US Iran Peace Talks / ଆମେରିକା-ଇରାନ ମଧ୍ୟରେ ଶାନ୍ତି ପାଇଁ ପୁଣି ଏକ ପ୍ରୟାସ, ଏପ୍ରିଲ ୧୬ରେ ହୋଇପାରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ
·1 day ago·2 min read

Key Points
ଆମେରିକା-ଇରାନ ମଧ୍ୟରେ ଶାନ୍ତି ପାଇଁ ପୁଣି ଏକ ପ୍ରୟାସ
ଏପ୍ରିଲ ୧୬ରେ ହୋଇପାରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ
ଆଲୋଚନାରେ ସାମିଲ ହେବେ ଆମେରିକା ଓ ଇରାନର ପ୍ରତିନିଧି

ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବଡ଼ ଖବର । ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ଯୁଦ୍ଧ ସମାପ୍ତ କରିବା ପାଇଁ ଉଭୟ ଆମେରିକା ଓ ଇରାନ ଏବେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ । ଆସନ୍ତା ଏପ୍ରିଲ ୧୬ରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ମିଳିଛି । ସେପଟେ ଯୁଦ୍ଧ ପରିସ୍ଥିତି ବେଳେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛି ଚୀନ୍ । ହର୍ମୁଜ ପ୍ରଣାଳୀରେ ଆମେରିକାର ଅବରୋଧକୁ ବିପଜ୍ଜନକ ଏବଂ ଦାୟିତ୍ୱହୀନ କହି ନିନ୍ଦା କରିଛି ।
ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଯୁଦ୍ଧ ସମାପ୍ତ ପାଇଁ ଆଉ ଏକ ପର୍ଯ୍ୟାୟ ଆଲୋଚନା ହୋଇପାରେ । ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏଭଳି ବଡ଼ ଖବର ସାମ୍ନାକୁ ଆସିଛି । ଉଭୟ ଆମେରିକା ଓ ଇରାନ ଏବେ ଦ୍ୱିତୀୟ ପର୍ଯ୍ୟାୟ ମୁହାଁମୁହିଁ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଏପ୍ରିଲ ୧୬ରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ମିଳିଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ପୁଣିଥରେ ପାକିସ୍ତାନର ଇସଲାମାବାଦ କିମ୍ବା ସୁଇଜରଲ୍ୟାଣ୍ଡର ଜେନେଭାକୁ ସ୍ଥାନ ଭାବେ ବଛାଯାଇପାରେ । ମଧ୍ୟସ୍ଥତା କରୁଥିବା ଦେଶଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ୱାଶିଂଟନ୍ ଏବଂ ତେହେରାନ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି । ତେବେ ଏହି ବୈଠକରେ ଆମେରିକା ଓ ଇରାନ ପକ୍ଷରୁ କିଏ ପ୍ରତିନିଧି ଭାବେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ ।
ସେପଟେ ଆମେରିକା - ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବେଳେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି ଚୀନ୍ । ହର୍ମୁଜ ପ୍ରଣାଳୀରେ ଆମେରିକାର ଅବରୋଧକୁ ବିପଜ୍ଜନକ ଏବଂ ଦାୟିତ୍ୱହୀନ କହି ନିନ୍ଦା କରିଛି । ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଗୁଓ ଜିଆକୁନ୍ କହିଛନ୍ତି, ଏହି ପଦକ୍ଷେପ କେବଳ ଉତ୍ତେଜନା ବୃଦ୍ଧି କରିବ । ସୂଚନା ଅନୁସାରେ, ଏପ୍ରିଲ ୧୧ ଏବଂ ୧୨ରେ ଇସଲାମାବାଦରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories