|
logo
Live

Argus News - ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା'

International

US Blocks Iran Ships / ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା'

Sushanta Sahoo
Browse all articles by Sushanta Sahoo
·2 days ago·2 min read
ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା'
Global Oil Tension

Key Points

ଇରାନର ୮ ତୈଳବାହୀ ଜାହାଜ ଟ୍ରମ୍ପ ଟାଣିଥିବା 'ଲକ୍ଷ୍ମଣ ରେଖା' ଡେଇଁ ପାରିନି । ଆମେରିକା ନୌସେନା ଇରାନର ସମସ୍ତ ୮ ଜାହାଜକୁ ମଝି ସମୁଦ୍ରରେ ଘେରି ଯାଇଛନ୍ତି ।
ନୂଆଦିଲ୍ଲୀ: ଉପସାଗରୀୟ ଅଞ୍ଚଳରେ ଆମେରିକାର ନାକାବାନ୍ଦୀ । ପଛକୁ ହଟିଲା ଇରାନର ଜାହାଜ । ତୈଳ ନେଇ ଯାଉଥିବା ୮ଟି ଇରାନ ଜାହାଜ ହର୍ମୁଜ ପାର୍ କରିବା ପରେ ପଛକୁ ଫେରିଛି । ମଝି ସମୁଦ୍ରରେ ଆମେରିକା ରଣନୈତିକ ଭାବେ ଏସବୁ ଜାହାଜ ଉପରେ ନଜର ରଖି ଅଟକାଇଛି ।

ଇସଲାମାବାଦରେ ଶାନ୍ତି ଆଲୋଚନା ବିଫଳ ପରେ ଆମେରିକା ହର୍ମୁଜର ଚାରିପାଖକୁ ଘେରି ଯାଇଛି । ଆଉ ଉପସାଗରୀୟ ଅଞ୍ଚଳରେ ଆମେରିକାର ଏଭଳି ଘେରାବନ୍ଦୀକୁ ଭାଙ୍ଗି ଆଗକୁ ଯିବା ଇରାନ ପାଇଁ ଅସମ୍ଭବ ହୋଇ ପଡ଼ିଛି ।

ଏଥିସହ ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ପାଇଁ ପୁଣି ଏକ ପ୍ରୟାସ, ଏପ୍ରିଲ ୧୬ରେ ହୋଇପାରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ

ଅତି ସହଜରେ ହର୍ମୁଜ୍ ପ୍ରଣାଳୀ ପାର୍ କରି ଆଗକୁ ବଢ଼ୁଥିବା ଇରାନର ୮ ତୈଳବାହୀ ଜାହାଜ ଟ୍ରମ୍ପ ଟାଣିଥିବା 'ଲକ୍ଷ୍ମଣ ରେଖା' ଡେଇଁ ପାରିନି । ଆମେରିକା ନୌସେନା ଇରାନର ସମସ୍ତ ୮ ଜାହାଜକୁ ମଝି ସମୁଦ୍ରରେ ଘେରି ଯାଇଛନ୍ତି । ଏହା ପଛରେ ଆମେରିକାର ଉଦ୍ଦେଶ୍ୟ ହେଲା, ଇରାନର ତୈଳ ବିତରଣକୁ ସମ୍ପୂର୍ଣ୍ଣ ଭାବେ ଠପ୍ କରି ଚୁକ୍ତି ପାଇଁ ତେହରାନକୁ ବାଧ୍ୟ କରିବା ।

