Videos
|
International

Eyes On Porn Industry / ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା କରୁଛି ଏହି ଦେଶ

Bikash Mohanty
Browse all articles by Bikash Mohanty
·13 mins ago·3 min read
ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା କରୁଛି ଏହି ଦେଶ
Ukrine

Key Points

ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ପାଣ୍ଠି ଯୋଗାଡ଼ କରିବ ୟୁକ୍ରେନ୍
ପର୍ଣ୍ଣୋଗ୍ରାଫିକୁ ଆଇନଗତ କରିବାକୁ ଯୋଜନା
ଯୋଜନା ସଫଳ ହେଲେ ମିଳିବ  ପ୍ରାୟ ୨୫ ନିୟୁତ ଡଲାର
ଏହି ଟଙ୍କାରେ ପ୍ରାୟ ୩୦,୦୦୦ ଡ୍ରୋନ୍ କିଣାଯାଇପାରିବ

କିଭ୍‍୦୭/୦୯: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାରେ ୟୁକ୍ରେନର ଏକ ଅଜବ ଯୋଜନା। ଯୁଦ୍ଧ ପାଇଁ ଅଧିକ ପାଣ୍ଠି ଯୋଗାଡ଼ କରିବାକୁ ଦେଶର ପର୍ଣ୍ଣ ଇଣ୍ଟଷ୍ଟ୍ରିକୁ ଆଇନଗତ କରିବାକୁ ୋଜନା କରୁଛି ୟୁକ୍ରେନ୍।  ଏହି ଯୋଜନା ସଫଳ ହେଲେ ସରକାରଙ୍କୁ ପ୍ରାୟ ୨୫ ନିୟୁତ ଡଲାର ଟିକସ ରାଜସ୍ୱ ମିଳିପାରେ। ଏହି ଟଙ୍କାରେ ପ୍ରାୟ ୩୦,୦୦୦ ଡ୍ରୋନ୍ କିଣାଯାଇପାରିବ ବୋଲି 
ଚର୍ଚ୍ଚା ହେଉଛି। 


ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନର ସାଂସଦ ୟାରୋସ୍ଲାଭ ଝେଲେଜ୍ନିଆକଙ୍କ ସମର୍ଥନରେ ଏକ ବିଲ୍ ଆଗତ ହୋଇଛି। ବର୍ତ୍ତମାନ ଦେଶରେ ପର୍ଣ୍ଣକୁ ନେଇ  କଠୋର ଆଇନ ରହିଛି। ଏହି ଶିଳ୍ପକୁ ଆଇନର ପରିସରକୁ ଆଣି ଟିକସ ଆଦାୟ କରାଗଲେ ରାଜସ୍ୱ ବଢ଼ିପାରିବ ବୋଲି ବିଲ୍‌ରେ ଯୁକ୍ତି ଦିଆଯାଇଛି।

୨୫ ମିଲିୟନ୍ ଡଲାରର ଟାର୍ଗେଟ୍

ୟୁକ୍ରେନ ସଂସଦର ଆର୍ଥିକ କମିଟି ସହ ଜଡ଼ିତ ଝେଲେଜ୍ନିଆକଙ୍କ ଆକଳନ ଅନୁସାରେ, ପର୍ଣ୍ଣ ଇଣ୍ଟଷ୍ଟ୍ରିକୁ ନିୟମିତ କରିବା ଦ୍ୱାରା ପ୍ରାୟ ୨୫ ନିୟୁତ ଡଲାର ଟିକସ ଆଦାୟ ହୋଇପାରେ। ତାଙ୍କ ମତରେ, ଏହି ଅର୍ଥ ଯୁଦ୍ଧରେ ୟୁକ୍ରେନ ପାଇଁ ଆବଶ୍ୟକ ପ୍ରାୟ ୩୦ ହଜାର ଡ୍ରୋନ୍‌ର ଖର୍ଚ୍ଚ ବହନ କରିପାରିବ।

ଏହାର ପଛରେ ଆଉ ଏକ ବଡ଼ କାରଣ ରହିଛି। ୟୁକ୍ରେନରେ ପର୍ଣ୍ଣ ଇଣ୍ଟଷ୍ଟ୍ରିକୁ ଅନେକ ଲୋକ ନିଜ ଆୟ ଉପରେ ଟିକସ ଦେବାକୁ ଚାହୁଁଥିଲେ ମଧ୍ୟ ଆଇନଗତ ସ୍ଥିତିକୁ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି।

ପଢନ୍ତୁ ଏହି ଖବର: ସାମ୍ବାଦିକାଙ୍କ ସମେତ ୧୨ ଜଣଙ୍କୁ ମିଳିଲା ମୃତ୍ୟୁଦଣ୍ଡ, ଜାଣନ୍ତୁ କାହିଁଙ୍କି?

ଟିକସ ଦେଲେ ଫସିବେ, ନଦେଲେ ବି ଫସିବେ!

