White House Shooting / ହ୍ବାଇଟ୍ ହାଉସ୍ ଭିତରେ ଥିଲେ ଟ୍ରମ୍ପ, ବାହାର ଫୁଟିଲା ୩୦ ରାଉଣ୍ଡ ଗୁଳି
·1 hour ago·2 min read

Key Points
ହ୍ବାଇଟ ହାଉସ ନିକଟରେ ଭୟଙ୍କର ଗୁଳିକାଣ୍ଡ
ଗୁଳିମାଡ଼ ସମୟରେ ହ୍ବାଇଟ ହାଉସରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଟ୍ରମ୍ପ
ଜଣେ ସନ୍ଦିଗ୍ଧ ୧୫-୩୦ ରାଉଣ୍ଡ ଗୁଳି ଚାଳନା କରିଥିବା ସୂଚନା

ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟ ହାଉସ ନିକଟରେ ଭୟଙ୍କର ଗୁଳିକାଣ୍ଡ । ଶନିବାର ସନ୍ଧ୍ୟାରେ ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା, ଜଣେ ବ୍ୟକ୍ତି ସୁରକ୍ଷା ଚେକ୍ପଏଣ୍ଟ ପାଖରେ ପହଞ୍ଚି ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏଥିରେ ଆମେରିକା ସିକ୍ରେଟ ସର୍ଭିସର ଗୁଳିମାଡ଼ରେ ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀର ମୃତ୍ୟୁ ହୋଇଛି। ଘଟଣା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ ଭିତରେ ଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଆମେରିକା ସିକ୍ରେଟ୍ ସର୍ଭିସ୍ ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଶନିବାର ପ୍ରାୟ ସନ୍ଧ୍ୟା ୬ଟାରେ, ସନ୍ଦିଗ୍ଧ ବ୍ୟକ୍ତି ସୁରକ୍ଷା ଚେକ୍ପଏଣ୍ଟ ପାଖରେ ପହଞ୍ଚି ତାଙ୍କ ବ୍ୟାଗରୁ ବନ୍ଧୁକ ବାହାର କରି ସେଠାରେ ନିୟୋଜିତ ଅଧିକାରୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ରିପୋର୍ଟ ଅନୁଯାୟୀ, ଏହି ସମୟରେ ପ୍ରାୟ ସନ୍ଦିଗ୍ଧ ବ୍ୟକ୍ତି ଜଣକ ପ୍ରାୟ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲା, ଯାହା ଫଳରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।
ଅଧିକ ପଢ଼ନ୍ତୁ: ହଠାତ୍ ବଡ଼ ଧମାକା; ଚୀନରେ ୯୦ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ
ହ୍ବାଇଟ ହାଉସ ନିକଟସ୍ଥ '୧୭ଥ୍ ଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁ NW' ଚେକପଏଣ୍ଟ ନିକଟରେ ଏହି ଗୁଳିମାଡ଼ ହୋଇଥିଲା । ଜଣେ ସନ୍ଦିଗ୍ଧ ବ୍ୟକ୍ତି ନିଜ ବ୍ୟାଗରୁ ବନ୍ଧୁକ ବାହାର କରି ସିକ୍ରେଟ ସର୍ଭିସ ଚେକପଏଣ୍ଟ ଏବଂ ସୁରକ୍ଷା ବୁଥ୍କୁ ଲକ୍ଷ୍ୟ କରି ପ୍ରାୟ ୧୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲା ।
ସେପଟେ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟମାନେ ତୁରନ୍ତ ପାଲଟା ଗୁଳି ଚଳାଇ ସନ୍ଦିଗ୍ଧକୁ କାବୁ କରିଥିଲେ । ପରେ ତାକୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତା'ର ମୃତ୍ୟୁ ଘଟିଛି । ଗୁଳି ଶବ୍ଦ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କୁ ତୁରନ୍ତ ପ୍ରେସ ବ୍ରିଫିଂ ରୁମ ଭିତରକୁ ନିଆଯାଇଥିଲା ଏବଂ ପ୍ରାୟ ଏକ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ହ୍ବାଇଟ ହାଉସ ପରିସରକୁ ଲକଡାଉନ କରାଯାଇଥିଲା । ଏହି ଘଟଣାର ତଦନ୍ତରେ ସିକ୍ରେଟ ସର୍ଭିସକୁ ସହାୟତା କରିବା ପାଇଁ FBIର ନିର୍ଦ୍ଦେଶକ କାଶ ପଟେଲ ସୂଚନା ଦେଇଛନ୍ତି । ଗତ ଏପ୍ରିଲ ୨୫ ତାରିଖରେ ମଧ୍ୟ ହ୍ବାଇଟ ହାଉସର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ବିଫଳ ପ୍ରୟାସ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories