Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ  ଜାତିସଂଘ ଓ ଆମେରିକା

ଅର୍ଗସ ବ୍ୟୁରୋ : ଇସ୍ରାଏଲ ପିଏମ ନେତନ୍ୟାହୁଙ୍କ ବିରୋଧରେ ଗିରଫ ୱାରେଣ୍ଟକୁ ନେଇ ମୁହାଁମୁହିଁ ଜାତିସଂଘ ଓ ଆମେରିକା । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଗିରଫ ୱାରେଣ୍ଟକୁ ଖାରଜ କଲା ଆମେରିକା । ଗିରଫ ପରୱାନା ଜାରି କରିବା ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟର ଅଧିକାର କ୍ଷେତ୍ରରେ ନଥିବା ଆମେରିକା ଦାବି କରିଛି । 3 ଜଣଙ୍କ ନାଁରେ ଆଇସିସି ଗିରଫ ୱାରେଣ୍ଟ ଜାରି ଘଟଣାରେ ହସ୍ତକ୍ଷେପ କରିଛି ଜାତିସଂଘ ।

ଅଧିକ ପଢନ୍ତୁ : ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ

ଗିରଫ ୱାରେଣ୍ଟ ନେଇ ନେତନ୍ୟାହୁଙ୍କ ସହ ଆଲୋଚନା କରାଯିବ ବୋଲି ଉତ୍ତର ରଖିଛି UN । ପିଏମ ନେତନ୍ୟାହୁଙ୍କ ଗିରଫ ୱାରେଣ୍ଟକୁ ତୀବ୍ର ବିରୋଧ କରିବା ସହ ଏହାକୁ ଅଧିକାର ଉପରେ ଆଘାତ ଏବଂ ରାଷ୍ଟ୍ରର ଅନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ ବୋଲି ଜବାବ ରଖିଛି ଇସ୍ରାଏଲ । ଯୁଦ୍ଧ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଇସ୍ରାଏଲ ପିଏମ ବେଞ୍ଜାମିନ ନେତନ୍ୟାହୁ, ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା  ମନ୍ତ୍ରୀ ୟୋଭ ଗ୍ୟାଲାଣ୍ଟଙ୍କ ସହ ହମାସ କମାଣ୍ଡର ମହମ୍ମଦ ଡେଫ୍ ଙ୍କ ନାଁରେ ଗିରଫ ପରୱାନା ଜାରି କରିଛି ଅନ୍ତର୍ଜାତୀୟ ଆପରାଧିକ ଅଦାଲତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UN and US clash over arrest warrant against Netanyahu | Argus News