Videos
|
International

America Shutdown / ଆମେରିକାର ଆର୍ଥିକ ଅବସ୍ଥା ଠପ୍

Rashmita Mishra
Browse all articles by Rashmita Mishra
·11 months ago·2 min read
ଆମେରିକାର ଆର୍ଥିକ ଅବସ୍ଥା ଠପ୍

Key Points

ଆମେରିକାରେ ଅଚଳାବସ୍ଥା
୬ବର୍ଷ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି
ଆମେରିକାରେ ବଡ ଧରଣର ସଙ୍କଟ
ହଜାର ହଜାର କର୍ମଚାରୀଙ୍କୁ ଦରମା ମିଳିବା ନେଇ ଆଶଙ୍କା

ଆମେରିକାରେ ଅଚଳାବସ୍ଥା । ବିଶ୍ବର ସବୁଠାରୁ ବଡ ଅର୍ଥନୀତି କୁହାଯାଉଥିବା ଆମେରିକାର ଆର୍ଥିକ ଅବସ୍ଥା ଠପ୍ ହୋଇଯାଇଛି । ୬ବର୍ଷ ପରେ ଏଭଳି ପରିସ୍ଥିତି ଦେଖାଦେଇଛି । ରିପବ୍ଲିକାନ୍ ପକ୍ଷରୁ ଆଗତ ଫଣ୍ଡିଂ ପ୍ୟାକେଜକୁ ଡେମୋକ୍ରାଟ୍ ପକ୍ଷରୁ ବିରୋଧ କରାଯାଇଥଲା ।


ଏହାପରେ ଆମେରିକାରେ ବଡ ଧରଣର ସଂକଟ ଦେଖାଦେଇଛି । ହଜାର ହଜାର କର୍ମଚାରୀଙ୍କୁ ଦରମା ମିଳିବା ନେଇ ଆଶଙ୍କା ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ ହୋଇଛି । ଅତ୍ୟାବଶ୍ୟକ ସେବା କର୍ମଚାରୀମାନଙ୍କୁ ଦରମା ମିଳିବ ନାହିଁ ।


ଅଧିକ ପଢନ୍ତୁ: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ: ବଢ଼ୁଛି ମୃତକଙ୍କ ସଂଖ୍ୟା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏପରିକି ସେନା କର୍ମଚାରୀମାନେ ମଧ୍ୟ ବିନା ଦରମାରେ କାମ କରିବାକୁ ପଡିବ । ୭୫ହଜାର କର୍ମଚାରୀଙ୍କୁ ସାମୟିକ ଛୁଟି ଦିଆଯିବ । ପୂର୍ବରୁ ୨୦୧୮-୧୯ ମସିହାରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଏଫଆଇବି, ସିଆଇଏ ଏବଂ ଡାକ ପରି ଗୁରୁତ୍ୱପୂର୍ଣ୍ଣ ସେବା ଚାଲୁ ରହିବ । ଗତ ୬ ବର୍ଷରେ ପ୍ରଥମ ଥର ଆମେରିକା ପୁଣି ଥରେ ସଟ୍‌ଡାଉନ ମୁହାଁ ହୋଇଛି । ଆମେରିକା ସଂସଦ ଉପର ଗୃହ ସିନେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ଅସ୍ଥାୟୀ ଫଣ୍ଡିଂ ବିଂଲ ପାସ୍‌ କରିବାରେ ବିଫଳ ହୋଇଛି ।


ପାର୍ଟିକୁ ୬୦ ଭୋଟର ଆବଶ୍ୟକ ଥିଲା ହେଲେ ମାତ୍ର ମିଳିଥିଲା ୫୫ଟି। ତେଣୁ ଏହି ଏବେ ପ୍ରସ୍ତାବ ଗ୍ରହଣ କରାଯାଇନାହିଁ । ଫଣ୍ଡିଂ ସମୟସୀମା ଆଜି ଶେଷ ହେଉଛି । ତେଣୁ ସ୍ପଷ୍ଟ ଯେ ଏହି ସ୍ଥିତି ପାଇଁ ସରକାର ନିଶ୍ଚୟ ଫଣ୍ଡିଂର ବିସ୍ତାର କରିପାରିବ ନାହିଁ ଅର୍ଥାତ କିଛି ଖର୍ଚ୍ଚ କରିପାରିବ ନାହିଁ । ଏହାର ଅର୍ଥ ସଂଘୀୟ ସରକାରର ସବୁ କାର୍ଯ୍ୟ ବନ୍ଦ ହୋଇପାରେ ।


ଆମେରିକାର ଆଇନ ଅନୁଯାୟୀ, ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବିଲ୍ ପାସ୍ ନହେବା ପର୍ଯ୍ୟନ୍ତ "ଅଣ-ଅତ୍ୟାବଶ୍ୟକ" ସରକାରୀ ବିଭାଗ ଏବଂ ସେବାଗୁଡ଼ିକୁ ବନ୍ଦ ରଖିବାକୁ ପଡିବ। ଏହି ପରିସ୍ଥିତିକୁ ସଟ୍‌ଡାଉନ କୁହାଯାଏ ।


ଅଧିକ ପଢ଼ନ୍ତୁ: ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା


ଗତ ଦୁଇ ଦଶକରେ ଏହା ଆମେରିକା ପଞ୍ଚମ ବଡ଼ ସଟ୍‌ଡାଉନ୍‌ ସ୍ଥିତି ହୋଇପାରେ ।ଏହା ପୂର୍ବରୁ ରିବ୍ଲିକାନ ସରକାର ନଭେମ୍ବର ୨୧ ଯାଏ ଏକ ସ୍ୱଳ୍ପ ବଜେଟ୍ ଘୋଷଣା କରି ବିଲ୍ ପାସ୍ କରିଥିଲେ । ଡେମୋକ୍ରାଟିକ ଅନୁସାରେ ଏହା ପର୍ଯ୍ୟାପ୍ତ ନଥିଲା । ସେ ଚାହୁଁଥିଲେ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀଷ୍ମକାଳୀନ ମେଗା ବିଲ୍ରୁ ମେଡିକେଟ ଛାଡକୁ ଫେରାଇ ନିଅନ୍ତୁ । ସୁଲଭ ସେବା ଆଇନରୁ ପ୍ରମୁଖ ଟିକସ କ୍ରେଡିଟ୍ ବୃଦ୍ଧି କରାଯାଉ । ହେଲେ ରିପ୍ଲିକାନ ଏହି ଦାବିକୁ ଖାରଜ କରିଛି । ୧୦୦ ସଦସ୍ୟ ଥିବା ଗୃହରେ ପ୍ରସ୍ତାବ ସପକ୍ଷରେ ୬୦ ଭୋଟ ନୁହେଁ ୫୫-୪୫ ଅନ୍ତରରେ ରହିଥିଲା ।

୬ ବର୍ଷ ପରେ ଏହା ପ୍ରଥମ ଥର ହେବ, ଯେଉଁଠି ଫଣ୍ଡିଂ କମ ହେବାରୁ ଆମେରିକାରେ ଅନେକ ସେବା ପ୍ରଭାବିତ ହେବ । ଆମେରିକାର ସଂଘୀୟ ସରକାର, ଟ୍ରମ୍ପ ପ୍ରଶାସନ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଛି । କଂଗ୍ରେସରୁ ଆବଶ୍ୟକୀୟ ଅନୁମୋଦନ ପାଇବାରେ ବିଫଳ ହୋଇଥିବାରୁ ଟ୍ରମ୍ପ ପ୍ରଶାସନର ପାଣ୍ଠିକୁ ବନ୍ଦ କରି ଦିଆଯାଇଛି । ସରକାର ଏହାର ଖର୍ଚ୍ଚ ବିଲ୍ ପାସ୍ କରିବାରେ ବିଫଳ ହୋଇଛି । ଆମେରିକାରେ ସରକାରୀ ସଂସ୍ଥାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ହୋଇଯିବ । ଅଣ-ଅତ୍ୟାବଶ୍ୟକୀୟ ଫେଡେରାଲ୍ କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ରଖାଯିବ । ସାମରିକ କର୍ମଚାରୀଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯିବ।


ଅଧିକ ପଢ଼ନ୍ତୁ ବିଦେଶ ଖବର...