Iran US Conflict / ଇରାନର ରାଜସ୍ଵ ଉପରେ ଆମେରିକାର ନଜର; ଟ୍ରମ୍ପଙ୍କ ନୂଆ ପ୍ଲାନ୍ ପାଇଁ ଘନେଇବ ସଂକଟ ?
·3 months ago·2 min read

Key Points
ଆମେରିକା, ଇରାନର ଅଚଳ ବା ଫ୍ରିଜ୍ ହୋଇ ପଡ଼ିଥିବା ସମ୍ପତ୍ତି ଉପରେ ନଜର ପକାଇଛି । ଇରାନର ଅଚଳ ସମ୍ପତ୍ତିର ବ୍ୟବହାର ଯୁଦ୍ଧରେ ଉପସାଗରୀୟ ଦେଶରେ ହୋଇଥିବା କ୍ଷୟକ୍ଷତିର ମରାମତି ଓ ପୁନଃ ନିର୍ମାଣରେ କରିବାକୁ ଯୋଜନା କରୁଛି ଆମେରିକା ।
ନୂଆଦିଲ୍ଲୀ: ଅସ୍ତ୍ର ବିରତି ସତ୍ତ୍ଵେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ୍ ପାଇବା ବଦଳରେ ବଢ଼ି ଚାଲିଛି । ଏବେ ଆମେରିକା, ଇରାନର ଅଚଳ ବା ଫ୍ରିଜ୍ ହୋଇ ପଡ଼ିଥିବା ସମ୍ପତ୍ତି ଉପରେ ନଜର ପକାଇଛି । ଇରାନର ଅଚଳ ସମ୍ପତ୍ତିର ବ୍ୟବହାର ଯୁଦ୍ଧରେ ଉପସାଗରୀୟ ଦେଶରେ ହୋଇଥିବା କ୍ଷୟକ୍ଷତିର ମରାମତି ଓ ପୁନଃ ନିର୍ମାଣରେ କରିବାକୁ ଯୋଜନା କରୁଛି ଆମେରିକା ।
ରିପୋର୍ଟ ଅନୁସାରେ, କୁଏତ ଓ ବାହାରିନ୍ ଉପରେ ଇରାନର ଡ୍ରୋନ୍ ଓ ମିସାଇଲ୍ ମାଡ଼ ପରେ ଆମେରିକା ଏଭଳି ପଦକ୍ଷେପ ନେବାକୁ ବିଚାର କରୁଛି । ରୟଟର୍ସ ଅନୁସାରେ, ଶନିବାର ଆମେରିକାର ଅର୍ଥ ମନ୍ତ୍ରୀ ଏକ ସ୍ଵତନ୍ତ୍ର ଟିମ୍କୁ ଉପସାଗରୀୟ ସହଯୋଗୀ ରାଷ୍ଟ୍ର ଯୁଦ୍ଧରେ କେତେ କ୍ଷତି ସହିଛନ୍ତି, ତାର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବନ୍ଧୁଙ୍କୁ ମଧ୍ୟ ଛାଡୁନି ଇସ୍ରାଏଲ; ଆମେରିକା ଚିନ୍ତା ବଢାଇଲା ପେଣ୍ଟାଗନ୍ ରିପୋର୍ଟ
ଉକ୍ତ ଟିମ୍ ଆମେରିକାର ସହଯୋଗୀ ଉପସାଗରୀୟ ରାଷ୍ଟ୍ର ଯୁଦ୍ଧରେ କେତେ ସମ୍ପତ୍ତି ସହ ଭିତ୍ତିଭୂମି ହରାଇଛନ୍ତି ତାର ତର୍ଜମା କରିବ । ଏଥିସହ ଭବିଷ୍ୟତରେ କୌଣସି ଆକ୍ରମଣ କିମ୍ବା ବିପର୍ଯ୍ୟୟ ପରେ ପୁନରୁଦ୍ଧାର ପାଇଁ ଇରାନର ସମ୍ବଳ ବିନିଯୋଗ ନେଇ ଚର୍ଚ୍ଚା କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପୂର୍ବରୁ ଇରାନର ସର୍ବୋଚ୍ଚ ନେତାଙ୍କ ପରାମର୍ଶଦାତା ମୋହସେନ ରେଜାଈ କହିଥିଲେ, "୩ ମାସ ଧରି ଚାଲିଥିବା ଯୁଦ୍ଧ ଶେଷ କରିବା ଲାଗି ଆମେରିକା ଅଚଳ କରି ରଖିଥିବା ୨୪ ଅରବ ଡଲାର ଇରାନ ସମ୍ପତ୍ତିକୁ ମୁକ୍ତ କରିବା ଜରୁରୀ ।" ମୋହସେନଙ୍କ ଏହି ମନ୍ତବ୍ୟର ଠିକ୍ ପରେ ଆମେରିକା ଏଭଳି ଯୋଜନା ପାଇଁ ବିଚାର କରୁଥିବା ଚର୍ଚ୍ଚା ହେଉଛି ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ…ଇରାନର ମିସାଇଲ୍ ଆକ୍ରମଣ ପରେ ଆମେରିକାର ପାଲଟା ଜବାବ
ଆଲୋଚନା ବନ୍ଦ, ଆହୁରି ବଢ଼ିପାରେ ତିକ୍ତତା
ତେବେ ଆମେରିକାର ଅର୍ଥ ମନ୍ତ୍ରଣାଳୟ, ଇରାନର କେଉଁ ସମ୍ବଳର ସନ୍ଧାନ କରୁଛି ତାହା ଜଣାପଡ଼ି ନାହିଁ । ତଥାପି ଇରାନର ଅଚଳ ବା ଫ୍ରିଜ୍ ସମ୍ପତ୍ତି ବାଦ୍ ଆମେରିକାର ନଜର ଅନ୍ୟତ୍ର ଥିବା ଭଳି ଲାଗୁଛି ।
ଇରାନ-ଆମେରିକା ଯୁଦ୍ଧ ରୋକିବାକୁ ଆମେରିକା ମଧ୍ୟସ୍ଥତା କରୁଛି । ହେଲେ ସଫଳତା ମିଳିନି ବରଂ ଶାନ୍ତି ଆଲୋଚନା ଭିତରେ ଦୁଇ ଦେଶ ପୁଣି ଥରେ ଆକ୍ରମଣ କରିଛନ୍ତି । ଏହାରି ଭିତରେ ପାକିସ୍ତାନର ମନ୍ତ୍ରୀ, ଇରାନର ସର୍ବୋଚ୍ଚ ନତା ଅୟାତୁଲ୍ଲା ମୋଜତବା ଖାମେନେଇଙ୍କୁ ଭେଟିବାକୁ ପତ୍ର ନେଇ ପହଞ୍ଚିଛନ୍ତି ।

Related Topics
Explore more stories