America Visa Rules / H-1B, H-4 ଭିସା ଆବେଦନକାରୀଙ୍କ ପାଇଁ ଆମେରିକାର ନୂଆ ନିୟମ ଲାଗୁ
·7 months ago·3 min read

Key Points
ସୋମବାରଠାରୁ ଆମେରିକୀୟ ଭିସା ଆବେଦନ ଯାଞ୍ଚ ପୂର୍ବାପେକ୍ଷା ଆହୁରି କଡ଼ାକଡ଼ି ହୋଇଛି । ଆମେରିକାର H-1B, H-4 ଭିସା ଆବେଦନ କଲେ ଏଣିକି ଆବେଦନକାରୀଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ଯାଞ୍ଚ କରାଯିବ ।
ନୂଆଦିଲ୍ଲୀ: ଆମେରିକା ଆରମ୍ଭ କରିଛି ଭିସା ଆବେଦନର ସ୍କ୍ରିନିଂ । ସୋମବାରଠାରୁ ଆମେରିକୀୟ ଭିସା ଆବେଦନ ଯାଞ୍ଚ ପୂର୍ବାପେକ୍ଷା ଆହୁରି କଡ଼ାକଡ଼ି ହୋଇଛି । ଆମେରିକାର H-1B, H-4 ଭିସା ଆବେଦନ କଲେ ଏଣିକି ଆବେଦନକାରୀଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ଯାଞ୍ଚ କରାଯିବ ।
ଆମେରିକାର ନୂତନ ଭିସା (VISA) ନିୟମରେ ଆଜି ଅର୍ଥାତ୍ ଡିସେମ୍ବର ୧୫ ତାରିଖରୁ କାର୍ଯ୍ୟକାରୀ ହୋଇଛି । ଆମେରିକା ଆଣିଥିବା ନୂଆ ଭିସା ନିୟମ ଅଧିନରେ H-1B ଭିସା ଆବେଦନକାରୀଙ୍କ ସହ ସେମାନଙ୍କ ଉପରେ ନିର୍ଭର କରୁଥିବା ସଦସ୍ୟଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ହେବ ।
ଏଣିକି H-1B ଭିସା ଆବେଦନ କରିଥିବା ଅଥବା ପୂର୍ବରୁ ଆମେରିକାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ଭିସା ଆବେଦନ ଯାଞ୍ଚ ବେଳେ ସେମାନଙ୍କ ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଏବଂ ଲିଙ୍କଡଇନ୍ ଆକାଉଣ୍ଟକୁ ସାର୍ବଜନୀନ ରଖିବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ
ଅର୍ଥାତ୍ ଆପଣଙ୍କ ସୋସିଆଲ୍ ମିଡିଆରେ ପୂର୍ବରୁ ପୋଷ୍ଟ କରିଥିବା ସମସ୍ତ ପୋଷ୍ଟ, ଫଟୋ, କମେଣ୍ଟ ସହ ଆପଣଙ୍କ ରିଜ୍ୟୁମ୍ ମଧ୍ୟ ଆମେରିକୀୟ ଅଧିକାରୀ ଯାଞ୍ଚ କରିପାରନ୍ତି । ଯାହାକୁ ନେଇ ଭାରତୀୟ ଭିସା ଆବେଦନକାରୀ ଛାନିଆ ହୋଇ ପଡ଼ିଛନ୍ତି । କାରଣ ଭାରତୀୟ ହିଁ ସର୍ବାଧିକ H-1B ଭିସା ଧାରକ ।
ସର୍ବାଧିକ ପ୍ରଭାବିତ ହେବେ ଭାରତୀୟ
ଆମେରିକାର ଏହି ନୂଆ ନିୟମ ସବୁଠୁ ଅଧିକ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । କାରଣ ଆମେରିକାରେ ଉଚ୍ଚ-କୁଶଳୀ (H-1B) ଧାରକ ୭୦ ପ୍ରତିଶତରୁ ଅଧିକ ଏବଂ H-4 EAD ଧାରକରୁ ୯୦ ପ୍ରତିଶତ ଭାରତୀୟ । ଅର୍ଥାତ୍ ଏହି ନୂଆ ନିୟମ ସିଧା ଭାରତୀୟଙ୍କୁ ପ୍ରଭାବିତ କରିବ । ଡିସେମ୍ବର ୧୫ରୁ ଲାଗୁ ନୂଆ ନିୟମ ପ୍ରକାରେ ନୂଆ ଆବେଦନ ଓ ଭିସା ନବୀକରଣ କ୍ଷେତ୍ରରେ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ସାର୍ବଜନୀନ କରିବାକୁ ପଡ଼ିବ ।
ଇମିଗ୍ରେସନ୍ ଓକିଲଙ୍କ ଅନୁସାରେ, ଆମେରିକାର ନୂଆ ନିୟମ ଲୋକଙ୍କୁ ଚିନ୍ତାରେ ପକାଇଛି । ସୋସିଆଲ୍ ମିଡିଆରେ ଆପଣ ସେୟାର କରିଥିବା କୌଣସି କଟାକ୍ଷ ଫଟୋ କିମ୍ବା ଭିଡିଓ, ମଜାଳିଆ ଟିପ୍ପଣୀ, ରିଜ୍ୟୁମରେ କୌଣସି ତଥ୍ୟ ଦେଇନଥିଲେ ଆପଣଙ୍କ ଭିସା ଆବେଦନ ବାତିଲ୍ ହୋଇପାରେ ।
ହଠାତ୍ ସାକ୍ଷାତକାର ବାତିଲ ଓ ଦେଢ଼ବର୍ଷର ପ୍ରତୀକ୍ଷା
ନୂଆ ନିୟମ ଫଳରେ ଆମେରିକା ଭିସା ଆବେଦନକାରୀଙ୍କ ପୂର୍ବ ନିର୍ଦ୍ଧାରିତ ସାକ୍ଷାତକାର ତାରିଖ ବାତିଲ ହେବାରେ ଲାଗିଛି । ହାଇଦ୍ରାବାଦ, ଚେନ୍ନାଇ ଆଦି ଦୂତାବାସରେ ସାକ୍ଷାତକାର ତାରିଖ ପରିବର୍ତ୍ତନ କରାଯାଉଛି । ଯେଉଁମାନଙ୍କ ସାକ୍ଷାତକାର ଡିସେମ୍ବରରେ ଥିଲା ସେମାନଙ୍କୁ ୨୦୨୬ ମାର୍ଚ୍ଚରେ ନୂଆ ତାରିଖ ମିଳିଛି ।
ଏଥିସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍ର ୬୮୪ଟି ଗଭୀର ଗାତ ଚିହ୍ନଟ
ସାକ୍ଷାତକାର ତାରିଖ ବଦଳିଥିବାରୁ ସମସ୍ୟାରେ ପଡ଼ିଛନ୍ତି ଭାରତୀୟ । ଯେଉଁମାନେ ଆମେରିକାରୁ କୌଣସି କାରଣ ପାଇଁ ଭାରତ ଆସିଛନ୍ତି । ସେମାନେ ମଧ୍ୟ ଏହାଦ୍ଵାରା ପ୍ରଭାବିତ ହେବେ । ନା ଚାକିରିରେ ଯୋଗ ଦେଇପାରିବେ ନା ପରିବାର ପାଖକୁ ଫେରି ପାରିବେ ।
ଆମେରିକା ଦୂତାବାସର କଡ଼ା ଚେତାବନୀ
ଭିସା ଆବେଦନକାରୀଙ୍କ ମଧ୍ୟରେ ଆତଙ୍କ ଭିତରେ ଭାରତ ସ୍ଥିତ ଆମେରିକୀୟ ଦୂତାବାସ ଏକ ପୋଷ୍ଟ କରିଛି । ଏକ୍ସ ପୋଷ୍ଟରେ ଆମେରିକୀୟ ଦୂତାବାସ ଲେଖିଛି, "ଯଦି ଆପଣଙ୍କୁ ଇମେଲ୍ରେ ସାକ୍ଷାତକାର ତାରିଖ ପରିବର୍ତ୍ତନ ନେଇ ଅବଗତ କରାଯାଇଛି, ତାହେଲେ ପୂର୍ବ ତାରିଖରେ ଆସନ୍ତୁ ନାହିଁ ।"
ନୂଆ ନିୟମ କାହିଁକି ?
ଆମେରିକାର ବିଦେଶ ବିଭାଗ ନୂଆ ନିୟମ ପଛରେ ଜାତୀୟ ସୁରକ୍ଷା କଥା କହିଛି । ଆମେରିକା ଅନୁସାରେ, "ଭିସା ସହ ଜଡ଼ିତ ନୂଆ ନିୟମ ଆମେରିକାର ସୁରକ୍ଷା ସହ ଜଡ଼ିତ । ପୂର୍ବରୁ ଏହି ନିୟମ ଛାତ୍ର ଓ ଭ୍ରମଣକାରୀଙ୍କ ଲାଗି ଥିଲା । ଏବେ ତାକୁ H-1B ଓ H-4 ଭିସା ଆବେଦନକାରୀଙ୍କ ଲାଗି ବଢ଼ାଇ ଦିଆଯାଇଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories