Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିଏ ଏହି ଆମେରିକୀୟ ସୈନ୍ୟ; ଯାହାଙ୍କୁ ନେଇ ଇଣ୍ଟରନେଟ୍ ଦୁନିଆରେ ପଡ଼ିଥିଲା ଚହଳ

International

Jessica Foster Viral News / କିଏ ଏହି ଆମେରିକୀୟ ସୈନ୍ୟ; ଯାହାଙ୍କୁ ନେଇ ଇଣ୍ଟରନେଟ୍ ଦୁନିଆରେ ପଡ଼ିଥିଲା ଚହଳ

Subhramjit Ray
Browse all articles by Subhramjit Ray
·1 month ago·4 min read
କିଏ ଏହି ଆମେରିକୀୟ ସୈନ୍ୟ; ଯାହାଙ୍କୁ ନେଇ ଇଣ୍ଟରନେଟ୍ ଦୁନିଆରେ ପଡ଼ିଥିଲା ଚହଳ
Viral US Soldier Jessica Foster

Key Points

ଇରାନ ସହ ଯୁଦ୍ଧ ଚାଲିଥିବା ବେଳେ ଏବହେ ଜଣେ ଆମେରିକୀୟ ସୈନ୍ୟଙ୍କୁ ନେଇ ଇଣ୍ଟରନେଟ ଦୁନିଆରେ ଖେଳିଯାଇଛି ଚହଳ।
US Army Soldier Jessica Foster: ମଧ୍ୟପ୍ରାଚ୍ୟ ସଙ୍କଟ ବେଳେ ଏବେ କିଛି ଦିନ ତଳେ ଜଣେ ମହିଳା ଆମେରିକୀୟ ସୈନିକଙ୍କୁ ଇଣ୍ଟରନେଟ ଦୁନିଆରେ ସୃଷ୍ଟି ହୋଇଥିଲା ଚହଳ। କେତେବେଳେ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚାଲୁଥିବାର ଦେଖିବାକୁ ମିଳୁଥିଲା। ଆଉ କେତେବେଳେ ଋଷିଆ ଭ୍ଲାଦିମିର ପୁତିନଙ୍କ ସହ ସେଲଫି ନେଉଥିବାର ଦେଖିବାକୁ ମିଳିଥିଲା। ଏପରିକି ତାଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର୍ ଜେଲେନସ୍କିଙ୍କ ସହ ତାଙ୍କର ସାକ୍ଷାତ ବେଳର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

ମହିଳା ଆମେରିକୀୟ ସୈନିକଙ୍କ ସେହି ପୋଷ୍ଟ ଭାଇରାଲ ହେବା ପରେ ଏହା ଉପରେ ହଜାର ହଜାର ଲାଇକ କମେଣ୍ଟ କରିଥିଲେ ସୋସିଆଲ ମିଡ଼ିଆ ୟୁଜର। ଏହି ପୋଷ୍ଟ ଦେଖିବା ପରେ ଲୋକେ ଭାବିଥିଲେ ଯେ ସେ ହେଉଛନ୍ତି "ଆମେରିକା ପ୍ରଥମ" (America First) ଏଜେଣ୍ଡାକୁ ଆଗକୁ ନେଉଥିବା ଜଣେ ସାହସୀ ଆମେରିକୀୟ ସୈନିକ। ହେଲେ ପରଦା ପଛର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ଯେଉଁ ମହିଳାଙ୍କୁ ଇଣ୍ଟରନେଟ୍ ଦୁନିଆରେ ଏତେ ଚର୍ଚ୍ଚା ହେଉଥିଲା ବାସ୍ତବରେ ତାଙ୍କର କୌଣସି ଅସ୍ଥିତ୍ୱ ହିଁ ନଥିଲା। ସେ ଜଣେ ସାହସୀ ଆମେରିକୀୟ ସୈନିକ ନଥିଲେ ବରଂ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ବିକଶିତ ହୋଇଥିବା ଏକ ନକଲି ପରିଚୟ। ଯାହା ହଜାର ହଜାର ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ଦ୍ୱନ୍ଦ୍ୱର ଦୁନିଆରେ ଫସାଇ ଦେଇଥିଲା।





କିଏ ଏହି ଜେସିକା ଫୋଷ୍ଟର (Jessica Foster)

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଫଟୋ ଖୁବ ଭାଇରାଲ ହୋଇଥିଲା। ତାଙ୍କ ନାଁ ଜେସିକା ଫୋଷ୍ଟର ଥିବା ବେଳେ ସେ ଜଣେ ଆମେରିକୀୟ ସୈନିକ ବୋଲି ଦାବି ହେଉଥିଲା। ୱାଶିଂଟନ ପୋଷ୍ଟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାଇରାଲ ହେଉଥିବା ଫଟୋ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ସୃଷ୍ଟି କରାଯାଇଥିଲା। ଯେଉଁଥିରେ ତାଙ୍କୁ ହର୍ମୁଜ୍ ପ୍ରଣାଳୀରେ ଏକ ଯୁଦ୍ଧଜାହାଜରେ ହାଇ ହିଲ୍ ପିନ୍ଧି ଚାଲିବାର, କେତେବେଳେ ଭାଷଣ ଦେବାର, ଆଉ କେତେବେଳେ ସାଥି ମହିଳା ସୈନିକଙ୍କ ସହ ମସ୍ତି କରିବାର ଆଉ କେତେବେଳେ ବିଶ୍ୱର କିଛି ପ୍ରମୁଖ ରାଜନେତାଙ୍କୁ ଭେଟିବାର ଦେଖିବାକୁ ମିଳିଥିଲା। ଲୋକେ ତାଙ୍କର ଏହି ଭାଇରାଲ ଫଟୋ ଦେଖି ଆକର୍ଷିତ ହୋଇଥିଲେ ହେଲେ ସେମାନେ ବାସ୍ତବତା ବିଷୟରେ ଅଜ୍ଞ ଥିଲେ।

ଏହି ଭାଇରାଲ୍ ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଧିକାଂଶ ମନ୍ତବ୍ୟ (Comments) ପୁରୁଷଙ୍କ ପ୍ରୋଫାଇଲ୍ ଫଟୋ ରହିଥିବା ଆକାଉଣ୍ଟ ପାଖରୁ ଆସିଥିଲା। ଲୋକେ ଜେସିକା ଫୋଷ୍ଟରଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହ ସେ ଦେଇଥିବା ଦେଶଭକ୍ତି ବାର୍ତ୍ତାକୁ ପ୍ରଶଂସା କରିଥିଲେ। ତାଙ୍କର କିଛି ଫଟୋ ୩୦ ହଜାରରୁ ଅଧିକ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଏହା ବ୍ୟତୀତ କମେଣ୍ଟ ସେକ୍ସନ (Comment Section) ଲଭ୍ ହାର୍ଟ ଇମୋଜି (Love Heart Emoji) ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଅଧିକାଂଶ ୟୁଜର ଯେଉଁମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟ ଉପରେ ଲାଇକ୍ସ କିମ୍ବା କମେଣ୍ଟ କରୁଥିଲେ ସେମାନେ ଏହାର ବାସ୍ତବତାକୁ ନେଇ ସମ୍ପୂର୍ଣ୍ଣ ଅଜ୍ଞ ରହିଥିଲେ କିମ୍ବା ସେମାନେ ଏହି ପ୍ରୋଫାଇଲ୍ ସମ୍ପୂର୍ଣ୍ଣ ନକଲି ବୋଲି ଜାଣି ପାରିନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


OnlyFans ସହ ସମ୍ପର୍କ ଏବଂ ଅଚାନକ ଗାଏବ ହୋଇଥିବା ଆକାଉଣ୍ଟ
ଆକାଉଣ୍ଟ ହଟାଯିବା ପୂର୍ବରୁ ଏହା ମଧ୍ୟ ଜଣାପଡ଼ିଥିଲା ​​ଯେ ଜେସିକା ଫୋଷ୍ଟରଙ୍କ ପ୍ରୋଫାଇଲ୍ ଏକ ଓନଲି ଫ୍ୟାନ୍ସ (OnlyFans Page) ଯୋଡ଼ି ହୋଇଥିଲା। ଏନେଇ ଓନଲି ଫ୍ୟାନ୍ସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇ କୁହାଯାଇଥିଲା ଯେ ଓନଲି ଫ୍ୟାନ୍ସ ନାମକ କ୍ରିଏଟର (OnlyFans Creators Jessica Foster) ଙ୍କ ପରିଚୟ ନିଶ୍ଚିତ କରାଯାଇ ପାରି ନଥିବାରୁ ତାଙ୍କର ଆକାଉଣ୍ଟ ହଟାଯାଇଥିଲା। ଆକାଉଣ୍ଟ ହଟିବା ମାତ୍ରେ ସମାନ ପ୍ରକାରର ଏଆଇ ଦ୍ୱାରା ବିକଶିତ ଫଟୋ ଭିଡ଼ିଓ (Ai Generated Photo Video) ନୂଆ ନୂଆ ସୋସିଆଲ ମିଡ଼ିଆ ଆକାଉଣ୍ଟ ଦ୍ୱାରା ସାମ୍ନାକୁ ଆସିବାରେ ଲାଗିଥିଲା।



ବଢି ଚାଲିଛି ଏପରି ମାମଲା
ଜେସିକା ଫୋଷ୍ଟର ନାଁ ବ୍ୟବହାର କରି ଏଆଇ ଦ୍ୱାରା ବିକଶିତ ଫଟୋ ଭିଡ଼ିଓ ସେୟାରଲ କରିବାର ଏହା ପ୍ରଥମ ମାମଲା ନୁହେଁ। ଟିକଟକ୍, ଇନଷ୍ଟାଗ୍ରାମ୍ , ଏକ୍ସ ଭଳି ସୋସିଆଲ ପ୍ଲାଟଫର୍ମରେ ଏପରି ଅନେକ ଆକାଉଣ୍ଟ ସକ୍ରିୟ ରହିଛି। ଯେଉଁଥିରେ ସେମାନଙ୍କୁ ଟ୍ରମ୍ପ-ସମର୍ଥକ ସୈନିକ କିମ୍ବା ପୋଲିସ ଅଧିକାରୀ ଭାବରେ ଉପସ୍ଥାପିତ କରାଯାଉଛି। ହଜାର ହଜାର ଲୋକ ଏହି ଆକାଉଣ୍ଟ ଦ୍ୱାରା ସେୟାର ହେଉଥିବା ପୋଷ୍ଟ ଉପରେ ଏପରି ପ୍ରତିକ୍ରିୟା ଦେଇଥାନ୍ତି ଯେପରି ସେମାନେ ଜଣେ ପ୍ରକୃତ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି। ଏପରି ମାମଲା କେବଳ ଆମେରିକା ପର୍ଯ୍ୟନ୍ତ ସୀମିତ ନାହିଁ। ବିବିସି ରିପୋର୍ଟ ଅନୁଯାୟୀ, ଇରାନ ସହିତ ଜଡିତ ଶହ ଶହ ଏଆଇ ଦ୍ୱାରା ବିକଶିତ ଫଟୋ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଉଛି। ଯେଉଁଥିରେ ଇରାନୀ ମହିଳା ସୈନିକ ଏବଂ ପାଇଲଟ୍ ସାମରିକ ଅଭିଯାନରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି। ଯଦିଓ ଇରାନ୍ ରେ ମହିଳାଙ୍କୁ ଯୁଦ୍ଧ ଭୂମିରେ ସିଧାସଳଖ ଲଢେଇ କରିବାର ଅନୁମତି ନାହିଁ।

AI ଜାଲରେ ଫସି ୟାଉଛନ୍ତି ଲୋକ
ପୂର୍ବତନ ଇଲିନୋଇସ୍ ରିପବ୍ଲିକାନ୍ କଂଗ୍ରେସ ସଦସ୍ୟ ଆଡାମ କିଞ୍ଜିଙ୍ଗର୍ ଏକ ଏକ୍ସ ପୋଷ୍ଟ କରି ଲେଖିଛନ୍ତି ଯେ ଜେସିକା ଫୋଷ୍ଟର ସ୍ପଷ୍ଟ ଭାବରେ ଜଣେ ଆମେରିକୀୟ ସୈନିକ ନୁହଁନ୍ତି। ଜେସିକା ଫୋଷ୍ଟର ହେଉଛନ୍ତି କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ବିକଶିତ ହୋଇଥିବା ଜଣେ ଚରିତ୍ର। ତାଙ୍କର ଦଶ ଲକ୍ଷ ଅନୁସରଣକାରୀ ଅଛନ୍ତି। ଯେତେବେଳେ ଆପଣ କମେଣ୍ଟ ବିଭାଗକୁ ଦେଖନ୍ତି ସେତେବେଳେ ଲୋକେ ବିଶେଷକରି ମାଗା ସମର୍ଥକ ଏବଂ ବୟସ୍କ ପୁରୁଷ ଏଆଇ ପାଇଁ କିପରି ଫସି ଯାଉଛନ୍ତି। ଯାହା ପ୍ରକୃତରେ ଚିନ୍ତାଜନକ।

ସୋସିଆଲ ମିଡ଼ିଆ ବନାମ AI: ବାସ୍ତବତା-ଭ୍ରମ ମଧ୍ୟରେ ଚାଲିଥିବା ଯୁଦ୍ଧ
ଏହି ମାମଲା ଦର୍ଶାଉଛି ଯେ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ସାମାଜିକ ଗଣମାଧ୍ୟମର (Social Media) ମିଶ୍ରଣ କିପରି ରାଜନୀତି, ଭାବନା ଏବଂ ବିଶ୍ୱାସ ସହିତ ବିପଦପୂର୍ଣ୍ଣ ଖେଳ ଖେଳିପାରେ। ଜେସିକା ଫୋଷ୍ଟରଙ୍କ ଭଳି କାହାଣୀ ଆଉ କେବଳ ନକଲି ପ୍ରୋଫାଇଲ୍ ନୁହେଁ। ବରଂ ଏହା ଏପରି ଏକ ସମୟକୁ ଆରମ୍ଭ କରିବାକୁ ଯାଉଛି ଯେଉଁଠି ବାସ୍ତବତା-ଭ୍ରମ ମଧ୍ୟରେ ରହିଥିବା ଦୂରତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।



Sponsored
Who Is US Army Soldier Jessica Foster? Internet Buzz Explained | Argus News