Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan / ପାକିସ୍ତାନରେ ଅସୀମ ମୁନିରଙ୍କ କ୍ଷମତା ବୃଦ୍ଧି, ୟୁଏନ କହିଲା...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ପାକିସ୍ତାନରେ ଅସୀମ ମୁନିରଙ୍କ କ୍ଷମତା ବୃଦ୍ଧି, ୟୁଏନ କହିଲା...
Pakistan

Key Points

ଆଇନ ସଂଶୋଧନ ପରେ ପାକିସ୍ତାନରେ ଶାସନ ବେଲଗାମ
ଚେତାଇଲେ UN
ପାକିସ୍ତାନରେ ଶାସନ ବର୍ତ୍ତମାନ ବେଲଗାମ ହୋଇଯାଇଛି। ନିକଟରେ ପାକିସ୍ତାନରେ ହୋଇଥିବା ସମ୍ବିଧାନ ସଂଶୋଧନ ଦେଶରେ ଶାସନ ସନ୍ତୁଳନକୁ ସମ୍ପୂର୍ଣ୍ଣ ବିଗାଡି ଦେଇଛି।ଏଣୁ ମିଳିତ ଜାତିସଂଘ ମାନବାଧିକାର (ୟୁଏନଏଚଆରସି) କାର୍ଯ୍ୟାଳୟ ମୁଖ୍ୟ ଭୋଲ୍କର ଟର୍କ ଶୁକ୍ରବାର ଜାରି ବୟାନରେ ଚେତାବନୀ ଦେଇଛନ୍ତି ଯେ ପାକିସ୍ତାନରେ ତରବରିଆ ଭାବେ କରାଯାଇଥିବା ସଂଶୋଧନ ନ୍ୟାୟପାଳିକା ସ୍ୱାଧୀନତାକୁ ଗୁରୁତର ପ୍ରଭାବିତ କରୁଛି।

ଟର୍କଙ୍କ ଅନୁସାରେ, ଏହି ପଦକ୍ଷେପ ଯୋଗୁ ସେନାର ଦଖଲ ବଢିବା ଓ ନିର୍ବାଚିତ ସରକାରର ଭୂମିକା ଦୁର୍ବଳ ହେବାର ଆଶଙ୍କା ଦୃଢ ହେଉଛି, ଯାହା ଆଇନର ଶାସନ ଉପରେ ଗୁରୁତର ପ୍ରଶ୍ନବାଚୀ ଲଗାଉଛି। ଟର୍କ କହିଛନ୍ତି ଯେ ଏହି ସଂଶୋଧନକୁ ବିନା କୌଣସି ଆଲୋଚନା, ଆଇନଜୀବୀ ସମୂଦାୟର ପରାମର୍ଶ ଅଥବା ବ୍ୟାପକ ବିତର୍କ ବିନା ଲାଗୁ କରିଦିଆଯାଇଛି। ଏହା ଗଣତାନ୍ତ୍ରିକ ପ୍ରକ୍ରିୟାର ବିପରୀତ ବୋଲି ଟର୍କ କହିଛନ୍ତି । ସେ କହିଛନ୍ତି ଯେ ଏହି ପରିବର୍ତ୍ତନ ସେହି ସଂସ୍ଥାଙ୍କ ବିରୋଧରେ ଯାଉଛି ଯାହା ପାକିସ୍ତାନରେ ମାନବାଧିକାର ଓ ଆଇନର ଶାସନକୁ ରକ୍ଷା କରେ। ବିଶେଷ କରି ନ୍ୟାୟାଧୀଶଙ୍କ ସ୍ୱାଧୀନତା ଉପରେ ସଂଶୋଧନର ପ୍ରଭାବକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି।

ନୂଆ ପରିବର୍ତ୍ତନ ପରେ ସେନା ଖାସ କରି ଏବେକା ଆର୍ମି ଚିଫ୍ ଜେନେରାଲ ଅସୀମ ମୁନିର ଅତ୍ୟନ୍ତ ପ୍ରଭାବଶାଳୀ ହୋଇ ଯାଇଛନ୍ତି। ଏହାର ଓଲଟା ନ୍ୟାୟପାଳିକାର ଶକ୍ତି ସ୍ପଷ୍ଟ ରୂପେ ହ୍ରାସ କରାଯାଇଛି। ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତି ବିଭିନ୍ନ ସଂସ୍ଥାଙ୍କ ସହିତ ମିଳିତ ଜାତିସଂଘ (ୟୁଏନ)କୁ ଚିନ୍ତାରେ ପକାଇଛି।ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ରାଷ୍ଚ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ନଭେମ୍ବର ୧୩ ତାରିଖ ଦିନ ସମ୍ବିଧାନ ସଂଶୋଧନରେ ସ୍ୱାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଏହି ସଂଶୋଧନ ପରେ ଆର୍ମି ଚିଫ୍ ଅସୀମ ମୁନିରଙ୍କ ଶକ୍ତି ଅଭୂତପୂର୍ବ ଭାବେ ବଢି ଯାଇଛି। ଏଣୁ ସେ ଦେଶର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ପାଲଟିଛନ୍ତି। ରିପୋର୍ଟ ଅନୁସାରେ ତାଙ୍କ ପାଖରେ ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମଧ୍ୟ ଅଧିକ କ୍ଷମତା ଓ ଅଧିକାର ଅଛି।

ଏତିସହ ପଢ଼ନ୍ତୁ: ୟୁକ୍ରେନ୍ କହିଲା ରୁଷକୁ ଛାଡ଼ିବୁନି, ଅଣ୍ଡରୱାଟର୍ ଡ୍ରୋନରେ କରିଛୁ ଆକ୍ରମଣ...

ବୟାନରେ କୁହାଯାଇଛି ଯେ, ଜଜମାନଙ୍କ ନିଯୁକ୍ତି ଓ ବଦଳି ସମ୍ପର୍କିତ ପ୍ରାବଧାନ ନ୍ୟାୟପାଳିକାର ସଂରଚନାତ୍ମକ ସ୍ୱାଧୀନତାକୁ ଦୁର୍ବଳ କରିପାରେ। ଏଣୁ ରାଜନୈତିକ ହସ୍ତକ୍ଷେପ ବଢିବା ଓ ନ୍ୟାୟପାଳିକା କାର୍ଯ୍ୟପାଳିକା ଅନ୍ତର୍ଗତ ହେବାର ବିପଦ ସୃଷ୍ଟି କରୁଛି। ଭୋଲ୍କର ଟର୍କ ଗୁରୁତର ସହ କହିଛନ୍ତି ଯେ, କୋର୍ଟ ତାଙ୍କ ରାୟରେ କୌଣସି ରାଜନୈତିକ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ରହିବା ଦରକାର। ସେ ୨୭ତମ ସଂଶୋଧନ ଉପରେ ଆପତ୍ତି କରି କହିଛନ୍ତି ଯେ ଏହା ରାଷ୍ଟ୍ରପତି ଓ ଫିଲ୍ଡ ମାର୍ଶଲଙ୍କୁ ଆଜୀବନ ମକଦ୍ଦମା ଓ ଗିରଫରୁ ସୁରକ୍ଷା ଦେଉଛି। ଏହି ପଦକ୍ଷେପ ମାନବାଧିକାର ସିଦ୍ଧାନ୍ତ ଓ ଗଣତାନ୍ତ୍ରିକ ନିୟନ୍ତ୍ରଣ ଢାଞ୍ଚାର ବିପରୀତ ଅଟେ ଓ ପାକିସ୍ତାନର ଗଣତାନ୍ତ୍ରିକ ଭବିଷ୍ୟତ ଉପରେ ଦୂରଗାମୀ ପ୍ରଭାବ ପକାଇପାରେ।

ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ସରକାର ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି ଦେଇଥିଲେ । ଯାହା ଅସୀମ ମୁନିରଙ୍କ କ୍ଷମତା ବୃଦ୍ଧି କରିଛି । ଅସୀମ ମୁନିର ପାକିସ୍ତାନର ନୌସେନା, ସ୍ଥଳ ଏବଂ ବାୟୁସେନା ଉପରେ ନିୟନ୍ତ୍ରଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan | UN Reacts as Asim Munir’s Power Expands in Pakistan | Argus News | Argus News