Ceasefire Credit War Begins / ଆମେରିକା-ଇରାନ ଯୁଦ୍ଧବିରତି ନେଇ କ୍ରେଡିଟ୍ ୱାର୍; ପାକିସ୍ତାନ ପିଠି ଥାପୁଡ଼ାଇ ଡ୍ରାଗନ୍ କହିଲା...
·5 months ago·2 min read

Key Points
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ବିପକ୍ଷରେ ସମ୍ଭାବ୍ୟ ବଡ଼ ସୈନ୍ୟ ଆକ୍ରମଣରୁ ପଛକୁ ହଟିବା ସହ ୨ ସପ୍ତାହ ପାଇଁ ସର୍ତ୍ତମୂଳକ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଏବେ ସାରା ଦୁନିଆ ଛାତିରେ ପ୍ରାଣ ପଶିଛି ।
ନୂଆଦିଲ୍ଲୀ: ଘନ ଘନ ଆକ୍ରମଣ, ତୁହାକୁ ତୁହା ମିସାଇଲ୍ ଓ ଡ୍ରୋନ୍ ମାଡ଼ । ୪୦ ଦିନର ଘମାଘୋଟ ଲଢ଼େଇ ପରେ ମଧ୍ୟପ୍ରାଚ୍ୟରେ ଆକ୍ରମଣ ଥମିଛି, ହେଲେ ଇରାନର ଆକାଶରୁ ଗଗନଚୁମ୍ବି କଳା ଧୂଆଁର ଆସ୍ତରଣ କମିନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ବିପକ୍ଷରେ ସମ୍ଭାବ୍ୟ ବଡ଼ ସୈନ୍ୟ ଆକ୍ରମଣରୁ ପଛକୁ ହଟିବା ସହ ୨ ସପ୍ତାହ ପାଇଁ ସର୍ତ୍ତମୂଳକ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।
ଟ୍ରମ୍ପଙ୍କ ସର୍ତ୍ତରେ ରହିଛି ହର୍ମୁଜ ପ୍ରଣାଳୀକୁ ପୁଣି ଥରେ ଖୋଲିବା । ଏହି ଘୋଷଣା ପରେ ଏବେ ସାରା ଦୁନିଆ ଛାତିରେ ପ୍ରାଣ ପଶିଛି । ସେପଟେ ଇରାନ ଯୁଦ୍ଧ ରୋକିବାକୁ ଆରମ୍ଭରୁ ମଧ୍ୟସ୍ଥତାର କଥା କହୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ଓ ଫିଲ୍ଡ ମାର୍ଶଲ ଅସୀମ ମୁନିର ଯୁଦ୍ଧବିରତିର କ୍ରେଡିଟ୍ ନେବାକୁ ଆଗେଇ ଆସିଛନ୍ତି ।
ଏଥିସହ ପଢ଼ନ୍ତୁ: ୪୮ ଘଣ୍ଟାର ଆଲର୍ଟ: ଇରାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରିବାକୁ ନିର୍ଦ୍ଦେଶ
ଖେଳ କରିଦେଲା ଡ୍ରାଗନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାରି ଭିତରେ ଅସ୍ତ୍ରବିରତି ପାଇଁ ମନାଇବା ଲାଗି ଚୀନର ଗୁରୁତ୍ଵପୂର୍ଣ୍ଣ ଭୂମିକା ସାମ୍ନାକୁ ଆସିଛି । ଆଉ ଚୀନର ପ୍ରୟାସ ଉପରେ ଖୋଦ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋହର ମାରିଛନ୍ତି । ଯୁଦ୍ଧବିରତିକୁ ନେଇ କ୍ରେଡିଟ୍ ୱାର୍ ଭିତରେ ଏବେ ହର୍ମୁଜ୍ ପ୍ରଣାଳୀ ସମସ୍ତଙ୍କ ଲାଗି ଉନ୍ମୁକ୍ତ ଉପରେ ରହିଛି ସମସ୍ତଙ୍କ ନଜର ।
କ'ଣ କହିଲା ଚୀନ ?
ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ ବୁଧବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ଇରାନ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଚୀନ ଶାନ୍ତିକୁ ପ୍ରୋତ୍ସାହନ ଦେଇ ଏବଂ ଯୁଦ୍ଧ ରୋକିବା ପାଇଁ ସକ୍ରିୟ ଭାବେ କାମ କରୁଥିଲା ।" ତେବେ ଚୀନର ଏହି ମନ୍ତବ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଉକ୍ତ ବୟାନ ଥିଲା । ଯେଉଁଥିରେ ଟ୍ରମ୍ପ କହିଥିଲେ, "ଇରାନକୁ ଅସ୍ତ୍ରବିରତି ପାଇଁ ରାଜି କରାଇବାରେ ଚୀନ ସହାୟତା କରିଥିଲା ।"
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ନ୍ୟୁଜ୍ ଏଜେନ୍ସ ଏଏଫପି ସହ ଆଲୋଚନା ବେଳେ କହିଥିଲେ, "ଚୀନ ହିଁ ଇରାନକୁ ଅସ୍ତ୍ରବିରତି ଚୁକ୍ତିରେ ସହମତି ହେବା ଏବଂ ଆଲୋଚନା ଟେବୁଲ୍କୁ ଆଣିବାକୁ ସହାୟତା କରିଛି ।"
ଏଥିସହ ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ବ୍ୟବହୃତ ହେଉଥିବା ଏହି ୧୦ ଶବ୍ଦର ଅର୍ଥ କ'ଣ
ଚୀନର ବିଦେଶ ମନ୍ତ୍ରଣାଳୟ ଅନୁସାରେ, ବିଦେଶ ମନ୍ତ୍ରୀ ୱାଙ୍ଗ ୟି ସମ୍ବଦ୍ଧିତ ଦେଶର ବିଦେଶ ମନ୍ତ୍ରୀଙ୍କ ସହ ୨୬ଥର ଆଲୋଚନା କରିଛନ୍ତି । ଚୀନ ସରକାର ସ୍ଵତନ୍ତ୍ର ରାଷ୍ଟ୍ରଗୂତ କୂଟନୀତିର ସଞ୍ଚାଳନ କରିଥିଲେ । ଉପସାଗରୀୟ ଦେଶ ଓ ମଧ୍ୟପ୍ରାଚ୍ୟରେ ଚୀନ ଓ ପାକିସ୍ତାନ ଶାନ୍ତି ଓ ସ୍ଥିରତା ଆଣିବା ଲାଗି ମିଳିତ ଭାବେ ପାଞ୍ଚସୂତ୍ରୀୟ ପ୍ରସ୍ତାବ ରଖିଥିଲେ ।
ଟ୍ରମ୍ପଙ୍କ କଲେ ଅସ୍ତ୍ରବିରତି ଘୋଷଣା

ଯୁଦ୍ଧବିରତି ଚୁକ୍ତି ଅନୁସାରେ, ଇରାନ ଉପର ସର୍ତ୍ତମୂଳକ ଭାବେ ୨ ସପ୍ତାହ ଧରି ଆକ୍ରମଣ ହେବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । କହିଛନ୍ତି, "ଏହି ପଦକ୍ଷେପ ରଣନୈତିକ ବାବେ ମହତ୍ତ୍ଵପୂର୍ଣ୍ଣ 'ହର୍ମୁଜ ପ୍ରଣାଳୀ'କୁ ପୁଣିଥରେ ଖୋଲିବା ପ୍ରୟାସ ସହ ଜଡ଼ିତ ।" ଇରା ଏହି ପ୍ରସ୍ତାବକୁ ଅସ୍ଥାୟୀ ଭାବେ ସ୍ଵୀକାର କରିବାର ସଂକେତ ଦେଇଛି । ଇରାନର ବିଦେଶ ମନ୍ତ୍ରୀ ସୈୟଦ ଅବ୍ବାସ ଅରାଘଚୀ କହିଛନ୍ତି, "ଯଦି ଇରାନ ଉପରେ ଆକ୍ରମଣ ବନ୍ଦ ହୋଇଯାଏ ତାହେଲେ, ତେହରାନ ତାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଦେବ ।"
Related Topics
Explore more stories