ଉପସାଗରୀୟ ଅଞ୍ଚଳରେ ଆମେରିକା, ଇରାନ ବିରୋଧରେ ସମୁଦ୍ରରେ ନାକାବନ୍ଦୀ କରିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁସାରେ, ଆମେରିକାର ଏହି ଘେରାବନ୍ଦୀ ପରେ ଆମେରିକା ନୌସେନା ଇରାନ ସହ ଜଡ଼ିତ ୮ଟି ତୈଳବାହୀ ଜାହାଜକୁ ମଝି ସମୁଦ୍ରରେ ଅଟକାଇଛି ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ 'ଲକ୍ଷ୍ମଣ ରେଖା' କ'ଣ ଓ କିଭଳି କାମ କରୁଛି ? ଏହି ଜାହାଜ ଗୁଡ଼ିକ ଇରାନର ବନ୍ଦରରୁ ବାହାରି ହର୍ମୁଜ୍ ପ୍ରଣାଳୀ ପାର୍ କରିଥିଲେ । କିନ୍ତୁ ଓମାନ ଉପକୂଳରେ ଆମେରିକା ନାକାବନ୍ଦୀ କରିଛି । ଯେଭଳି କୌଣସି ବି ଜାହାଜ ଇରାନରୁ ବାହାରି ପାରିବନି କି ଇରାନକୁ ପଶି ପାରିବନି ।

ଏହା ଉପରେ ଆମେରିକାର ସୈନିକ ସାଟେଲାଇଟ୍ ଓ ଡ୍ରୋନ୍ ଜରିଆରେ ତୀକ୍ଷ୍‌ଣ ନଜର ରଖିଛନ୍ତି । ଇରାନରୁ ଜାହାଜ ଯେମିତି ଓମାନ ଆଡ଼କୁ ବଢ଼ୁଛନ୍ତି, ଠିକ୍ ସେହି ସମୟରେ ମଝି ସମୁଦ୍ରରେ ଆମେରିକା ଯୁଦ୍ଧ ଜାହାଜ ଅଟକାଇବା ସହ ଫେରିବାକୁ ବାଧ୍ୟ କରୁଛି ।

ଅର୍ଥାତ୍ ଇରାନର ଜାହାଜ ହର୍ମୁଜ୍ ପ୍ରଣାଳୀ ପାର୍ କରିବା ପରେ ଓମାନ ଉପକୂଳରେ 'ଲକ୍ଷ୍ମଣ ରେଖା' ଭେଦିବା ଅସମ୍ଭବ ହୋଇ ପଡ଼ିଛି । ନ୍ୟୁଜ୍ ଏଜେନ୍ସି ଏପି ଅନୁସାରେ, ଆମେରିକାର ଏହି ରଣନୀତି "ଧର ଓ ପଛକୁ ଫେରାଅ" ଉପରେ ଆଧାରିତ ।

ଏଥିସହ ପଢ଼ନ୍ତୁ: ଶାନ୍ତି ବୈଠକରେ ଲଜ୍ଜା; ୫ ଷ୍ଟାର ହୋଟେଲର ବିଲ୍ ଭରିଲାନି ପାକିସ୍ତାନ, ତା'ପରେ...

୩୬ ଘଣ୍ଟାରେ ଇରାନର ୯୦% ବାଣିଜ୍ୟ ଠପ୍

ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡର କମାଣ୍ଡର ଆଡମିରାଲ ବ୍ରେଡ୍ କୁପର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, "ମଧ୍ୟପ୍ରାଚ୍ୟର ସମୁଦ୍ରରେ ଏବେ କେବଳ ଆମେରିକାର ରାଜ ଚାଲିବ । ଇରାନର ୯୦ ପ୍ରତିଶତ ଅର୍ଥ ବ୍ୟବସ୍ଥା ସାମୁଦ୍ରିକ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ନିର୍ଭର । ଆମ କାର୍ଯ୍ୟାନୁଷ୍ଠାନର ସିଧା ପ୍ରଭାବ ଇରାନର ଆର୍ଥିକ ଗତିବିଧି ଉପରେ ପଡ଼ିଛି ।"

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନର ପରମାଣୁ କାର୍ଯ୍ୟକ୍ରମ କଥା ଦୋହରାଇଛନ୍ତି । କହିଛନ୍ତି, "ଇରାନ ନିକଟରେ ପରମାଣୁ ଶକ୍ତିକୁ ସ୍ଵୀକାର କରାଯିବ ନାହିଁ । ଏବେ ଅସ୍ତ୍ରବିରତି କଥା ଭାବୁଛୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Blocks Iran Ships: ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା' | Argus News