|
logo
Live

Argus News - ୟୁକ୍ରେନ୍‌ର 'ରୋବୋଟ ଆର୍ମି' ଆଗରେ ହାର୍ ମାନିଲା ଋଷ; ଜେଲେନସ୍କିଙ୍କ ବଡ଼ ଦାବି

International

Robot Army in War / ୟୁକ୍ରେନ୍‌ର 'ରୋବୋଟ ଆର୍ମି' ଆଗରେ ହାର୍ ମାନିଲା ଋଷ; ଜେଲେନସ୍କିଙ୍କ ବଡ଼ ଦାବି

Sushanta Sahoo
Browse all articles by Sushanta Sahoo
·5 hours ago·2 min read
ୟୁକ୍ରେନ୍‌ର 'ରୋବୋଟ ଆର୍ମି' ଆଗରେ ହାର୍ ମାନିଲା ଋଷ; ଜେଲେନସ୍କିଙ୍କ ବଡ଼ ଦାବି
Ukraine Uses Drones and Robots

Key Points

ଋଷ-ୟୁକ୍ରେନ୍ ଯୁଦ୍ଧରେ ପ୍ରଥମଥର ରୋବୋଟ୍ ସହାୟତାରେ ୟୁକ୍ରେନ୍, ଋଷ ସେନା ଅକ୍ତିଆର୍ କରିଥିବା ଅଞ୍ଚଳକୁ ମୁକ୍ତ କରାଯାଇଥିବା ଦାବି କରିଛନ୍ତି ଜେଲେନସ୍କି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅନୁସାରେ, ବିଗତ ୩ ମାସରେ ରୋବୋଟିକ୍ ସିଷ୍ଟମ ୨୨ ହଜାରରୁ ଅଧିକ ମିଶନକୁ ସଫଳ କରାଇଛି ।
କିଭ୍ (ୟୁକ୍ରେନ୍): ରୋବୋଟ୍ ଲଢ଼ିଲା ଯୁଦ୍ଧ । ଶତ୍ରୁ ସେନାକୁ କଲା ପରାସ୍ତ । ଫେରାଇ ଆଣିଲା ଭୂ-ଖଣ୍ଡ । ଋଷ-ୟୁକ୍ରେନ୍ ଯୁଦ୍ଧରେ ପ୍ରଥମଥର ରୋବୋଟ୍ ସହାୟତାରେ ୟୁକ୍ରେନ୍, ଋଷ ସେନା ଅକ୍ତିଆର୍ କରିଥିବା ଅଞ୍ଚଳକୁ ମୁକ୍ତ କରାଯାଇଥିବା ଦାବି କରିଛନ୍ତି ଜେଲେନସ୍କି ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅନୁସାରେ, ବିଗତ ୩ ମାସରେ ରୋବୋଟିକ୍ ସିଷ୍ଟମ ୨୨ ହଜାରରୁ ଅଧିକ ମିଶନକୁ ସଫଳ କରାଇଛି । ଆଉ ଜେଲେନସ୍କିଙ୍କ ଏହି ଦାବି ଆଧୁନିକ ଯୁଦ୍ଧକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିବାର କ୍ଷମତା ରଖୁଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପ-ପୋପ କଳିରେ ନୂଆ ମୋଡ଼; ପୋପ ଲିଓ କହିଲେ "ମୁଁ ଟ୍ରମ୍ପ ପ୍ରଶାସନକୁ ଡରେନି, ମିଶନ ଜାରି ରହିବ"

ଯୁଦ୍ଧ ଲଢ଼ୁଛି ରୋବୋଟ୍

ଏଣିକି ଯୁଦ୍ଧ ମୈଦାନରେ ପ୍ରଥମ ମଣିଷ ନୁହେଁ ବରଂ କେବଳ ରୋବୋଟ ଲଢ଼ିବେ ଏବଂ ବିଜୟ ହାସଲ କରିବେ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅନୁସାରେ, ୨୦୨୨ରେ ଯୁଦ୍ଧ ଆରମ୍ଭ ପରେ ପ୍ରଥମଥର ୟୁକ୍ରେନ୍ ସେନା କେବଳ ଡ୍ରୋନ୍ ଓ ରୋବୋଟ ସିଷ୍ଟମ (UGVs) ସହାୟତାରେ ଋଷ ସେନାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଛି । ଏପରିକି ଋଷ ସେନା କବ୍‌ଜା କରିଥିବା ଅଞ୍ଚଳକୁ ମୁକ୍ତ କରିଛି ।


ୟୁକ୍ରେନ୍‌ର ଗନସ୍ମିଥ ଦିବସ ଅବସରେ ଜେଲେନସ୍କି କହିଛନ୍ତି, "ୟୁକ୍ରେନ୍‌ର ଅସ୍ତ୍ରଶସ୍ତ୍ରର କ୍ଷମତା ବଢ଼ିଛି । ଯାହା କେବଳ ଡ୍ରୋନ୍ ନୁହେଁ ବରଂ ଦୂରଗାମ ମିସାଇଲ୍, ଇଣ୍ଟରସେପ୍ଟର, ଗୁଳିଗୋଳା ଓ ରୋବୋଟିକ ସିଷ୍ଟମ ସପ୍ଲାଏ କରୁଛି । ପ୍ରତିବର୍ଷ ୟୁକ୍ରେନ୍‌ର ପ୍ରତିରକ୍ଷା ଉଦ୍ୟୋଗ ଲକ୍ଷାଧିକ ଏଫପିବି ଡ୍ରୋନ୍ ନିର୍ମାଣ କରୁଛନ୍ତି ।"

ଜେଲେନସ୍କି ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟରେ ଅସ୍ତ୍ରଶସ୍ତ୍ର ପୋଷ୍ଟ କରି ଲେଖିଛନ୍ତି, "ଭବିଷ୍ୟତରେ ଯାହା ଆଗ ଧାଡ଼ିରେ ରହିବ, ତାକୁ ୟୁକ୍ରେନ୍ ନିର୍ମାଣ କରୁଛି । ଏହା ଆମର ଗ୍ରାଉଣ୍ଡ ରୋବୋଟିକ୍ ସି।ଟମ । ଯାହାକୁ ଯୁଦ୍ଧର ପ୍ରଥମଥର ବ୍ୟବହାର କରି ଶତ୍ରୁ କବ୍‌ଜାକୁ ଛଡ଼ାଇବା ସହ ସମ୍ପୂର୍ଣ୍ଣ ଭାବେ ମଣିଷର ବିନା ଉପସ୍ଥିତିରେ ରୋବୋଟ୍ ଓ ଡ୍ରୋନ୍ ଦ୍ଵାରା ମୁକ୍ତ କରାଯାଇଛି ।"

ଏଥିସହ ପଢ଼ନ୍ତୁ: ଇସ୍ରାଏଲ ଭାଙ୍ଗିଦେଲା ଗାନ୍ଧୀ ହସ୍ପିଟାଲ; ବାପୁଙ୍କ ସମ୍ମାନର ଥିଲା ପ୍ରତୀକ

ଜେଲେନସ୍କିଙ୍କ ଦାବି ଅନୁସାରେ, ଏଥିରେ କୌଣସି ପଦାତକ ସେନା ସାମିଲ୍ ନପହି । ରୋବୋଟ୍ ସେନାର କୌଣସି କ୍ଷତି ହୋଇନାହିଁ ଏବଂ ଋଷ ସୈନିକ ଆତ୍ମସମର୍ପଣ କରିଛନ୍ତି । ଗ୍ରାଉଣ୍ଡ ରୋବୋଟିକ ସିଷ୍ଟମ ୩ ମାସରେ ଏଭଳି ୨୨ ହଜାର ମିଶନରେ ସାମିଲ୍ ହୋଇ ସଫଳତା ଦେଇଛି । ଯେଉଁଥିରେ ରାଟେଲ, ଟର୍ମିଟ, ଅର୍ଡାଲ୍, ରିସ, ଜମି, ପ୍ରୋଟେକ୍ଟର, ବୋଲା ଓ ଅନ୍ୟ ସିଷ୍ଟମ ସାମିଲ୍ ଥିବା କହିଛନ୍ତି ଜେଲେନସ୍କି ।

ସେହିଭଳି ଇରାନ-ଆମେରିକା ଯୁଦ୍ଧ, ହର୍ମୁଜ ସଂକଟକୁ ନେଇ ଜେଲେନସ୍କି କହିଛନ୍ତି, ଆମ ପାଖରେ କୃଷ୍ଣ ସାଗରରେ ଶତ୍ରୁ ସହ ଲଢ଼ିବାର ଅନୁଭବ ହିଛି । ତେଣୁ ସହଯୋଗୀ ଦେଶ ହର୍ମୁଜରେ ୟୁକ୍ରେନ୍‌ର ସହାୟତା ଚାହିଁଲେ ଆମେ ପ୍ରସ୍ତୁତ । ଆମ ନୌସେନା ଡ୍ରୋନ୍, ସି ବେବେ, ମାଗୁରା ଏବଂ ସର୍ଗନ ଏଥିପାଇଁ ଜଣାଶୁଣା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Robot Army in War: ୟୁକ୍ରେନ୍‌ର 'ରୋବୋଟ ଆର୍ମି' ଆଗରେ ହାର୍ ମାନିଲା ଋଷ; ଜେଲେନସ୍କିଙ୍କ ବଡ଼ ଦାବି | Argus News