାରେ ସମସ୍ତ ବିମାନ ଉଡ଼ାଣ ବାତିଲ…ଅସ୍ଥାୟୀ ଭାବେ ବାତିଲ କଲା ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍

ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ସୂଚନା ଅନୁସାରେ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ପୋଲାଣ୍ଡ ଏବଂ ୟୁରୋପୀୟ ସଂଘର ପ୍ରତିନିଧିମାନେ ଏହି ଆଲୋଚନାରେ ଭାଗ ନେଇପାରନ୍ତି। ନିଜ ଭବିଷ୍ୟତ ଓ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତିରେ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ସିଧାସଳଖ ଭାଗୀଦାର ହେବାକୁ ଚାହୁଁଛନ୍ତି । ଏବେ ଗୋଟିଏ ପଟେ ଡ୍ରୋନ୍ ଆକ୍ରମଣ ଓ ଅନ୍ୟପଟେ ଶାନ୍ତି ଆଲୋଚନା ମଧ୍ୟରେ ଯୁଦ୍ଧର ଅନ୍ତ ହେବ ନା ଏହା ଆହୁରି ଭୟଙ୍କର ରୂପ ନେବ, ତାହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।