War Alert / ଇରାନକୁ ଘେରିଲା ଆମେରିକାର ଡିଜିଟାଲ୍ ଏୟାର ବ୍ରିଜ୍
·4 months ago·2 min read

Key Points
F-22 ରାପ୍ଟର ଏବଂ F-16 ଫାଇଟର ଜେଟ୍ର ଗର୍ଜନରେ କମ୍ପୁଛି ଆକାଶ
କାତାର, ବାହାରିନ୍ ଏବଂ ଜୋର୍ଡାନ ବେସ୍ରେ ୪୦ ହଜାର ସୈନିକ ପ୍ରସ୍ତୁତ
ଇରାନ ପାଇଁ ସମୟ ସୀମା ଶେଷ, ଯେ କୌଣସି ମୁହୂର୍ତ୍ତରେ ହେବ ଆକ୍ରମଣ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନ ସହିତ ପରମାଣୁ ବିବାଦ ଏବେ ଏକ ବିସ୍ଫୋରକ ମୋଡ଼ରେ ପହଞ୍ଚିଛି । ଆମେରିକାର ଶତାଧିକ ଯୁଦ୍ଧ ବିମାନ ଏବଂ ହଜାର ହଜାର ସୈନିକ ଏବେ ଇରାନକୁ ଘେରିବା ପାଇଁ ରଣନୈତିକ ବେସ୍ ଗୁଡ଼ିକରେ ମୁତୟନ ହୋଇଛନ୍ତି । ଇରାନ ଅଭିମୁଖେ ଛୁଟିଛି ଆମେରିକାର ଶକ୍ତିଶାଳୀ ଯୁଦ୍ଧ ବିମାନ ।
ଇରାନ ସହିତ ପରମାଣୁ ବିବାଦ ଏବେ ଏକ ବିସ୍ଫୋରକ ମୋଡ଼ରେ ପହଞ୍ଚିଛି । ଆମେରିକାର ଶତାଧିକ ଯୁଦ୍ଧ ବିମାନ ଏବଂ ହଜାର ହଜାର ସୈନିକ ଏବେ ଇରାନକୁ ଘେରିବା ପାଇଁ ରଣନୈତିକ ବେସ୍ଗୁଡ଼ିକରେ ମୁତୟନ ହୋଇଛନ୍ତି । ଇରାନ ଅଭିମୁଖେ ଛୁଟିଛି ଆମେରିକାର ଶକ୍ତିଶାଳୀ ଯୁଦ୍ଧ ବିମାନ ।
ଏଥିସହ ପଢ଼ନ୍ତୁ: ୧୩ ବର୍ଷର ଝିଅ ପାଇଁ ଭୟରେ ଟ୍ରମ୍ପ, କିମ୍ଙ୍କ ପ୍ଲାନ କାମ କରିବ ଝିଅ
ଫ୍ଲାଇଟ୍-ରାଡାରରେ ଦୃଶ୍ୟମାନ ହେଉଛି ଏକ ଭୟଙ୍କର ଡିଜିଟାଲ୍ ଏୟାର ବ୍ରିଜ୍ ଯାହା ଆଟଲାଣ୍ଟିକ୍ରୁ ଆରବ ସାଗର ଯାଏ ଲମ୍ବିଛି । ଦକ୍ଷିଣ କାରୋଲିନାରୁ ଏଫ୍-୧୬, ବ୍ରିଟେନରୁ ଏଫ୍-୧୫ଇ ଏବଂ ଭର୍ଜିନିଆରୁ ବିଶ୍ୱର ସବୁଠୁ ଘାତକ ଏଫ୍-୨୨ ରାପଟର୍ସ ଏବେ ମୁହାଁମୁହିଁ ସ୍ଥିତିରେ ।
କେବଳ ଲଢୁଆ ବିମାନ ନୁହେଁ, ବରଂ ଗୁପ୍ତଚର ତଥ୍ୟ ସଂଗ୍ରହ ପାଇଁ ପାଇଁ ଆର୍ସି-୧୩୫ ଏବଂ ସାମୁଦ୍ରିକ ପାଟ୍ରୋଲିଂ ପାଇଁ ପି-୮ ପସିଡୋନ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ଆକାଶ ମାର୍ଗରେ ଇନ୍ଧନ ଭରିବା ପାଇଁ ପ୍ରସ୍ତୁତ ରିଫ୍ୟୁଲିଂ ଏୟାରକ୍ରାଫ୍ଟ ସ୍ପଷ୍ଟ କରୁଛି । ଏହା କେବଳ ଅଭ୍ୟାସ ନୁହେଁ, ଏହା ବଡ଼ ଧରଣର ଆକ୍ରମଣର ପୂର୍ବ ପ୍ରସ୍ତୁତି ।
