Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକା-ଇରାନ ଉତ୍ତଜେନା ଭିତରେ ବନ୍ଦ ଅଛି ହର୍ମୁଜ ପ୍ରଣାଳୀ କିନ୍ତୁ ଚାଲୁଛି ଭାରତୀୟ ଜାହାଜ

International

Hormuz / ଆମେରିକା-ଇରାନ ଉତ୍ତଜେନା ଭିତରେ ବନ୍ଦ ଅଛି ହର୍ମୁଜ ପ୍ରଣାଳୀ କିନ୍ତୁ ଚାଲୁଛି ଭାରତୀୟ ଜାହାଜ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଆମେରିକା-ଇରାନ ଉତ୍ତଜେନା ଭିତରେ ବନ୍ଦ ଅଛି ହର୍ମୁଜ ପ୍ରଣାଳୀ କିନ୍ତୁ ଚାଲୁଛି ଭାରତୀୟ ଜାହାଜ
Hormuz

Key Points

ହର୍ମୁଜରେ ଚଳାଚଳ କରୁଛି ଭାରତୀୟ ଜାହାଜ
ଆମେରିକା-ଇରାନ ଉତ୍ତଜେନା ଭିତରେ ବନ୍ଦ ଅଛି ହର୍ମୁଜ ପ୍ରଣାଳୀ
ତଥାପି ଯାତାୟାତ କରୁଛି ଭାରତୀୟ ଜାହାଜ
ଶକ୍ତି ଯୋଗାଣ ବଜାୟ ରଖିବା ପାଇଁ ବିପଦପୂର୍ଣ୍ଣ ମାର୍ଗରେ ଚଳାଚଳ କରୁଛି ଜାହାଜ

ଆମେରିକା-ଇରାନ ଉତ୍ତଜେନା ଭିତରେ ବନ୍ଦ ଅଛି ହର୍ମୁଜ ପ୍ରଣାଳୀ । ତଥାପି ଯାତାୟାତ କରୁଛି ଭାରତୀୟ ଜାହାଜ । ଭାରତ ସହିତ ଜଡ଼ିତ ଅନେକ ଜାହାଜ ଏହି ବିପଜ୍ଜନକ ମାର୍ଗ ଦେଇ ଯାତ୍ରା ଜାରି ରଖିଛନ୍ତି । ଯାହା ଭାରତକୁ ଏହି ଅଞ୍ଚଳରେ ଚରମ ସଂକଟ ସତ୍ତ୍ୱେ ଶକ୍ତି ଯୋଗାଣ ବଜାୟ ରଖିବାରେ ସାହାଯ୍ୟ କରୁଛି ।

ଗତକାଲି ଏକ ଆନ୍ତଃ-ମନ୍ତ୍ରାଳୟ ବୈଠକରେ ସୂଚନା ଦେଇ ଜାହାଜ ଚଳାଚଳ ମନ୍ତ୍ରାଳୟର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଭାରତ କିପରି ଏହି ଉତ୍ତେଜନାପୂର୍ଣ୍ଣ ଜଳପଥ ଦେଇ ଜାହାଜ ଚଳାଚଳ ପରିଚାଳନା କରୁଛି । ଯଦିଓ ସେମାନେ ଏହାର କାର୍ଯ୍ୟକ୍ଷମ ବିବରଣୀ ପ୍ରକାଶ କରିନାହାନ୍ତି । ଭାରତ ଓ ଇରାନ ମଧ୍ୟରେ ସମନ୍ୱୟ ରକ୍ଷା କରି ଜାହାଜ ଚଳାଚଳ କରାଯାଉଥିବା ସୂଚନା ଦିଆଯାଇଛି ।

ଶକ୍ତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିଚାଳନା କରୁଥିବା ପ୍ରମୁଖ ମନ୍ତ୍ରାଳୟଗୁଡ଼ିକ ସହିତ ମିଳିତ ଭାବେ ଜାହାଜଗୁଡ଼ିକର ପ୍ରାଥମିକତା ସ୍ଥିର କରାଯାଉଛି । ଏହି ପ୍ରାଥମିକତା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏବଂ ସାର ମନ୍ତ୍ରାଳୟ ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ କରାଯାଉଛି ଏବଂ ସେହି ଆଧାରରେ ଜାହାଜଗୁଡ଼ିକୁ ସେଠାରୁ ବାହାର କରିବାକୁ ଚେଷ୍ଟା କରାଯାଉଛି ।

ବର୍ତ୍ତମାନ ହର୍ମୁଜ ପ୍ରଣାଳୀ ଅଞ୍ଚଳରେ ପ୍ରାୟ ୧୩ଟି ଭାରତୀୟ ପତାକାଧାରୀ ଜାହାଜ ରହିଛି । ଏଥିମଧ୍ୟରେ ଅଛି ଗୋଟିଏ LPG ଟ୍ୟାଙ୍କର, ୫ଟି ଅଶୋଧିତ ତୈଳ ଟ୍ୟାଙ୍କର, ଗୋଟିଏ କେମିକାଲ୍ ବା ପ୍ରୋଡକ୍ଟ ଟ୍ୟାଙ୍କର, ୩ଟି କଣ୍ଟେନର୍ ଜାହାଜ, ୨ଟି ବଲ୍କ କ୍ୟାରିୟର ଓ ଗୋଟିଏ ଡ୍ରେଜର ।

ଏଥିସହ ପଢ଼ନ୍ତୁ: ଉଡ଼ିଲା ମିସାଇଲ୍ ଲଞ୍ଚ ସାଇଟ୍; ପୁଣି ଇରାନ ଉପରେ ଆମେରିକାର ଆକ୍ରମଣ

ସେପଟେ ହ୍ୱାଇଟ୍ ହାଉସ୍ ବୈଠକ ପରେ ବି ଇରାନ ଚୁକ୍ତିକୁ ଅନୁମୋଦନ କଲେନି ଟ୍ରମ୍ପ । ହ୍ୱାଇଟ୍ ହାଉସର 'ସିଚୁଏସନ୍ ରୁମ୍'ରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମଧ୍ୟ ଇରାନ ସହିତ ପ୍ରସ୍ତାବିତ ଚୁକ୍ତିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି ।

ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଏକ ସମ୍ଭାବ୍ୟ ରୂପରେଖର ସମୀକ୍ଷା କରିବା ପାଇଁ ଟ୍ରମ୍ପ ଶୁକ୍ରବାର ଦିନ ହ୍ୱାଇଟ୍ ହାଉସ୍ ସିଚୁଏସନ୍ ରୁମ୍‌ରେ ପ୍ରାୟ ଦୁଇ ଘଣ୍ଟା ସମୟ ବିତାଇଥିଲେ । କିନ୍ତୁ ବୈଠକରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରି ନାହିଁ । ଏହି ପ୍ରସଙ୍ଗରେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ସମ୍ଭାବ୍ୟ ଚୁକ୍ତି ବିଚାରାଧୀନ ରହିଛି ।

କିନ୍ତୁ ଅପରପକ୍ଷେ ଇରାନର ଅଧିକାରୀମାନେ ଦାବି କରିଛନ୍ତି ଯେ ଆଲୋଚନା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ନାହିଁ । ଆମେରିକା ଦ୍ୱାରା ଧାର୍ଯ୍ୟ ସର୍ତ୍ତ ଅନୁଯାୟୀ ତେହେରାନ୍ ଆଲୋଚନା କରୁଛି ବୋଲି ଆସୁଥିବା ଖବରକୁ ଇରାନ ପ୍ରତ୍ୟାଖ୍ୟାନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Continues Shipping Through Strait of Hormuz Amid US-Iran Tensions | Argus News