Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟ୍ରମ୍ପଙ୍କ 'ଗ୍ରୀନ୍' ଝଟ୍‌କା; Green Card ପାଇବାକୁ ହେଲେ ଛାଡ଼ିବାକୁ ପଡ଼ିବ ଆମେରିକା

International

Green Card Rules / ଟ୍ରମ୍ପଙ୍କ 'ଗ୍ରୀନ୍' ଝଟ୍‌କା; Green Card ପାଇବାକୁ ହେଲେ ଛାଡ଼ିବାକୁ ପଡ଼ିବ ଆମେରିକା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଟ୍ରମ୍ପଙ୍କ 'ଗ୍ରୀନ୍' ଝଟ୍‌କା; Green Card ପାଇବାକୁ ହେଲେ ଛାଡ଼ିବାକୁ ପଡ଼ିବ ଆମେରିକା
Big Update From America

Key Points

ବିଦେଶୀଙ୍କ ସ୍ଵପ୍ନରେ ଟ୍ରମ୍ପଙ୍କ ପ୍ରହାର । ଆଉ ସହଜ ହେବନି ଆମେରିକାରେ ରହିବା । ଗ୍ରୀନ୍ କାର୍ଡ ନିୟମକୁ ଆହୁରି କଠୋର କରିଛି ଆମେରିକା । ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିଲେ ଗ୍ରୀନ୍ କାର୍ଡ ପାଇବାକୁ ଆମେରିକା ଛାଡ଼ିବାକୁ ପଡ଼ିବ ।
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟଙ୍କୁ ବଡ଼ ଝଟ୍‌କା । ଧୂଳିସାତ୍ ହେବାକୁ ଯାଉଛି ଲକ୍ଷ ଲକ୍ଷ ଭାରତୀୟଙ୍କ ଆଶା ଓ ସ୍ଵପ୍ନ । ଆମେରିକାରେ ଗ୍ରୀନ୍ କାର୍ଡ ପାଇଁ ବର୍ଷ ବର୍ଷ ଧରି ଯେଉଁମାନେ ଅପେକ୍ଷା କରୁଥିଲେ, ସେମାନଙ୍କ ପାଇଁ ବଡ଼ ଖବର ଆସିଛି ।

ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିଲେ, ଆଉ ସହଜ ହେବ ନାହିଁ ଗ୍ରୀନ୍ କାର୍ଡ ପାଇବା ରାସ୍ତା । US ସିଟିଜେନଶିପ୍ ଆଣ୍ଡ ଇମିଗ୍ରେସନ୍ ସର୍ଭିସେସ୍ ଅର୍ଥାତ୍ USCIS ନୂଆ ଗାଇଡଲାଇନ୍ ଜାରି କରିଛି ।

ଏଥିସହ ପଢ଼ନ୍ତୁ: ହ୍ବାଇଟ୍‌ ହାଉସ୍‌ ଭିତରେ ଥିଲେ ଟ୍ରମ୍ପ, ବାହାରେ ଫୁଟିଲା ୩୦ ରାଉଣ୍ଡ ଗୁଳି 

ଏହି ଗାଇଡଲାଇନ୍‌ରେ ଇମିଗ୍ରେସନ୍ ଅଫିସରମାନଙ୍କୁ ସୂଚନା ଦିଆଯାଇଛି, ଯେ ଟେମ୍ପୋରାରି ନନ୍-ଇମିଗ୍ରାଣ୍ଟ ଷ୍ଟାଟସ୍‌ରୁ ପର୍ମାନେଣ୍ଟ ଇମିଗ୍ରାଣ୍ଟ ଷ୍ଟାଟସ୍‌ ପରିବର୍ତ୍ତନ ଲାଗି ଆମେରିକା ବାହାରୁ ଆବେଦନ କରିବାକୁ ପଡ଼ିବ । ସରଳ ଭାଷାରେ କହିଲେ, ଯେଉଁମାନେ ଗ୍ରୀନ୍ କାର୍ଡ ଚାହୁଁଛନ୍ତି ସେମାନଙ୍କୁ ନିଜ ଦେଶକୁ ଫେରି ଅପେକ୍ଷା କରିବାକୁ ପଡ଼ିପାରେ ।

ଗ୍ରୀନ୍ କାର୍ଡ କ’ଣ ?

ଗ୍ରୀନ୍ କାର୍ଡ ଆମେରିକା ପରମାନେଣ୍ଟ ରେସିଡେଣ୍ଟ କାର୍ଡ, ଯାହା ଜଣେ ବିଦେଶୀ ନାଗରିକଙ୍କୁ ଆଇନଗତ ଭାବେ ସେଠାରେ ରହିବା, କାମ କରିବା ଏବଂ ପଢ଼ିବାର ଅଧିକାର ଦେଇଥାଏ । ଏହି କାରଣରୁ ସାରା ବିଶ୍ୱରେ ଏହାର ଡିମାଣ୍ଡ ଖୁବ୍ ଅଧିକ ।

ବିଶେଷ କରି ଭାରତୀୟ ପ୍ରଫେସନାଲ୍, ଛାତ୍ରଛାତ୍ରୀ ଏବଂ ପରିବାରମାନଙ୍କ ପାଇଁ ଏହା କେବଳ ଗୋଟେ କାର୍ଡ ନୁହେଁ, ଏହା ଆମେରିକାରେ ଲମ୍ବା ସମୟ ପାଇଁ ରହିବା ପାଇଁ ଏକ ସୁବିଧା ।

USCIS ଡାଇରେକ୍ଟର ଜୋସେଫ୍ ବି ଏଡ୍ଲୋଙ୍କ କହିବା ଅନୁସାରେ, ଏଜେନ୍ସି ଚାହୁଁଛି ଯେ, ଟେମ୍ପୋରାରି ଏଣ୍ଟ୍ରି ଏବଂ ପରମାନେଣ୍ଟ ରେସିଡେନ୍ସି ମଧ୍ୟରେ ଏକ ସ୍ପଷ୍ଟ ଭିନ୍ନତା ରହୁ । ଅର୍ଥାତ୍, ଯେଉଁମାନେ ଅସ୍ଥାୟୀ ଉଦ୍ଦେଶ୍ୟରେ ଆମେରିକାକୁ ଯାଆନ୍ତି, ସେମାନେ ପରମାନେଣ୍ଟ ଷ୍ଟାଟସ୍ ପାଇଁ ନିଜ ଦେଶରେ ରହି ଅପେକ୍ଷା କରିବେ ।

କେଉଁମାନେ ପ୍ରଭାବିତ ହେବେ ?

ଆମେରିକା ଆଣିଥିବା ଏହି ନୂଆ ନିୟମରେ ସବୁଠାରୁ ଅଧିକ ପ୍ରଭାବିତ ହେଇପାରନ୍ତି B1, B2, F1, M1, J1, H1B ଏବଂ O1 ଭିସା ପାଇଥିବା ଭାରତୀୟ । ଅର୍ଥାତ ଟୁରିଷ୍ଟ, ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ, କାମ ପାଇଁ ଯାଇଥିବା ପ୍ରୋଫେସନାଲ ଭିସାଧାରୀମାନେ ।


ଏମାନେ ଆମେରିକାକୁ ସ୍ଥାୟୀ ଭାବେ ନୁହେଁ, କିଛି ବିଶେଷ ଉଦ୍ଦେଶ୍ୟରେ ଯାଇଥାନ୍ତି । କିନ୍ତୁ ପରେ ଅନେକ ସେଠାରୁ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରନ୍ତି । ଏଠାରେ ଭାରତୀୟମାନଙ୍କ ପାଇଁ ଚିନ୍ତା ସବୁଠାରୁ ବେଶୀ । କାରଣ ଭାରତୀୟ ଆବେଦକମାନଙ୍କ ପାଇଁ ଗ୍ରୀନ୍ କାର୍ଡ ଅପେକ୍ଷା ସମୟ ଆଗରୁ ହିଁ ଅଧିକ ଥିଲା ।