ମଧ୍ୟପ୍ରାଚ୍ୟରେ ଆମେରିକାର ଏହି ବିଶାଳ ବାୟୁସେନା ମୁତୟନ କେବଳ ଏକ ସତର୍କତା ନୁହେଁ, ବରଂ ଇରାନ ବିରୋଧରେ ଏକ ନିର୍ଣ୍ଣାୟକ ଯୁଦ୍ଧର ସଂକେତ । ଆଟଲାଣ୍ଟିକ୍ ମହାସାଗରରୁ ଆରବ ସାଗର ପର୍ଯ୍ୟନ୍ତ ବିସ୍ତାରିତ ଏହି ଏୟାର ବ୍ରିଜ୍ ଆମେରିକା ଯେକୌଣସି ମୁହୂର୍ତ୍ତରେ ଏକ ଦୀର୍ଘକାଳୀନ ଏବଂ ଭୟଙ୍କର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
ଇରାନ ସୀମାରେ ସାମରିକ ଶକ୍ତିକୁ ଦୃଢ଼ କରିବାରେ ଲାଗିଛି ଆମେରିକା । ପେଣ୍ଟାଗନର ରିପୋର୍ଟ ଅନୁଯାୟୀ, କାତାରର ଅଲ୍ ଉଦେଇଦ୍ ବେସରୁ ଶତାଧିକ ସୈନିକଙ୍କୁ ସ୍ଥାନାନ୍ତର କରାଯିବା ସହ ବାହାରିନ, ଇରାକ, ସିରିଆ, କୁଏତ ଏବଂ ଜୋର୍ଡାନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।
ଏହାରି ଭିତରେ ଆସନ୍ତା ୨୬ ଫେବ୍ରୁଆରୀରେ ପୁଣି ଥରେ ଜେନେଭାଠାରେ ଆମେରିକା-ଇରାନ ଆଲୋଚନା ହେବ । ଏହି ବୈଠକ ପାଇଁ ଓମାନ ମଧ୍ୟସ୍ଥ୍ୟତା କରୁଥିବା ବେଳେ ଉଭୟ ପକ୍ଷ ନିଜ ନିଜର କଠୋର ସର୍ତ୍ତାବଳୀ ରଖିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଏକ ନୂତନ ଚୁକ୍ତି ସ୍ଵାକ୍ଷର କରିବା ପାଇଁ ୧୦ରୁ ୧୫ ଦିନର ସମୟସୀମା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ ଝଟକା: ୧୦ରୁ ୧୫%କୁ ବଢ଼ିଲା ଟାରିଫ୍, ଭାରତ ଉପରେ ବଡ଼ ପ୍ରଭାବ
ଆମେରିକା ଇରାନର ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାକୁ ଚାହୁଁଛି । କିନ୍ତୁ ଇରାନ ଏହାକୁ ପରମାଣୁ ଆଲୋଚନାରୁ ବାହାରେ ରଖିବାକୁ ଜିଦ୍ ଧରିଛି । ପରମାଣୁ ପ୍ରସଙ୍ଗରେ ଇରାନର ଜିଦ୍ ଏବଂ ଆମେରିକାର ଜିରୋ ଟଲେରାନ୍ସ ନୀତି ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ଭାରତ ସରକାର ଏକ ଜରୁରୀକାଳୀନ ଆଡଭାଇଜରୀ ଜାରି କରିଛନ୍ତି । ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥା ଶୀଘ୍ର ସେଠାରୁ ଚାଲି ଆସିବାକୁ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories