USA Visa / ପୂର୍ବରୁ H-1B Visa ହାତେଇ ଥିଲେ ପଡ଼ିବ କି ନୂଆ ନିୟମର ପ୍ରଭାବ ?

Key Points
H-1B Visa ଉପରେ ଆମେରିକା ଏତେ ମାତ୍ରାରେ ଫି' ଲଗାଇବା ପରେ ସମସ୍ତେ ଚିନ୍ତାରେ । କ'ଣ ଆମେରିକାର ଏହି ନୂଆ ନିୟମ ଉଭୟ ପୁରୁଣା ଏବଂ ନୂଆ ଆବେଦନ ପାଇଁ ଲାଗୁ ହେବ ?
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B Visa ଉପରେ ଆମେରିକା ଲଗାଇଛି ବଡ଼ ଫି' । ନୂଆ ଫି' ହେଉଛି ୧, ୦୦, ୦୦୦ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୮୮ ଲକ୍ଷ ଟଙ୍କା । H-1B Visa ଉପରେ ଆମେରିକା ଏତେ ମାତ୍ରାରେ ଫି' ଲଗାଇବା ପରେ ସମସ୍ତେ ଚିନ୍ତାରେ । କ'ଣ ଆମେରିକାର ଏହି ନୂଆ ନିୟମ ଉଭୟ ପୁରୁଣା ଏବଂ ନୂଆ ଆବେଦନ ପାଇଁ ଲାଗୁ ହେବ ?
ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଥିବା ବେଳେ ଦ୍ଵନ୍ଦ୍ଵ ଦୂର କରିଛି ଆମେରିକା । ହ୍ଵାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କ୍ୟାରୋଲାଇନ୍ ଲେଭିଟ୍ ସ୍ପଷ୍ଟୀକରଣ ଦେଇ କହିଛନ୍ତି, "H-1B Visa ଲାଗି ବାର୍ଷିକ ନୁହେଁ ଗୋଟିଏଥର ଫି' ଦେବାକୁ ପଡ଼ିବ । ଯାହାକି କେବଳ ନୂତନ ଆବେଦନ କ୍ଷେତ୍ରରେ ଲାଗୁ ହେବ ।"
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି: ଏବେ ଏଚ୍-୧ବି ଭିସା ଆବେଦନ କଲେ ଦେବାକୁ ହେବ ୮୮ଲକ୍ଷ
X ପୋଷ୍ଟରେ ସେ ଲେଖିଛନ୍ତି, "ଯେଉଁମାନଙ୍କ ପାଖରେ ଏବେ H-1B Visa ଅଛି, ସେମାନଙ୍କୁ ୧, ୦୦, ୦୦୦ ଡଲାରର ଫି' ଦେବାକୁ ପଡ଼ିବ ନାହିଁ । ସେମାନେ ପୂର୍ବ ଭଳି ଆମେରିକା ଆସିପାରିବେ ଏବଂ ବାହାରକୁ ଯାଇ ପାରିବେ । ଏବେ ଲାଗୁ ହୋଇଥିବା ନୂଆ ନିୟମ କେବଳ ନୂତନ ଆବେଦନ ଏବଂ ଏବେ ଚାଲିଥିବା ଲଟେରୀ ବ୍ୟବସ୍ଥା ଉପରେ ଲାଗୁ ହେବ ।"
📱 Get Argus News App
✨Fact Sheet: President Donald J. Trump Suspends the Entry of Certain Alien Nonimmigrant Workershttps://t.co/k46jPq4pg5
— Karoline Leavitt (@PressSec) September 20, 2025
ଏଥିସହ ସେ କହିଛନ୍ତି, ଯେଉଁ ଲୋକମାନେ ଏବେ ଭାରତ ଯାଉଛନ୍ତି କିମ୍ବା ସେଠାରୁ ଆମେରିକା ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସେମାନେ ଚିନ୍ତିତ ହେବାର କୌଣସି କାରଣ ନାହିଁ । ସେମାନଙ୍କୁ ୧, ୦୦, ୦୦୦ ଡଲାର ଫି' ଦେବାର ଆବଶ୍ୟକତା ନାହିଁ । ଏହି ଫି' କେବଳ ନୂଆ ଭିସା ଧାରକଙ୍କ ପାଇଁ ଲାଗୁ ହେବ ।
ଏଥିସହ ପଢ଼ନ୍ତୁ: H-1B ଭିସା ଧାରୀଙ୍କୁ ଜରୁରୀ ଇମେଲ୍, ୨୪ ଘଣ୍ଟାରେ ଆମେରିକା ଫେରି ଆସିବାକୁ ନିର୍ଦ୍ଦେଶ
ଆମେରିକା H-1B Visaକୁ ନେଇ ନିୟମ ଜାରି କରିଥିବା ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି । ଏହାକୁ ଦେଖି ଆମେରିକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । +1-202-550-9931 ନମ୍ବରରେ କଲ୍ କିମ୍ବା ହ୍ଵାଟ୍ସଆପ୍ କରି ଲୋକେ H-1B Visa ସମ୍ବନ୍ଧୀୟ ସୂଚନା ପାଇ ପାରିବେ । ଏହି ହେଲ୍ପଲାଇନ୍ କେବଳ ଭାରତୀୟ ନାଗରିଙ୍କୁ ଜରୁରୀ ମାମଲାରେ ସାହାଯ୍ୟ କରିବା ଲାଗି ଜାରି କରାଯାଇଛି ।
Related Topics
Explore more stories