Israel US Friendship / ବନ୍ଧୁଙ୍କୁ ମଧ୍ୟ ଛାଡୁନି ଇସ୍ରାଏଲ; ଆମେରିକା ଚିନ୍ତା ବଢାଇଲା ପେଣ୍ଟାଗନ୍ ରିପୋର୍ଟ
·1 hour ago·3 min read

Key Points
ଆମେରିକା-ଇସ୍ରାଏଲ ସମ୍ପର୍କରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପେଣ୍ଟାଗନ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଚହଳ ସୃଷ୍ଟି କରିଛି। ଏନେଇ ଆମେରିକା ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଇସ୍ରାଏଲ ଖଣ୍ଡନ କରିଛି।
Israel Spying on US: ଆମେରିକା-ଇସ୍ରାଏଲ ମଧ୍ୟରେ ଦଶନ୍ଧି ଦଶନ୍ଧି ରହିଆସିଛି ଘନିଷ୍ଠ ସମ୍ପର୍କ। ହେଲେ ଇରାନ ଯୁଦ୍ଧକୁ ନେଇ ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ମତଭେଦ ଏବେ ସୁରକ୍ଷା ଏବଂ ଗୁପ୍ତଚର ମାମଲାରେ ପହଞ୍ଚି ସାରିଛି। ସଦ୍ୟ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ଦ୍ୱାରା ଯେଉଁ ରିପୋର୍ଟ ଜାରି ହୋଇଛି ତାହା ଆମେରିକା ଲାଗି ଚିନ୍ତା ବଢାଇ ଦେଇଛି। କାରଣ ଆମେରିକାରେ ଇସ୍ରାଏଲ ଗୁପ୍ତଚର କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ଏହି ରିପୋର୍ଟ ଦର୍ଶାଇଛି। ଏହା ପରେ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କୁ ଇସ୍ରାଏଲ ଗୁଇନ୍ଦା ସଂସ୍ଥାର ସମ୍ଭାବ୍ୟ ନଜରରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।
NBC ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଆମେରିକୀୟ ସୁରକ୍ଷା ବାହିନୀ ଗୁପ୍ତଚର ସଂସ୍ଥା (Defense Intelligence Agency) ସମ୍ପ୍ରତି ଇସ୍ରାଏଲ ସହ ଜଡିତ କାଉଣ୍ଟର ଇଣ୍ଟେଲିଜେନ୍ସ ବିପଦ ସ୍ତରକୁ (Counter Intelligence Threat Level) "ସଙ୍କଟପୂର୍ଣ୍ଣ" କରିଛି। ଯାହାର ଅର୍ଥ ହେଉଛି ଇସ୍ରାଏଲ ଯେକୌଣସି ସମୟରେ ଆମେରିକୀୟ ଅଧିକାରୀଙ୍କୁ ଟାର୍ଗେଟ କରିପାରେ। ଏହି ରିପୋର୍ଟ ଆହୁରି କହିଛି ଯେ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଇରାନ ନୀତି ଉପରେ ମତଭେଦ ବଢ଼ୁଛି।
ଏହା ସହ ପଢନ୍ତୁ: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...
ଆମେରିକୀୟ ଅଧିକାରୀଙ୍କ କହିବା କଥା ଇସ୍ରାଏଲକୁ ଗୁଇନ୍ଦା ସୂଚନା ସଂଗ୍ରହ କରିବାରେ ବହୁ ପୂର୍ବରୁ ଅତ୍ୟନ୍ତ ଆକ୍ରମଣାତ୍ମକ ବୋଲି ବିବେଚନା କରାଯାଉଛି। ଯାହାର ଫଳ ସ୍ୱରୂପ ଇସ୍ରାଏଲ ଗସ୍ତ କରୁଥିବା ବରିଷ୍ଠ ଆମେରିକୀୟ ଅଧିକାରୀଙ୍କୁ ପ୍ରାୟତଃ ବର୍ନର ଫୋନ୍, ଅସ୍ଥାୟୀ କମ୍ପ୍ୟୁଟର ଏବଂ ସ୍ୱତନ୍ତ୍ର ଯୋଗାଯୋଗ ପ୍ରୋଟୋକଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଅନେକ ପୂର୍ବତନ କୂଟନୀତିଜ୍ଞ ଏବଂ ଗୁପ୍ତଚର ଅଧିକାରୀ କହିଛନ୍ତି ଯେ ହୋଟେଲ କୋଠରୀ କିମ୍ବା ଅନ୍ୟାନ୍ୟ ଅସୁରକ୍ଷିତ ସ୍ଥାନରେ ସମ୍ବେଦନଶୀଳ ବିଷୟ ଉପରେ ଆଲୋଚନା କରିବାକୁ ମଧ୍ୟ ଏଡ଼ାଇ ଦିଆଯାଏ।
କ'ଣ କୌଣସି ଗୁପ୍ତଚର ଘଟଣା ରିପୋର୍ଟ ହୋଇଛି କି?
ରିପୋର୍ଟ ଅନୁଯାୟୀ, DIA ଏକ ୭ ପୃଷ୍ଠାର ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଦସ୍ତାବିଜ୍ (Internal Assessment Document) ପ୍ରସ୍ତୁତ କରିଛି। ଯେଉଁଥିରେ ଇସ୍ରାଏଲ ଗୁପ୍ତଚର ଏବଂ ବୈଷୟିକ ନିରୀକ୍ଷଣ କ୍ଷମତାକୁ "ଜଟିଳ ସ୍ତରରେ" ବର୍ଣ୍ଣନା କରାଯାଇଛି। ହେଲେ ତଥାପି ପେଣ୍ଟାଗନ୍ ଅଧିକାରୀ ଏହା ସ୍ପଷ୍ଟ କରିନାହାଁନ୍ତି ଯେ ଏ ପର୍ଯ୍ୟନ୍ତ କୌଣସି ଗୁପ୍ତଚର ଘଟଣା ରିପୋର୍ଟ ହୋଇଛି ନାଁ ନାହିଁ।
ଆମେରିକୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଇସ୍ରାଏଲୀ ଗୁପ୍ତଚର ସଂସ୍ଥା, ୱାଶିଂଟନର ମଧ୍ୟପ୍ରାଚ୍ୟ ନିଷ୍ପତ୍ତି ଏବଂ ରଣନୀତିରେ ବିଶେଷ ଆଗ୍ରହୀ ଅଛନ୍ତି। "ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍" (Center for Strategic & International Studies) ବିଶେଷଜ୍ଞ ଏମିଲି ହାର୍ଡିଂ କହିଛନ୍ତି ଯେ ଇସ୍ରାଏଲୀ ଗୁପ୍ତଚର "ଅତି-ଆକ୍ରମଣଶୀଳ" ଏବଂ ଆମେରିକାର ଭବିଷ୍ୟତର ଯୋଜନା ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ରହିଛି।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଇସ୍ରାଏଲ କାରନାମା; ତାଜୁବ ହୋଇଗଲା ଇରାକ ସହ ପୁରା ବିଶ୍ୱ
ପେଣ୍ଟାଗନ୍ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଇସ୍ରାଏଲ
ଇସ୍ରାଏଲର ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି। ୱାଶିଂଟନରେ ଇସ୍ରାଏଲୀ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ ଆମେରିକୀୟ ପ୍ରତିଷ୍ଠାନ କିମ୍ବା ସରକାରୀ ଅଧିକାରୀଙ୍କ ଉପରେସ କୌଣସି ଗୁଇନ୍ଦାଗିରି କରେ ନାହିଁ। ଇସ୍ରାଏଲୀ ଗୁପ୍ତଚର କାର୍ଯ୍ୟକଳାପ ସହଯୋଗୀଙ୍କ ବିରୋଧରେ ନୁହେଁ ବରଂ ଶତ୍ରୁପକ୍ଷଙ୍କ ଉପରେ କେନ୍ଦ୍ରୀତ।
ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ମଧ୍ୟ, ପେଣ୍ଟାଗନ୍ ରିପୋର୍ଟ ଭୁଲ ବୋଲି ଖାରଜ କରି କହିଛି ଯେ ଏହା ଆଭ୍ୟନ୍ତରୀଣ ପ୍ରକ୍ରିୟା ବିଷୟରେ ସମ୍ପୂର୍ଣ୍ଣ ସଚେତନ ନଥିବା ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ବିବାଦ ଏପରି ଏକ ସମୟରେ ଦେଖାଦେଇଛି ଯେତେବେଳେ ଇରାନ-ଲେବାନନ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ମଧ୍ୟରେ ରଣନୈତିକ ପାର୍ଥକ୍ୟ ସ୍ପଷ୍ଟ ହେବାରେ ଲାଗିଛି।
ଟ୍ରମ୍ପ ଇରାନ ସହିତ ଏକ କୂଟନୈତିକ ଚୁକ୍ତିନାମା ଜାରି କରୁଥିବା ବେଳେ, ନେତାନ୍ୟାହୁ ସାମରିକ କାର୍ଯ୍ୟାନୁଷ୍ଠାନ ପୁନର୍ବାର ଆରମ୍ଭ କରିବା ସପକ୍ଷରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ବିଗତ କିଛି ଦିନ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଫୋନ୍ ବାର୍ତ୍ତାଳାପ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ମଧ୍ୟପ୍ରାଚ୍ୟ ସମ୍ପର୍କରେ ଆମେରିକା-ଇସ୍ରାଏଲ ପ୍ରାଥମିକତାରେ ବଢ଼ୁଥିବା ପାର୍ଥକ୍ୟକୁ ଦର୍ଶାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Pentagon Israel spy reportIsrael counterintelligence threat levelUS Israel espionage row 2026DIA critical threat designation IsraelIs Israel spying on US officialsPentagon raises Israel spy threat to critical levelTrump administration internal deliberations Israel surveillanceDefense Intelligence Agency seven page document IsraelIsrael embassy denies US spying allegationsUS officials use burner phones in Israel due to espionage fears