ସ୍ଵଦେଶ ଫେରିବେ ଅସ୍ଥାୟୀ ଭିସାଧାରୀ

ଅନେକ ଲୋକ ଆମେରିକାରେ ରହି ଭିସା ରିନ୍ୟୁ କରାଇ କରାଇ ଅପେକ୍ଷା କରୁଥିଲେ । ଏବେ ଯଦି ସେହି ଅପେକ୍ଷା ନିଜ ଦେଶରୁ କରିବାକୁ ପଡ଼େ, ତେବେ କେବଳ କ୍ୟାରିୟର୍ ନୁହେଁ, ପରିବାର, ପିଲାମାନଙ୍କ ପଢ଼ା ଏବଂ ଭବିଷ୍ୟତ ପ୍ଲାନିଂ ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିପାରେ । ଏଥିରେ ପ୍ରାୟ ୧୨ ଲକ୍ଷ ଭାରତୀୟ-ଆମେରିକୀୟ ପରିବାର ପ୍ରଭାବିତ ହୋଇପାରନ୍ତି ।

ଗାଇଡଲାଇନ୍ ଅନୁଯାୟୀ, ଯେଉଁମାନେ ଆଇନଗତ ଭାବେ ପରମାନେଣ୍ଟ ରେସିଡେଣ୍ଟ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ସାଧାରଣତଃ ନିଜ ଦେଶକୁ ଫେରି ସ୍କ୍ରିନିଂ ପ୍ରକ୍ରିୟା ପୂରା କରିବାକୁ ପଡ଼ିବ । ତା' ପରେ ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍ ମାଧ୍ୟମରେ ଇମିଗ୍ରାଣ୍ଟ ଭିସା ପାଇଁ ଆମେରିକାରେ ପୁଣି ଥରେ ଏଣ୍ଟ୍ରି କରିବାକୁ ହେବ ।

ଏଥିସହ ପଢ଼ନ୍ତୁ: ସାମ୍ବାଦିକା ହ୍ୱାଇଟ୍ ହାଉସରେ ଭିଡିଓ ସୁଟିଂ କରୁଥିଲେ ହଠାତ୍ ଫୁଟିଲା ଗୁଳି, ସେ କାନ୍ଥ ତଳେ ଲୁଚି ରହିଥିଲେ ଦେଖନ୍ତୁ ପୁରା ଭିଡ଼ିଓ... 

ଏହି ଭିସା ଚାକିରି ଆଧାରିତ, ପରିବାର ଆଧାରିତ କିମ୍ବା ଇନଭେଷ୍ଟର୍ କ୍ୟାଟେଗୋରିରେ ହୋଇପାରେ । ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ମଧ୍ୟ ଏହି ପଦକ୍ଷେପକୁ ସମର୍ଥନ କରିଛି ।

ତେବେ ଏହି ପୁରା ବିଷୟକୁ ସଂକ୍ଷେପରେ କହିବାକୁ ଗଲେ ଆମେରିକା ଏବେ ଅସ୍ଥାୟୀ ଭିସା ଏବଂ ପରମାନେଣ୍ଟ ରେସିଡେନ୍ସି ମଧ୍ୟରେ ଥିବା ସୀମାକୁ ଆଉ କଠିନ କରୁଛି । ଗ୍ରୀନ୍ କାର୍ଡର ସ୍ୱପ୍ନ ଏବେ ମଧ୍ୟ ବଞ୍ଚିଛି, କିନ୍ତୁ ସେହି ସ୍ୱପ୍ନକୁ ପହଞ୍ଚିବାର ରାସ୍ତା ଆଗଠାରୁ ଅଧିକ ଲମ୍ବା, ଅଧିକ କଠିନ ଏବଂ ଅଧିକ ଅନିଶ୍ଚିତ ହୋଇପାରେ । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Tightens Green Card Rules, Big Impact on Indians | Argus News | Argus News