ବର୍ତ୍ତମାନର ବ୍ୟବସ୍ଥାକୁ ନେଇ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ପର୍ଣ୍ଣ ଇଣ୍ଟଷ୍ଟ୍ରିରୁ ଆୟ କରୁଥିବା କ୍ରିଏଟରମାନେ ଆୟ ଘୋଷଣା କଲେ ଟିକସ ବିଭାଗର ନଜରକୁ ଆସୁଛନ୍ତି। ଆଉ ଆୟ ଲୁଚାଇଲେ ଟିକସ ଫାଙ୍କିବା ଅଭିଯୋଗ ଲାଗିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଝେଲେଜ୍ନିଆକଙ୍କ କହିବା ଅନୁସାରେ, ଏହା ଏକ ଦୁଃଖଦ ପରିସ୍ଥିତି କାରଣ କ୍ରିଏଟରମାନେ ଟିକସ ଦେଲେ ନିଜ ବିରୋଧରେ ଅପରାଧିକ ମାମଲା ପାଇଁ ରାସ୍ତା ଖୋଲିଦେଉଛନ୍ତି, ଆଉ ଟିକସ ନଦେଲେ ଟିକସ ଫାଙ୍କିବା ଅଭିଯୋଗରେ ଫସିପାରନ୍ତି।

୨୦ ହଜାର ଡଲାର ଲାଞ୍ଚ ଅଭିଯୋଗ

ଏହି ପ୍ରସଙ୍ଗରେ ଦୁର୍ନୀତି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, ୟୁକ୍ରେନର ତିନୋଟି ଅଞ୍ଚଳରେ କିଛି ଅଧିକାରୀ ବୟସ୍କ ବିଷୟବସ୍ତୁ ସୃଷ୍ଟିକାରୀଙ୍କଠାରୁ ୨୦ ହଜାର ଡଲାର ପର୍ଯ୍ୟନ୍ତ ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ ହୋଇଛି।

ଏପରି ଏକ ଘଟଣାର ଅଭିଯୋଗ କରିଛନ୍ତି OnlyFans କ୍ରିଏଟର ସ୍ୱିତଲାନା ଡଭୋର୍ନିକୋଭା। ତାଙ୍କ କହିବା ଅନୁସାରେ, ଦିନେ ସେ ଝିଅକୁ ସ୍କୁଲ ପାଇଁ ପ୍ରସ୍ତୁତ କରୁଥିବା ସମୟରେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ତାଙ୍କ ଲାପଟପ୍, ହାର୍ଡ ଡ୍ରାଇଭ୍‌ ସହ ପ୍ରାୟ ୨୦ ହଜାର ଡଲାର ନଗଦ ଜବତ କରାଯାଇଥିବା ସେ ଦାବି କରିଛନ୍ତି।

ଡଭୋର୍ନିକୋଭାଙ୍କ ଅଭିଯୋଗ ଅନୁସାରେ, ମାମଲାକୁ ଶେଷ କରିବା ପାଇଁ ତାଙ୍କୁ ଲାଞ୍ଚ ଦେବାର ସୁଯୋଗ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ମନା କରିଥିଲେ।

୧୩୧ ମିଲିୟନ୍ ଡଲାର ରୋଜଗାର!

ଏହି ଶିଳ୍ପର ପରିମାଣ କେତେ ବଡ଼, ତାହା OnlyFansର ତଥ୍ୟରୁ ଅନୁମାନ କରାଯାଇପାରେ। ଜର୍ଣ୍ଣାଲରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁସାରେ, ୨୦୨୩ରେ ପ୍ରାୟ ୭,୯୦୦ ୟୁକ୍ରେନୀୟ OnlyFans କ୍ରିଏଟର ୧୩୧ ମିଲିୟନ୍ ଡଲାରରୁ ଅଧିକ ରୋଜଗାର କରିଥିଲେ।

ଏହି ରୋଜଗାରରୁ ଟିକସ ଆଦାୟ କରିବାକୁ ସରକାରଙ୍କ ପ୍ରୟାସ ଏବେ ନୂଆ ବିତର୍କ ସୃଷ୍ଟି କରିଛି।

ଜେଲେନସ୍କିଙ୍କ ହସ୍ତକ୍ଷେପ

ଏହି ମାମଲାରେ ଡଭୋର୍ନିକୋଭା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ନିକଟରେ ମଧ୍ୟ ଆବେଦନ କରିଥିଲେ। ସେ ନିଜକୁ ଜଣେ ନିୟମିତ ଟିକସଦାତା ବୋଲି ଦର୍ଶାଇ ଦାବି କରିଥିଲେ ଯେ ସରକାରଙ୍କୁ ପ୍ରାୟ ୯ ଲକ୍ଷ ଡଲାର ଟିକସ ଦେବା ପରେ ତାଙ୍କୁ ଅପରାଧୀ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ।

ଏହି ଆବେଦନ ଖୁବ୍ ଶୀଘ୍ର ଚର୍ଚ୍ଚାକୁ ଆସିଥିଲା ଏବଂ ଗୋଟିଏ ସପ୍ତାହ ମଧ୍ୟରେ ୨୫ ହଜାରରୁ ଅଧିକ ଦସ୍ତଖତ ମିଳିଥିବା ଜଣାପଡ଼ିଛି। ପରେ ଜେଲେନସ୍କି କହିଥିଲେ ଯେ ସଂସଦ ଏହି ଆଇନଗତକରଣ ପ୍ରସ୍ତାବ ଉପରେ ବିଚାର କରିବ।

ଏହି ବିଲ୍ ଜୁଲାଇରେ ୟୁକ୍ରେନ ସଂସଦରେ ପ୍ରଥମ ପାଠ ପାର କରିଥିବା ବେଳେ ଏବେ ଦ୍ୱିତୀୟ ପାଠ ପାଇଁ ଅପେକ୍ଷାରେ ରହିଛି।

ଅର୍ଥାତ୍, ରୁଷ ବିରୋଧରେ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ଯେଉଁଠି ଅଧିକରୁ ଅଧିକ ପାଣ୍ଠି ଓ ଅସ୍ତ୍ର ଆବଶ୍ୟକ କରୁଛି, ସେଠାରେ ଏବେ ପର୍ଣ୍ଣ ଶିଳ୍ପରୁ ଟିକସ ନେଇ ଡ୍ରୋନ୍ କିଣିବାର ଯୋଜନା ବିଶ୍ୱ ରାଜନୀତିରେ ଏକ ଅସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି।